୨୧ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ

ସୋନପୁର,୨୪।୩(ନି.ପ୍ର.): ସୁବର୍ଣ୍ଣପୁର ପୋଲିସ ଗତ ୧୭ ତାରିଖରେ ବନ୍ଧୁକ ମୁନରେ ହୋଇଥିବା ୨୧ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ମାଷ୍ଟରମାଇଣ୍ଡଙ୍କ ସମେତ ୫ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବୌଦ୍ଧ ଜିଲା ମନମୁଣ୍ଡା ଥାନା ଆମ୍ବପଖାଳ ଗ୍ରାମର ଉତ୍ତମ କୁମାର ଦୀପ(୨୧), ମନମୁଣ୍ଡା ଥାନା ଗୋହିରପିଟା ଗ୍ରାମର ଅମ୍ବୁଜ ବେହେରା(୨୮), ମନମୁଣ୍ଡା ଥାନା ଡିଗି ଗ୍ରାମର ଅବଦୁଲ ଓରଫ ଶର୍ଦ୍ଦୁଳ ଗାଇଗରିଆ(୩୨), ବୌଦ୍ଧ ଜିଲା କଣ୍ଟାମାଳ ଥାନା ଖଲିଆମୁଣ୍ଡା ଗ୍ରାମର ହରିବୋଲ ଷାଣ୍ଢ(୩୦) ଓ ସୋନପୁର ସହର ଘୋଡ଼ାଘାଟପଡ଼ାର ସୁନୀଲ କୁମାର ମହାରଣା(୨୮)। ସେମାନଙ୍କ ନିକଟରୁ ନଗଦ ୧୫ ଲକ୍ଷ ୩୦ହଜାର ଟଙ୍କା ଜବତ ହୋଇଛି। ଅଭିଯୁକ୍ତଙ୍କ ନିକଟରୁ ଲୁଟ୍‌ରେ ବ୍ୟବହୃତ ୫ଟି ବାଇକ୍‌ ଓ ୧୦ଟି ମୋବାଇଲ ଜବତ ହୋଇଛି। ଅଭିଯୁକ୍ତ ଛାଡ଼ି ଯାଇଥିବା ସୁରାକ ଓ ଗୋଇନ୍ଦା ସୂଚନାକୁ ଆଧାର କରି ଅଭିଯୁକ୍ତଙ୍କ ନିକଟରେ ପୋଲିସ ପହଞ୍ଚିଥିବା ମଙ୍ଗଳବାର ଏସ୍‌ପି ସୀତାରାମ ଶତପଥୀ ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଖବରଦାତା
ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏସ୍‌ପିଙ୍କ କହିବାନୁସାରେ ଭୁବନେଶ୍ୱରସ୍ଥିତ ରାଇଟର ସେଫ୍‌ଗାର୍ଡ ଏଜେନ୍ସିର ଏଟିଏମ୍‌ ଅଫିସର ସୁନୀଲ କୁମାର ମହାରଣା ଘଟଣାର ମାଷ୍ଟର ମାଇଣ୍ଡ। ସେ ଅମ୍ବୁଜ ଓ ହରିବୋଲଙ୍କ ସହିତ ମିଶି ଯୋଜନା ପ୍ରସ୍ତୁତ କରିଥିଲେ। ଘଟଣା ଦିନ ସଂସ୍ଥାର ଅନ୍ୟତମ ଏଟିଏମ୍‌ ଅଫିସର ସୋନପୁର ବ୍ଲକ ଛକ ଅଞ୍ଚଳର ସୁଧାଂଶୁ ପଧାନ ସୋନପୁର ଓ ଉଲୁଣ୍ଡା ଏଟିଏମ୍‌ରେ ଟଙ୍କା ଭରିବା ପାଇଁ ବ୍ୟାଙ୍କ ଅଫ୍‌ ବରୋଦା ସୋନପୁର ଶାଖାରୁ ୩୮ଲକ୍ଷ ଟଙ୍କା ଉଠାଇଥିଲେ। ସୁଧାଂଶୁ ସୋନପୁର ମୁଖ୍ୟ ଶାଖା ନିକଟରେ ଥିବା ଏଟିଏମ୍‌ରେ ପ୍ରଥମେ ୧୭ଲକ୍ଷ ଟଙ୍କା ଭରିଥିଲେ। ସୁନୀଲ ଆସିବାରେ ବିଳମ୍ବ କରିବାରୁ ବାକି ୨୧ଲକ୍ଷ ଟଙ୍କାକୁ ସେ ବ୍ୟାଗ୍‌ରେ ଭର୍ତ୍ତି କରି ଉଲୁଣ୍ଡା ଅଭିମୁଖେ ବାଇକ୍‌ରେ ଏକୁଟିଆ ଯାଉଥିଲେ। ବୀରମହାରାଜପୁର ଥାନା ବାଘଲପୁର ଛକ ନିକଟରେ ୬ଜଣ ଦୁର୍ବୃତ୍ତ ୪ଟି ବାଇକ୍‌ରେ ଆସି ସୁଧାଂଶୁଙ୍କୁ ଧକ୍କା ଦେଇଥିଲେ। ସେ ତଳେ ପଡିଯିବା ପରେ ବନ୍ଧୁକ ଓ ଭୁଜାଲି ଦେଖାଇ ସେମାନେ ୨୧ଲକ୍ଷ ଟଙ୍କା ଓ ମୋବାଇଲ ଫୋନ୍‌ ଲୁଟିନେଇ ଫେରାର ହୋଇଯାଇଥିଲେ। ପରେ ଲୁଟ୍‌ ଟଙ୍କାକୁ ନିଜ ଭିତରେ ବାଣ୍ଟି ନେଇଥିଲେ। ଅନ୍ୟପକ୍ଷେ ସୁନୀଲ ମହାରଣା ସୁଧାଂଶୁଙ୍କ ନିକଟରେ ପହଞ୍ଚତ୍ ଧରା ନ ପଡ଼ିବା ପାଇଁ ମିଛ ଅଭିନୟ କରିଥିଲେ। ଠିକା ସଂସ୍ଥା ରାଇଟର ସେଫ୍‌ଗାର୍ଡ ଏଜେନ୍ସିର ଏକ୍‌ଜିକ୍ୟୁଟିଭ୍‌ ଏଟିଏମ୍‌ଓ ଭାବେ ସୁଧାଂଶୁ ପଧାନ ଓ ସୁନୀଲ ମହାରଣା କାର୍ଯ୍ୟ କରୁଥିଲେ। ଦୁହେଁ ବ୍ୟାଙ୍କ୍‌ ଅଫ୍‌ ବରୋଦା ସୋନପୁର ଶାଖାରୁ ଟଙ୍କା ଉଠାଇ ସୋନପୁର, ଉଲୁଣ୍ଡା ଓ ବିନିକାସ୍ଥିତ ଏଟିଏମ୍‌ରେ ଟଙ୍କା ଭରୁଥିଲେ। ବାଇକ୍‌ରେ ଟଙ୍କା ନେଇ ସେମାନେ ବିଭିନ୍ନ ସ୍ଥାନକୁ ଯାଉଥିଲେ। ଘଟଣା ଦିନ ସୁନୀଲ ଏଜେନ୍ସିର କାର୍ଯ୍ୟ ନ କରି ଅଭିଯୁକ୍ତଙ୍କ ସହିତ ମିଶି ଟଙ୍କା ଲୁଟ୍‌ ଯୋଜନା କରିଥିଲେ। ସୁଧାଂଶୁଙ୍କ ଅଭିଯୋଗକ୍ରମେ ବୀରମହାରାଜପୁର ଥାନାରେ ଏକ ମାମଲା(ନଂ.୫୨/୨୧)ରୁଜୁ ହୋଇଥିଲା। ହେଡକ୍ୱାର୍ଟର୍ସ ଡିଏସ୍‌ପି ସତ୍ୟଜିତ ମିଶ୍ରଙ୍କ ନେତୃତ୍ୱରେ
ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri