ଜିଲାପାଳଙ୍କ ନିର୍ଦ୍ଦେଶ ପରେ ତତ୍ପର ହେଲା ଯୋଗାଣ ବିଭାଗ, ଗୋଟିଏ ଘରୁ ଜବତ ହେଲା ୨୧ ଗ୍ୟାସ ସିଲିଣ୍ଡର

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରନ୍ଧନ ଗ୍ୟାସର କଳାବଜାର ଚାଲିଥିବା ଅଭିଯୋଗ ହୋଇଛି। ତେବେ ଏଭଳି କଳାବଜାର ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳ ଆଦିତ୍ୟ ଗୋୟଲ ନିର୍ଦ୍ଦେଶ ଦେବା ପରେ ଜିଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତତ୍ପର ହୋଇ ପଡିଛି।

ରବିବାର ଏହି ବିଭାଗର ଏକ ଟିମ୍ ସରସରା ଗ୍ରାମର ଜଣଙ୍କର ଘରେ ଗଚ୍ଛିତ ରହିଥିବା ୨୧ଟି ରନ୍ଧନ ଗ୍ୟାସ ସିଲିଣ୍ଡରକୁ ଜବତ କରାଯାଇଥିବା ସୂଚନା ମିଳିଛି। ଏହି ଚଢାଉ ପରେ ରନ୍ଧନ ଗ୍ୟାସ କଳାବଜାର କରୁଥିବା ବେପାରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି ।

କହିରଖୁଛୁ କି, ବରଗଡ଼ ଜିଲାରେ ଲିକୁଇଫାଇଡ୍ ପେଟ୍ରୋଲିୟମ ଗ୍ୟାସ (ଏଲପିଜି), ପେଟ୍ରୋଲ ଏବଂ ଡିଜେଲ୍ ଯୋଗାଣ ଓ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା ପାଇଁ ଶନିବାର ଜିଲାସ୍ତରୀୟ ନିରୀକ୍ଷଣ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସାଧାରଣ ଲୋକମାନଙ୍କୁ କୌଣସି ଅସୁବିଧା ନ ହେବା ପାଇଁ ପର୍ଯ୍ୟାପ୍ତ ପରିମାଣରର ଉପଲବ୍ଧତା ରଖି ସମୟୋପଯୁକ୍ତଭାବେ ଇନ୍ଧନ ବଣ୍ଟନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ରନ୍ଧନ ଗ୍ୟାସ କଳାବଜାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ କହିଥିଲେ । ଏହାପରେ ଆକ୍ସନ ମୋଡକୁ ଆସିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ହଟଚମଟ: ଭାଜପା ଉପରେ ବଡ ଅଭିଯୋଗ ଲଗାଇଲେ ଡି.କେ. ଶିବକୁମାର

ବେଙ୍ଗାଲୁରୁ,୧୫।୩: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସ ଶିବିରରେ କମ୍ପନ। ବିଧାୟକଙ୍କୁ କିଣିବା ପାଇଁ ବଡ଼ ଧରଣର ପ୍ରୟାସ ହେଉଥିବା ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡି.କେ.…

କଳିଙ୍ଗା ଘାଟିରେ କୁଆପଥର ବର୍ଷା, କିଛି ସମୟ ପାଇଁ ଠପ୍ ହେଲା ଯାତାୟତ

ଭଞ୍ଜନଗର,୧୫ା୩(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ଅଞ୍ଚଳରେ ରବିବାର ଦିନବେଳା କୁଆପଥର ସହ ପ୍ରବଳ ବର୍ଷା ହୋଇଛି । ପ୍ରାୟ ୨…

ଅବକାରୀ ରେଞ୍ଜ ପକ୍ଷରୁ ଚଢ଼ାଉ; ଦେଶୀରନ୍ଧା ମଦ- ମହୁଲ ଫୁଲ ଜବତ, ୩ ଗିରଫ

ବଞ୍ଚୋ,୧୫ା୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଅବକାରୀ ଅଧିକ୍ଷକଙ୍କ ତତ୍ତ୍ବାବଧନରେ ଆନନ୍ଦପୁର ଅବକାରୀ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇଛି । ଅବକାରୀ ନିରୀକ୍ଷକ…

ଗାଙ୍ଗଦହଣୀରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ଛାରଖାର, ଘରେ କେହି ନଥିବା ବେଳେ…

ପୁରୁଷୋତ୍ତମପୁର,୧୫ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗଦହଣୀ ଗ୍ରାମ ପଞ୍ଚାୟତ ଧୋବା ସାହିରେ ଅଗ୍ନିକାଣ୍ଡ । ରବିବାର ଅଭି ସେଠୀଙ୍କ ଘରେ ନିଆଁ ଲାଗି…

ବିଶ୍ୱର ୬୦୦ କମ୍ପାନୀକୁ ପଛରେ ପକାଇ ବଡ଼ ଡିଲ୍ ହାତେଇଲା ଭାରତର ଏହି ଷ୍ଟାର୍ଟଅପ୍

ନୂଆଦିଲ୍ଲୀ,୧୫ା୩: ଭାରତୀୟ ଯୁବ ଇଞ୍ଜିନିୟରଙ୍କ କମାଲ। କେରଳର ତିରୁବନନ୍ତପୁରମରୁ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ‘ଜେନରୋବୋଟିକ୍ସ’ ସିଙ୍ଗାପୁରରୁ ଏକ ବଡ଼ ସଫଳତା ହାସଲ କରିଛି। ବିଶ୍ୱର ପ୍ରାୟ ୬୦୦ରୁ…

ରାଜ୍ୟସ୍ତରୀୟ ଡୁମାଳ ମହାସଭା ଆରମ୍ଭ, ଯୋଗଦେଲେ ୧୧ଜିଲାର ପ୍ରତିନିଧି

ଭେଡେନ,୧୫।୩(ହୃଷୀକେଶ ଖମାରୀ): ବରଗଡ ଜିଲା ଭେଡେନ ବ୍ଲକ ପପଙ୍ଗାଠାରେ ରବିବାରରୁ ରାଜ୍ୟସ୍ତରୀୟ ଡୁମାଳ ମହାସଭା ଆରମ୍ଭ ହୋଇଥିବା ବେଳେ ସୋମବାର ପର୍ଯ୍ୟନ୍ତ ଏହି ମହାସଭା ଚାଲିବ। ଏହି…

ଓଲଟିଲା ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ୍, ୩ମୃତ ୬ ଆହତ

ବିଷମକଟକ,୧୫।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ଡୁକୁମ୍ ଗ୍ରାମ ପଞ୍ଚାୟତର କାଚାପାଜୁ ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ରବିବାର ବିଳମ୍ବିତ…

ସ୍ତ୍ରୀଙ୍କ ସହ ଝଗଡ଼ା ପରେ ଚରମ ନିଷ୍ପତ୍ତି ନେଲେ ବ୍ୟକ୍ତି; ଫେସବୁକ ଲାଇଭରେ ସାପକୁ

କୋରାପୁଟ,୧୫।୩: କୋରାପୁଟ ଜିଲା ମାଳିଗୁଡ଼ା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ସେହି ଅଞ୍ଚଳର ନବୀନ ମାଳି ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri