ମାସକରେ ୨୧ ଡାକ୍ତରଙ୍କ ବଦଳି, ନିଯୁକ୍ତି ନାହିଁ

ବ୍ରହ୍ମପୁର ଅଫିସ,୨୪।୪: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚିକିତ୍ସାଳୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ କଲେଜ ଲଗାତାର ସରକାରୀ ଅବହେଳାର ଶିକାର ହେଉଛି। ଏଠାରୁ ଅଭିଜ୍ଞ ଡାକ୍ତରମାନଙ୍କୁ ଅନ୍ୟତ୍ର ବଦଳି କରି ନିଆଯାଉଛି। କିନ୍ତୁ ତାଙ୍କ ସ୍ଥାନରେ ଆବଶ୍ୟକ ଡାକ୍ତର ନିଯୁକ୍ତି ଦିଆଯାଉନାହିଁ। ଫଳରେ ଚିକିିତ୍ସା ସେବାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହା ବିରୋଧରେ ସ୍ବରଉତ୍ତୋଳନ କରିବାକୁ ମଧ୍ୟ କେହି ନାହାନ୍ତି। ସରକାରଙ୍କ ନିଷ୍ପତ୍ତି ବିରୋଧରେ ପାଟି ଖୋଲିବାକୁ ନେତାମାନେ ସାହସ ଜୁଟାଇ ପାରୁନାହାନ୍ତି। ପରିଣାମ ସ୍ବରୂପ ମାସକ ମଧ୍ୟରେ ଏଠାରୁ ଦୁଇଟି ପର୍ଯ୍ୟାୟରେ ୨୧ଜଣ ଡାକ୍ତରଙ୍କ ବଦଳି ନିର୍ଦ୍ଦେଶ ଜାରି ହୋଇସାରିଲାଣି। ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଥିବା ଏହିି ମେଡିକାଲରୁ ଡାକ୍ତର ଶୂନ୍ୟ କରିବାକୁ ଚକ୍ରାନ୍ତ ଚାଲିଥିବା ଅଭିଯୋଗ ହେଲାଣି।
ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ରେଫରାଲ୍‌ ହସ୍ପିଟାଲ୍‌ ହେଉଛି ଏମ୍‌କେସିଜି ମେଡିକାଲ। ଏଠାକୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ଚିକିତ୍ସାଳୟରୁ ରୋଗୀ ରେଫର୍‌ ହୋଇ ଆସୁଛନ୍ତି। ଏପରିକି ଆନ୍ଧ୍ର ସୀମାନ୍ତ ଅଞ୍ଚଳବାସୀ ମଧ୍ୟ ଏମକେସିଜି ମେଡିକାଲ ଉପରେ ନିର୍ଭର କରନ୍ତି। ରାଜ୍ୟ ସରକାର କଟକ ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ ହସ୍ପିଟାଲରେ ପରିଣତ କରିବା ପାଇଁ ନକ୍ସା ଆଙ୍କିଛନ୍ତି। ଅଥଚ ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ରହିଥିବା ଏମ୍‌କେସିଜି ମେଡିକାଲ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ଯାହାକି ବାରମ୍ବାର ଡାକ୍ତର ବଦଳି ନିର୍ଦ୍ଦେଶରୁ ସ୍ପଷ୍ଟ ହୋଇଛି। ସ୍ବାସ୍ଥ୍ୟସେବାର ବିକାଶ ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଖୋଲୁଛନ୍ତି। ହେଲେ ସେହି ଅନୁସାରେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଏଥିପାଇଁ ଏମ୍‌କେସିଜି ମେଡିକାଲରୁ ଅଭିଜ୍ଞ ଡାକ୍ତରଙ୍କୁ ନେଇ ଯାଉଛନ୍ତି। ଗତ ମାର୍ଚ୍ଚ ୧୧ତାରିଖରେ ଏମ୍‌କେସିଜି ମେଡିକାଲରୁ ବିଭିନ୍ନ ବିଭାଗର ୧୩ଜଣ ଅଭିଜ୍ଞ ଡାକ୍ତରଙ୍କ ବଦଳି ହୋଇଥିଲା। କିନ୍ତୁ ତାଙ୍କ ସ୍ଥାନରେ ଏମକେସିଜିକୁ ମାତ୍ର ୭ଜଣ ଡାକ୍ତର ଆସିଥିଲେ। ଏହାର ମାସେ ନ ପୂରୁଣୁ ପୁଣି ୮ଜଣ ଡାକ୍ତରଙ୍କ ବଦଳି ନିର୍ଦ୍ଦେଶ ହୋଇଛି। ଏହରକୁ ନେଇ ଏମକେସିଜି ମେଡିକାଲ କଲେଜ ଜୁନିୟର୍‌ ଡାକ୍ତର ଆସୋସିଏଶନ୍‌ (ଜେଡିଏ) ତରଫରୁ ବିକ୍ଷୋଭ କରାଯାଇଥିଲା। କିନ୍ତୁ ଶାସକ ଦଳ ନେତା କି ବିରୋଧୀ କେହି ହେଲେଏହି ପ୍ରସଙ୍ଗ ନେଇ ପାଟି ଖୋଲି ନଥିଲେ। ଅନ୍ୟପଟେ ଆଗକୁ ନ୍ୟାସନାଲ୍‌ ମେଡିକାଲ କାଉନସିଲ୍‌ (ଏନ୍‌ଏମସି) ଟିମର ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଏମକେସିଜିରୁ ୮ଜଣ ଡାକ୍ତରଙ୍କ ବଦଳି ନିର୍ଦ୍ଦେଶକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଟିମ ଫେରିଯିିବା ପରେ ବଦଳି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ବୋଲି ଶୁଣିବାକୁ ମିଳୁଛି। ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା କହିଛନ୍ତି ଯେ ରାଜ୍ୟରେ ବିଶେଷଜ୍ଞ ଅଭାବ ରହିଥିବାରୁ ସରକାର ଡାକ୍ତରଙ୍କୁ ଗୋଟିଏ ମେଡିକାଲ କଲେଜରୁ ଅନ୍ୟ ମେଡିକାଲ କଲେଜକୁ ବଦଳି କରି ମେଡିକାଲ କାଉନସିଲର ସ୍ବୀକୃତି ହାସଲ କରୁଥିବା କୁହାଯାଉଛି। ଏଭଳି ମନଇଚ୍ଛା ବଦଳିର ସିଧାସଳଖ ପ୍ରଭାବ ରୋଗୀସେବା ଉପରେ ପଡ଼ୁଛି। ଏଣୁ ସରକାର ପ୍ରଥମେ ରାଜ୍ୟର ୩ଟି ମେଡିକାଲ କଲେଜ (କଟକ, ବ୍ରହ୍ମପୁର, ବୁର୍ଲା)ର ଭିତ୍ତିଭୂମିରେ ଉନ୍ନତି ଆଣନ୍ତୁ, ତା’ ପରେ ଅନ୍ୟ ମେଡିକାଲ କଲେଜ ଖୋଲନ୍ତୁ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

ଜଙ୍ଗଲରେ ଦନ୍ତା ହାତୀ: ଭୟରେ ଅଞ୍ଚଳବାସୀ, ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri