ସୁନ୍ଦରଗଡ଼ରୁ ଆଜି ୨୦୭୩ ପଜିଟିଭ୍‌ ଚିହ୍ନଟ

ସୁନ୍ଦରଗଡ଼,୭।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ କରୋନା ଗ୍ରାଫ୍‌ ଏବେ ଉପର ମୁହାଁ ହୋଇଛି। କିଛିଦିନ ହେବ ଦୈନିକ ସଂକ୍ରମଣ ୧ ହଜାରେ ଉପରେ ରହୁଥବା ବେଳେ ଗତ ୨୪ ଘଣ୍ଟାରେ ଏହା ଲମ୍ବ ଡିଆଁ ମାରି ଦୁଇଗୁଣରେ ପହଞ୍ଚିଛି। ଅର୍ଥାତ୍‌ ଆଜି ଜିଲାରୁ ୨୦୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲକ୍‌ଡାଉନ୍‌, ଶଟ୍‌ଡାଉନ ଓ ନାଇଟ କର୍ଫ୍ୟୁ ଜାରି ରହିଥିବା ସତ୍ତ୍ୱେ କରୋନା ସ୍ଥିତି ଅସମ୍ଭାଳ ହେଇ ପଡ଼ିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।