ପଣ୍ୟ ବୋଝେଇରୁ ୨୦,୬୩୫ କୋଟି ଆୟ

ଭୁବନେଶ୍ୱର,୭।୨: ଭାରତୀୟ ରେଲଓ୍ବେର ଏକ ପ୍ରମୁଖ ଜୋନ ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ଶେଷ ପୂର୍ବରୁ ରେଳ ମନ୍ତ୍ରଣାଳୟର ଲକ୍ଷ୍ୟ ଧାର୍ଯ୍ୟ ପୂରଣ ସହ ପଣ୍ୟ ବୋଝେଇରେ ଏକ ନୂତନ ରେକର୍ଡ ହାସଲ କରିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ୩୧୦ ଦିନ ମଧ୍ୟରେ ପୂର୍ବତଟ ରେଳପଥ ୨୦୦.୪୩ ନିୟୁତ ଟନ୍‌ ପଣ୍ୟ ବୋଝେଇ କରି ଏହି ସଫଳତା ହାସଲ କରିଛି। ବିଶେଷ କରି ଉକ୍ତ ଆକଳନ ହାସଲ କରିବାକୁ ପୂର୍ବତଟ ରେଳପଥ ୨୦୨୧-୨୨ ଆର୍ଥିକ ବର୍ଷରେ ୩୨୦ଦିନ ସମୟ ଲାଗିଥିବାବେଳେ ୨୦୨୦-୨୧ ରେ ୩୬୦ ଦିନ ଏବଂ ୨୦୧୯-୨୦ ଆର୍ଥିକ ବର୍ଷରେ ୩୬୬ ଦିନ ସମୟ ନେଇଥିଲା। ସେହିଭଳି ଏହି ସମୟ ମଧ୍ୟରେ ପଣ୍ୟ ବୋଝେଇରୁ ଆୟ ବାବଦରେ ପୂର୍ବତଟ ରେଳପଥ ପ୍ରାୟ ୨୦,୬୩୫ କୋଟି ଟଙ୍କା ଆୟ କରିଛି, ଯାହା ଗତ ଆର୍ଥିକ ବର୍ଷର ୧୯,୨୦୪ କୋଟି ଟଙ୍କା ତୁଳନାରେ ୭.୫% ବୃଦ୍ଧି ଘଟିଛି। ଅପରପକ୍ଷରେ ପଣ୍ୟ ବୋଝେଇ ଏବଂ ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ଏବଂ ପ୍ରତିକୂଳ ପ୍ରଭାବ ସତ୍ତ୍ୱେ ପୂର୍ବତଟ ରେଳପଥ ଉକ୍ତ ମାଇଲଖୁଣ୍ଟ ହାସଲ କରିଛି, ରେଳ ମନ୍ତ୍ରଣାଳୟର ଅଭିନବ ପଦକ୍ଷେପ ଏବଂ ପ୍ରମୁଖ ହସ୍ତକ୍ଷେପ ଉପରେ ଧ୍ୟାନ ଦେଇ ୨୦୦ ନିୟୁତ ଟନ୍‌ ପଣ୍ୟ ବୋଝେଇକୁ ଅତିକ୍ରମ ହାସଲ କରାଯାଇଛି। ଯାହା ଏହାକୁ ଫାଷ୍ଟ-ଟ୍ରାକରେ ପହଞ୍ଚାଇବାରେ ସାହାଯ୍ୟ କରିଛି, ଏହି ସମୟ ମଧ୍ୟରେ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ୧୨୯.୯୩ ନିୟୁତ ଟନ୍‌ ପଣ୍ୟ ପରିବହନ କରିଥିବା ବେଳେ ୱାଲଟିୟର ରେଳ ମଣ୍ଡଳ ୫୭.୦୩ ନିୟୁତ ଟନ୍‌ ଏବଂ ସମ୍ବଲପୁର ରେଳମଣ୍ଡଳ ୧୩.୪୭ ନିୟୁତ ଟନ୍‌ ମାଲ ପରିବହନ କରିଛି। ଏ ସମ୍ପର୍କରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା କହିଛନ୍ତି ଏହି ସଫଳତା ପାଇଁ ଏହାର ତିନିଟି ରେଳ ମଣ୍ଡଳ ଓ ପରିଶ୍ରମୀ ତଥା ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଦେଇଛନ୍ତି। ଏହା ସହିତ ସେ ରେଳପଥର ସହଭାଗୀ କୋଲିୟାରୀ, ବନ୍ଦର, ଇସ୍ପାତ କାରଖାନା, ସିମେଣ୍ଟ, ଆଲୁମିନା ପ୍ଲାଣ୍ଟ, ପେଟ୍ରୋଲିୟମ କମ୍ପାନୀ ଏବଂ ଖାଦ୍ୟ ନିଗମ ସମେତ ସମସ୍ତ ହିତାଧିକାରୀଙ୍କ ଉଦ୍ୟମ ଏବଂ ସହଯୋଗ ଯୋଗୁ ଉକ୍ତ ସଫଳତା ମିଳିପାରିଛି ବୋଲି ଶର୍ମା ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri