୨୦୩୬ ଓଡିଶା ପାଳିବ ଶତାବ୍ଦୀର ବର୍ଷ

ଖୋର୍ଦ୍ଧା,୧୫।୮(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ୭୮୍‌ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମବାୟ ଓ ବୟନଶିଳ୍ପ ମନ୍ତ୍ରୀ ସନନ୍ଦ ପଦ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ। ଖୋର୍ଦ୍ଧା ପୋଲିସ, ଆଇଆରବି ସମେତ ପୌରାଞ୍ଚଳର ୪୯ଟି ସ୍କୁଲ, ହାଇସ୍କୁଲ, କଲେଜର ଏନସିସି, ସ୍କାଉଟ ଆଣ୍ଡ ଗାଇଡ୍ସ, ଜୁନିଅର, ସିନିୟର ରେଡକ୍ରସ, ସିଭିଲିଆନ ପ୍ରମୁଖ ପରେଡରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସ୍ବାସ୍ଥ୍ୟ, କୃଷି ବିଭାଗ, ପୌର ପରିଷଦ ଏବଂ ରାଜ୍ୟ ସଡ଼କ ପରିବହନ ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା। ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମାନେ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ, ପଦ୍ମଶ୍ରୀ ଅରୁଣା ମହାନ୍ତି, ପ୍ରଭାକର ମହାରଣା ଓ ବିନୋଦ ମହାରଣା ଏବଂ ବଡି ବିଲଡିଂ ଜଗନ୍ନାଥ ଖୁଣ୍ଟିଆଙ୍କୁ ମୁଖ୍ୟଅତିଥି ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜୁନିଅର ଓ ସିନିୟରସ୍ତରରେ ଶ୍ରେଷ୍ଠ କଣ୍ଟିଜେଣ୍ଟକୁ ପୁରସ୍କୃତ କରାଯାଇଥିଲା। ଏଥିସହିତ ଯୁକ୍ତ ଦୁଇ କଳା, ବାଣିଯ୍ୟ ଓ ବିଜ୍ଞାନ ଟପ୍ପର ଏବଂ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ସମ୍ମାନିତ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ମନ୍ତ୍ରୀ ସ୍ବାଇଁ କହିଲେ ଖୋର୍ଦ୍ଧା ବୀରବର ମାଟି। ଏହି ମାଟିରୁ ବିଟ୍ରିଶ ବିରୋଧରେ ପାଇକ ବୀରମାନେ ସଶସ୍ତ୍ର ସଂଗ୍ରାମ କରିଥିଲେ। କଳା, ସାହିତ୍ୟ, ସଂସ୍କୃତି୍‌ର ପ୍ରବାହମାନ ଜାଗରଣ କରି ଓଡିଶାକୁ ସମୃଦ୍ଧ କରିଛି। ଓଡିଶା ଆଜି ପ୍ରଗତି ପଥରେ ଆଗେଇ ଚାଲିଛି। ୨୦୩୬ ଉତ୍କଳ ପ୍ରଦେଶ ଗଠନର ଶତାବ୍ଦୀ ବର୍ଷ ସୁଦ୍ଧା ବିକଶିତ ରାଜ୍ୟରେ ପରିଣତ ହେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଶାନ୍ତ ଜଗଦେବ, ଜିଲାପାଳ ଚଞ୍ଚଳ ରାଣା, ଏସପି ଅବିନାଶ କୁମାର ସମେତ ଜିଲାସ୍ତରୀୟ ଅଧିକାରୀ, ସ୍ଥାନୀୟ ବୁଦ୍ଧିଜିବୀ, ଶିକ୍ଷାବିତ, ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଭାଜପା ବିଧାୟକଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଅହମ୍ମଦାବାଦ୍‌,୭।୩:ଗୁଜରାଟରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଧାୟକ ଗୋବିନ୍ଦ ପରମାରଙ୍କର ପରଲୋକ ଘଟିଛି। ଦଳୀୟ ନେତାମାନେ ନିଶ୍ଚିତ କରିଛନ୍ତି ଯେ, ପରମାର ଆନନ୍ଦ ଜିଲାର ଉମରେଥ…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି

ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…

ଏକୁଟିଆ ପାଇ ମହିଳାଙ୍କ ଘରେ ପଶିଥିଲେ ଏନଆରଇଜିଏ ସହାୟକ, ହଠାତ୍‌ ଚାଲିଆସିଲେ ମହିଳାଙ୍କ ସ୍ବାମୀ, ଆଉ ତା’ପରେ…

ଭବାନୀପାଟଣା, ୭। ୩(ଉତ୍ତମ କୁମାର ଦାଶ ): ଚର୍ଚ୍ଚାରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଏନଆରଇଜିଏ ସହାୟକ ବିରଞ୍ଚି ଗହୀର। ତାଙ୍କ କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ…

IND vs NZ ଫାଇନାଲ ପୂର୍ବରୁ ଅଭିଷେକ ଶର୍ମାଙ୍କୁ ମିଳିଲା ‘ଗୁରୁ ମନ୍ତ୍ର’: ଭାରତୀୟ କିମ୍ବଦନ୍ତୀଙ୍କ ପରାମର୍ଶ ପରେ ଏବେ ଚୌକା, ଛକା ବର୍ଷା

ନୂଆଦିଲ୍ଲୀ,୭।୩: ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହେବ। ଭାରତ ଏବଂ ନ୍ୟୁଜିଲାଣ୍ଡ ପରସ୍ପରର ସାମ୍ନା କରିବେ। ଉଭୟ ଦଳ ଟୁର୍ନାମେଣ୍ଟରେ ଅସାଧାରଣ…

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri