Categories: Home Leftଖେଳ

୨୦୨୭ ଆଇପିଏଲ୍‌ ଆଗୁଆ ହୋଇପାରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୮ା୬- ମେ’ ମାସର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ଲାଗି ବିସିସିଆଇ ଆଇପିଏଲ୍‌କୁ ଆଗୁଆ କରିବାକୁ ଯୋଜନା ଚଳାଇଛି। ଆସନ୍ତା ବର୍ଷଠାରୁ ପରବର୍ତ୍ତୀ ସଂସ୍କରଣ ଲାଗି ମାର୍ଚ୍ଚ ୧୦ରୁ ମେ ୧୫ ପର୍ଯ୍ୟନ୍ତ ଓ୍ବିଣ୍ଡୋକୁ ଟାର୍ଗେଟ କରାଯାଉଥିବା ବୋର୍ଡର ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି।

ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କ୍ୟାଲେଣ୍ଡର କାରଣରୁ ଆଇପିଏଲ୍‌ରେ ମ୍ୟାଚ୍‌ ସଂଖ୍ୟା ୭୪ରୁ ବୃଦ୍ଧି କରାଯାଇପାରିବ ନାହିଁ। ସାଧାରଣତଃ ଆଇପିଏଲ୍‌ ମାର୍ଚ୍ଚ ମାସର ଶେଷ ସପ୍ତାହରେ ଆରମ୍ଭ ହୋଇ ମେ’ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ।

ଆଇପିଏଲ୍‌ ମାର୍ଚ୍ଚ ୨୮ ତାରିଖରେ ଆରମ୍ଭ ହୋଇ ୩୧ ମେ’ରେ ଶେଷ ହୋଇଥିଲା। ମେ’୧୫ ପୂର୍ବରୁ ଟୁର୍ନାମେଣ୍ଟ ଶେଷ କରିବାକୁ ଯୋଜନା ଚାଲିଛି। କାରଣ ଏହାପରେ ପ୍ରାକ୍‌ ମୌସୁମୀ ବର୍ଷା ହୁଏ। ଅନ୍ୟପକ୍ଷେ ଗରମ ପାଣିପାଗ ଉଭୟ ଖେଳାଳି ଓ ଦର୍ଶକଙ୍କ ଲାଗି ଅନୁକୂଳ ନୁହେଁ। ଏଣୁ ବିସିସିଆଇ ଓ ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲ ମଧ୍ୟରେ ଆଗୁଆ ଆଇପିଏଲ୍‌ ଆରମ୍ଭ କରିବା ସମ୍ପର୍କରେ ଆଲୋଚନା ଚାଲିଥିବା ଜଣାପଡିଛି।

Share