୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ ଭରସାପୂର୍ଣ୍ଣ ଦୃଷ୍ଟିରେ ଦେଖୁଛି। ପରବର୍ତ୍ତୀ ପିଢ଼ିର ସଂସ୍କାରକୁ ନେଇ ଭାରତର ଦ୍ରୁତ ପ୍ରଗତିକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ପ୍ରତ୍ୟେକ କ୍ଷେତ୍ରରେ ଏଭଳି ପ୍ରଗତି ଦେଖିବାକୁ ମିଳିଛି ଓ ଦେଶର ଅଭିବୃଦ୍ଧି କ୍ଷମତା ମଧ୍ୟ ବଢ଼ୁଛି।
ଭାରତ ସଂସ୍କାର ଏକ୍ସପ୍ରେସ୍‌ରେ ସବାର ହୋଇସାରିଛି ବୋଲି ମୁଁ ଅନେକ ଲୋକଙ୍କୁ କହିଆସୁଛି। ଏହି ସଂସ୍କାର ବା ରିଫର୍ମ ଏକ୍ସପ୍ରେସ୍‌ର ମୁଖ୍ୟ ଇଞ୍ଜିନ ହେଉଛି ଭାରତର ଜନସଂଖ୍ୟା, ଆମର ଯୁବପଢ଼ି ଏବଂ ଆମ ନାଗରିକମାନଙ୍କର ଅଦମ୍ୟ ସାହସ। ୨୦୨୫ ବର୍ଷ ଭାରତ ପାଇଁ ସଂସ୍କାରର ବର୍ଷ ରୂପେ ସ୍ମରଣୀୟ ହୋଇରହିବ। ଗତ ୧୧ ବର୍ଷ ମଧ୍ୟରେ ହାସଲ କରାଯାଇଥିବା ପ୍ରଗତିକୁ ଆଧାର କରି କ୍ରମାଗତ ସଂସ୍କାରର ଏକ ଜାତୀୟ ମିଶନକୁ ଏହି ବର୍ଷ ଦେଶ ଗ୍ରହଣ କରିଥିଲା। ଆମେ ପ୍ରତିଷ୍ଠାନଗୁଡ଼ିକୁ ଆଧୁନିକ ରୂପ ଦେଇଥିଲୁ। ପ୍ରଶାସନକୁ ସହଜ କରିଥିଲୁ ଏବଂ ଦୀର୍ଘସ୍ଥାୟୀ ତଥା ସମାବେଶୀ ବିକାଶର ମୂଳଦୁଆକୁ ଅଧିକ ମଜଭୁତ କରିଥିଲୁ। ଆମେ ନିର୍ଣ୍ଣାୟକ ଢଙ୍ଗରେ ଆଗକୁ ବଢ଼ିଛୁ… ଅଧିକ ଉଚ୍ଚାକାଂକ୍ଷା, ଦ୍ରୁତ କାର୍ଯ୍ୟକାରିତା ଏବଂ ଗଭୀର ରୂପାନ୍ତରଣ ଆମ ପ୍ରଗତିର ବାହକ ହୋଇଆସିଛି। ନାଗରିକଙ୍କୁ ସମ୍ମାନପୂର୍ଣ୍ଣ ଜୀବନ ଯୋଗାଇ ଦେବା, ଉଦ୍ୟୋଗୀଙ୍କୁ ଆତ୍ମବିଶ୍ୱାସର ସହିତ ଅଭିନବ ପଦକ୍ଷେପ ନେବାକୁ ସୁଯୋଗ ଦେବା ଏବଂ ପ୍ରତିଷ୍ଠାନଗୁଡ଼ିକୁ ସ୍ପଷ୍ଟତା ଓ ଭରସା ସହିତ କାମ କରିବା ଲାଗି ସକ୍ଷମ କରିବା ଆମ ସଂସ୍କାରର ଉଦ୍ଦେଶ୍ୟ। ମୁଁ ଏଠାରେ କେତେକ ସଂସ୍କାରର ଉଦାହରଣ ଦେବାକୁ ଚାହୁଁଛି।
ଜିଏସଟି ସଂସ୍କାର:
* ୫% ଓ ୧୮%ର ଏକ ସ୍ପଷ୍ଟ ଦୁଇଟିକିଆ ସ୍ଲାବ୍‌ ଢାଞ୍ଚା କାର୍ଯ୍ୟକାରୀ ହୋଇଛି। * ସାଧାରଣ ପରିବାର, ଏମଏସ୍‌ଏମ୍‌ଇ, ଚାଷୀ ଓ ଶ୍ରମିକ ସଘନ କ୍ଷେତ୍ର ଉପରେ ବୋଝ ହ୍ରାସ କରାଯାଇଛି। * ଆମର ଉଦ୍ଦେଶ୍ୟ ହେଉଛି ବିବାଦ ହ୍ରାସ କରିବା ଏବଂ ଉନ୍ନତ ଅନୁପାଳନ ସୁନିଶ୍ଚିତ କରିବା। * ଏହି ସଂସ୍କାର ଉପଭୋକ୍ତାଙ୍କ ଭାବନାକୁ ପ୍ରୋତ୍ସାହିତ କରିଛି। ପାର୍ବଣ ଋତୁରେ ବିକ୍ରି ବୃଦ୍ଧି ପାଇଛି।
ମଧ୍ୟବିତ୍ତଙ୍କ ପାଇଁ ଅତୁଳନୀୟ ଆଶ୍ୱସ୍ତି:
* ପ୍ରଥମତଃ, ଗୋଟିଏ ବର୍ଷରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିବିଶେଷଙ୍କୁ ଆଦୌ ଆୟକର ଦେବାକୁ ପଡ଼ିବ ନାହିଁ। * ୧୯୬୧ର ପୁରୁଣା ଆୟକର ଆଇନ ସ୍ଥାନରେ ଆଧୁନିକ ଏବଂ ସହଜ ଆୟକର ଆଇନ, ୨୦୨୫ କାର୍ଯ୍ୟକାରୀ ହୋଇଛି ।
* ଏସବୁ ସଂସ୍କାର ଭାରତକୁ ଏକ ସ୍ବଚ୍ଛ, ପ୍ରଯୁକ୍ତି ଆଧାରିତ ଟିକସ ପ୍ରଶାସନ ଦିଗରେ ନେଇଯାଉଛି।
କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟକୁ ପ୍ରୋତ୍ସାହନ:
*‘କ୍ଷୁଦ୍ର କମ୍ପାନୀ’ର ପରିଭାଷାକୁ ବଦଳାଇ ସେଥିରେ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର ଥିବା କମ୍ପାନୀଗୁଡ଼ିକୁ ସାମିଲ କରାଯାଇଛି। * ହଜାର ହଜାର କମ୍ପାନୀଙ୍କ ପାଇଁ ଅନୁପାଳନ ବୋଝ ଏବଂ ଏହା ସହିତ ଜଡ଼ିତ ଖର୍ଚ୍ଚ ହ୍ରାସ ପାଇବ।
୧୦୦% ଏଫ୍‌ଡିଆଇ ବୀମା ସଂସ୍କାର:
* ଭାରତୀୟ ବୀମା କମ୍ପାନୀରେ ୧୦୦% ଏଫ୍‌ଡିଆଇକୁ ମଞ୍ଜୁରୀ ମିଳିଛି। * ଏହାଦ୍ୱାରା ବୀମାର ପ୍ରସାର ବଢ଼ିବ ଏବଂ ଲୋକଙ୍କୁ ସୁରକ୍ଷା ମିଳିପାରିବ। * ବର୍ଦ୍ଧିତ ପ୍ରତିଦ୍ୱନ୍ଦ୍ୱିତା ବ୍ୟତୀତ ଏହା ଲୋକଙ୍କୁ ଉନ୍ନତ ବୀମା ବିକଳ୍ପ ଏବଂ ଉନ୍ନତ ସେବା ବିତରଣ ପ୍ରଦାନ କରିବ।
ପ୍ରତିଭୂତି ବଜାରରେ ସଂସ୍କାର:
* ସିକ୍ୟୁରିଟିଜ୍‌ ବା ପ୍ରତିଭୂତି ସଂହିତା ବିଲ୍‌ ସଂସଦରେ ଉପସ୍ଥାପନ କରାଯାଇଛି। ଏହା ସେବିରେ ପ୍ରଶାସନିକ ନିୟମକୁ ଉନ୍ନତ କରିବା ସହିତ ନିବେଶକଙ୍କ ସୁରକ୍ଷା ବଢ଼ାଇବ, ଅନୁପାଳନ ବୋଝକୁ ହ୍ରାସ କରିବ ଏବଂ ବିକଶିତ ଭାରତ ପାଇଁ ପ୍ରଯୁକ୍ତି ଆଧାରିତ ସିକ୍ୟୁରିଟିଜ ମାର୍କେଟ ବା ପ୍ରତିଭୂତି ବଜାରକୁ ସକ୍ଷମ କରିବ। * ସଂସ୍କାର ଦ୍ୱାରା ଅନୁପାଳନ ଓ ଅନ୍ୟାନ୍ୟ ବୋଝ ହ୍ରାସ ପାଇବା ଫଳରେ ସଞ୍ଚୟ ସୁନିଶ୍ଚିତ ହେବ।
ସାମୁଦ୍ରିକ ଓ ନୀଳ ଅର୍ଥବ୍ୟବସ୍ଥା ଦିଗରେ ସଂସ୍କାର:
* ସଂସଦର ଗୋଟିଏ ଅଧିବେଶନ, ମୌସୁମୀ ଅଧିବେଶନରେ, ପାଞ୍ଚଟି ଐତିହାସିକ ସାମୁଦ୍ରିକ ଆଇନ ଗୃହୀତ ହୋଇଛି: ଦ ବିଲ୍ସ ଅଫ୍‌ ଲ୍ୟାଡିଂ ଆଇନ, ୨୦୨୫; ଉପକୂଳ ଜାହାଜ ଚଳାଚଳ ବିଲ୍‌, ୨୦୨୫; ଦ ମର୍ଚ୍ଚାଣ୍ଟ ଶିପିଂ ବିଲ୍‌, ୨୦୨୫ ଏବଂ ଦ ଇଣ୍ଡିଆନ ପୋର୍ଟସ ବିଲ, ୨୦୨୫। * ଏସବୁ ସଂସ୍କାର କାଗଜପତ୍ର କାମକୁ ସରଳ କରିବ, ବିବାଦ ସମାଧାନକୁ ସହଜ କରିବ ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ। *୧୯୦୮, ୧୯୨୫ ଏବଂ ୧୯୫୮ର ପୁରୁଣା ଆଇନକୁ ପରିବର୍ତ୍ତନ କରାଯାଇଛି।
ଜନ ବିଶ୍ୱାସ… ଅପରାଧୀକରଣର ଯୁଗ ଶେଷ:
* ଶତାଧିକ ପୁରୁଣା ଆଇନକୁ ଉଚ୍ଛେଦ କରାଯାଇଛି। * ଉଚ୍ଛେଦ ଏବଂ ସଂଶୋଧନ ବିଲ୍‌ ୨୦୨୫ ମାଧ୍ୟମରେ ୭୧ଟି ପୁରୁଣା ଆଇନ ଉଚ୍ଛେଦ କରାଯାଇଛି।
ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ:
* ସିନ୍ଥେଟିକ ଫାଇବର, ୟାର୍ନ, ପ୍ଲାଷ୍ଟିକ୍‌, ପଲିମର ଏବଂ ବେସ୍‌ ମେଟାଲରେ ମୋଟ ୨୨ଟି କ୍ୟୁସିଓକୁ ରଦ୍ଦ କରାଯାଇଛି। ଅନ୍ୟପଟେ ବିଭିନ୍ନ ଷ୍ଟିଲ, ଇଞ୍ଜିନିୟର୍ଡ, ଇଲେକ୍‌ଟ୍ରିକାଲ, ଆଲଏ ଏବଂ ଉପଭୋକ୍ତା ଉତ୍ପାଦ ବର୍ଗରେ ୫୩ଟି କ୍ୟୁସିଓକୁ ବାତିଲ କରାଯାଇଛି। ଏଥିରେ ବହୁସଂଖ୍ୟାରେ ଶିଳ୍ପ ଓ ଉପଭୋକ୍ତା ସାମଗ୍ରୀ ସାମିଲ ରହିଛି। ଏହାଦ୍ୱାରା ଭାରତର ପୋଷାକ ରପ୍ତାନି ବୃଦ୍ଧି ପାଇବ; ଜୋତା, ଅଟୋମୋବାଇଲ ଭଳି ଭିନ୍ନ ଭିନ୍ନ ଶିଳ୍ପରେ ଉତ୍ପାଦନ ଖର୍ଚ୍ଚ କମିବ ଏବଂ ଘରୋଇ ଉପଭୋକ୍ତାଙ୍କୁ ଇଲେକ୍ଟ୍ରୋନିକ୍ସ, ସାଇକେଲ ଏବଂ ଅଟୋମୋଟିଭ ଉତ୍ପାଦ କମ୍‌ ଦାମରେ ମିଳିପାରିବ।
ଐତିହାସିକ ଶ୍ରମ ସଂସ୍କାର:
* ଶ୍ରମ ଆଇନକୁ ନୂଆ ରୂପ ଦିଆଯାଇଛି, ଯେଉଁଥିରେ ୨୯ଟି ଭିନ୍ନ ଭିନ୍ନ ଆଇନକୁ ମିଶାଇ ଚାରିଟି ଆଧୁନିକ ଶ୍ରମ ସଂହିତା ପ୍ରସ୍ତୁତ କରାଯାଇଛି।
* ଭାରତ ଏପରି ଏକ ଶ୍ରମ ଢାଞ୍ଚା ପ୍ରସ୍ତୁତ କରିଛି, ଯାହା ଶ୍ରମିକଙ୍କ ହିତ ରକ୍ଷା କରିବା ସହିତ ବ୍ୟବସାୟ ପାଇଁ ଅନୁକୂଳ ପରିବେଶକୁ ମଧ୍ୟ ପ୍ରୋତ୍ସାହନ ଦେବ।
* ଏସବୁ ସଂସ୍କାର ଉଚିତ ବେତନ, ଠିକ୍‌ ସମୟରେ ବେତନ ପୈଠ, ଉନ୍ନତ ଶିଳ୍ପ ସମ୍ପର୍କ, ସାମାଜିକ ସୁରକ୍ଷା ଏବଂ ସୁରକ୍ଷିତ କାର୍ଯ୍ୟ ପରିବେଶ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ। ଏହାଦ୍ୱାରା ଶ୍ରମଶକ୍ତିରେ ମହିଳାଙ୍କ ଅଧିକ ଭାଗୀଦାରି ସୁନିଶ୍ଚିତ ହେବ।
ଠିକା ଶ୍ରମିକଙ୍କ ସମେତ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଇଏସ୍‌ଆଇସି ଏବଂ ଇପିଏଫ୍‌ଓ ଅଧୀନକୁ ଅଣାଯାଇଛି, ଯଦ୍ଦ୍ବାରା ଔପଚାରିକ ଶ୍ରମଶକ୍ତିର ପରିସର ବୃଦ୍ଧି ପାଇଛି।
ଭାରତୀୟ ଉତ୍ପାଦ ପାଇଁ ବିବିଧ ଏବଂ ବିସ୍ତୃତ ବଜାର:
*ନ୍ୟୁଜିଲାଣ୍ଡ, ଓମାନ ଏବଂ ବ୍ରିଟେନ ସହ ବାଣିଜି୍ୟକ ରାଜିନାମା ସ୍ବାକ୍ଷରିତ ହୋଇଛି। ଏହା ନିବେଶ ବଢ଼ାଇବା ସହିତ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବ। ଏହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀମାନେ ମଧ୍ୟ ଲାଭ ପାଇବେ। ଏହା ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଏକ ଭରସାଯୋଗ୍ୟ ଓ ଦକ୍ଷ ସହଯୋଗୀ ରୂପେ ଭାରତର ସ୍ଥିତିକୁ ମଜଭୁତ କରିଥାଏ।
* ସୁଜରଲ୍ୟାଣ୍ଡ, ନରୱେ, ଆଇସ୍‌ଲ୍ୟାଣ୍ଡ ଏବଂ ଲିକ୍ଟନଷ୍ଟାଇନକୁ ନେଇ ଗଠିତ ୟୁରୋପୀୟ ବାଣିଜ୍ୟ ସଂଘ ସହିତ ଏଫ୍‌ଟିଏକୁ କାର୍ଯ୍ୟକାରୀ କରାଯାଇଛି। ଏହା ବିକଶିତ ୟୁରୋପୀୟ ଅର୍ଥବ୍ୟବସ୍ଥା ସହିତ ଭାରତର ପ୍ରଥମ ଏଫ୍‌ଟିଏ।
ଆଣବିକ ଶକ୍ତି ସଂସ୍କାର:
* ‘ଶାନ୍ତି’ ଆଇନ ଭାରତର ସ୍ବଚ୍ଛ ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟାର ଯାତ୍ରାରେ ଏକ ବଡ଼ ପରିବର୍ତ୍ତନକାରୀ ପଦକ୍ଷେପ। ଏହା ଆଣବିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁରକ୍ଷିତ, ନିରାପଦ ଏବଂ ଉତ୍ତରଦାୟୀ ବିସ୍ତାର ଲାଗି ଏକ ମଜବୁତ ଢାଞ୍ଚା ସୁନିଶ୍ଚିତ କରିଥାଏ।
* ଏହା ଡାଟା ସେଣ୍ଟର, ଅତ୍ୟାଧୁନିକ ତଥା ଉନ୍ନତ ଉତ୍ପାଦନ, ସବୁଜ ହାଇଡ୍ରୋଜେନ ଏବଂ ଉଚ୍ଚ-ପ୍ରଯୁକ୍ତି ଆଧାରିତ ଶିଳ୍ପକୁ ଶକ୍ତି ପ୍ରଦାନ କରି ଭାରତକୁ ଏଆଇ ଯୁଗରେ ବର୍ଦ୍ଧିତ ଶକ୍ତି ଆବଶ୍ୟକତାକୁ ପୂରଣ କରିବାରେ ସହାୟତା କରିବ। * ସ୍ବାସ୍ଥ୍ୟସେବା, କୃଷି, ଖାଦ୍ୟ ସୁରକ୍ଷା, ଜଳ ପରିଚାଳନା, ଉଦ୍ୟୋଗ, ଗବେଷଣା ଓ ପରିବେଶ ସ୍ଥିରତାରେ ପରମାଣୁ ପ୍ରଯୁକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାରକୁ ପ୍ରୋତ୍ସାହନ ମିଳିବ, ଯଦ୍ଦ୍ବାରା ସମାବେଶୀ ବିକାଶ ଓ ଜୀବନର ଉନ୍ନତ ଗୁଣବତ୍ତାକୁ ସମର୍ଥନ ମିଳିପାରିବ। * ଘରୋଇ କ୍ଷେତ୍ରର ଭାଗୀଦାରି, ନବୋନ୍ମେଷ ଏବଂ ଦକ୍ଷତା ବିକାଶ ପାଇଁ ନୂଆ ରାସ୍ତା ଖୋଲିବ। ଭାରତର ଯୁବପିଢ଼ିଙ୍କୁ ନୂଆ ପ୍ରଯୁକ୍ତିବିଦ୍ୟା ଏବଂ ପରବର୍ତ୍ତୀ ପିଢ଼ିର ଶକ୍ତି ସମାଧାନରେ ଆଗକୁ ବଢ଼ିବାର ସୁଯୋଗ ସୃଷ୍ଟି କରିବ। ଏହା ନିବେଶକ, ଉଦ୍ଭାବକ ଏବଂ ପ୍ରତିଷ୍ଠାନଗୁଡ଼ିକ ପାଇଁ ଭାରତ ସହ ଭାଗୀଦାରି ପ୍ରତିଷ୍ଠା କରିବା, ଭାରତରେ ନିବେଶ କରିବା, ନବସୃଜନ ଏବଂ ଏକ ସ୍ବଚ୍ଛ, ମଜଭୁତ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶକ୍ତି ଇକୋସିଷ୍ଟମ ନିର୍ମାଣ କରିବା ପାଇଁ ଏକ ଉପଯୁକ୍ତ ମୁହୂର୍ତ୍ତ।
ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟିରେ ଏକ ଐତିହାସିକ ସଂସ୍କାର:
* ବିକଶିତ ଭାରତ- ଜୀ ରାମ ଜୀ ଆଇନ, ୨୦୨୫ ରୋଜଗାର ଗ୍ୟାରେଣ୍ଟି ବ୍ୟବସ୍ଥା ନିଶ୍ଚିତ ରୋଜଗାର ଦିବସ ସଂଖ୍ୟାକୁ ୧୦୦ ଦିନରୁ ବଢ଼ାଇ ୧୨୫ ଦିନ କରିଛି। ଏହାଦ୍ୱାରା ଗାଁର ଭିତ୍ତିଭୂମି ଏବଂ ଜୀବିକାକୁ ମଜଭୁତ କରିବା ଦିଗରେ ଖର୍ଚ୍ଚ ବଢ଼ିବ। ଏହାର ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ କାମକୁ ଅଧିକ ରୋଜଗାର ଓ ଉନ୍ନତ ସମ୍ପତ୍ତି ସୁନିଶ୍ଚିତ କରିବାର ମାଧ୍ୟମରେ ପରିଣତ କରିବା।
ଶିକ୍ଷା ସଂସ୍କାର: ସଂସଦରେ ବିଲ୍‌ ଉପସ୍ଥାପିତ:
* ଏକକ, ଏକୀକୃତ ଉଚ୍ଚଶିକ୍ଷା ନିୟାମକ ପ୍ରତିଷ୍ଠା କରାଯିବ। ୟୁଜିସି, ଏଆଇସିଟିଇ, ଏନ୍‌ସିଟିଇ ପରି ଏକାଧିକ ପ୍ରତିଷ୍ଠାନ ସ୍ଥାନରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍‌ କାର୍ଯ୍ୟକାରୀ କରାଯିବ। ଉଦ୍ଭାବନ ଏବଂ ଗବେଷଣାକୁ ପ୍ରୋତ୍ସାହିତ କରିବା ସହିତ ସଂସ୍ଥାଗୁଡ଼ିକ ସ୍ବାୟତ୍ତ କ୍ଷମତାକୁ ସୁଦୃଢ଼ କରାଯିବ।
କେବଳ ପରିମାଣ ଦୃଷ୍ଟିରୁ ନୁହେଁ, ଅନ୍ତର୍ନିହିତ ଦର୍ଶନ ଦୃଷ୍ଟିରୁ ମଧ୍ୟ ୨୦୨୫ର ସଂସ୍କାରଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମ ସରକାର ଏକ ଆଧୁନିକ ଗଣତନ୍ତ୍ରର ପ୍ରକୃତ ଭାବନା ନେଇ ନିୟନ୍ତ୍ରଣ ପରିବର୍ତ୍ତେ ସହଯୋଗ ଏବଂ ନିୟାମକ ପରିବର୍ତ୍ତେ ସୁବିଧାକୁ ପ୍ରାଥମିକତା ଦେଇଛି। ସହାନୁଭୂତିର ସହିତ ଏହି ସଂସ୍କାରଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଏଥିରେ କ୍ଷୁଦ୍ର ବ୍ୟବସାୟିକ ସଂସ୍ଥା, ଯୁବ ପେସାଦାର, କୃଷକ, ଶ୍ରମିକ ଏବଂ ମଧ୍ୟବିତ୍ତ ବର୍ଗର ବାସ୍ତବତା ପ୍ରତି ଧ୍ୟାନ ଦିଆଯାଇଛି। ବିଚାରବିମର୍ଶ ଦ୍ୱାରା ଏହାକୁ ଆକାର ଦିଆଯାଇଛି । ଏହା ତଥ୍ୟ ଦ୍ୱାରା ପରିଚାଳିତ ହୋଇଛି ଓ ଭାରତର ସାମ୍ବିଧାନିକ ମୂଲ୍ୟବୋଧ ଆଧାରରେ ସ୍ଥିର ହୋଇଛି। ଏଗୁଡ଼ିକ ଅନେକ ଦଶନ୍ଧି ଧରି ଚାଲି ଆସୁଥିବା ନିୟନ୍ତ୍ରଣ-ଆଧାରିତ ଅର୍ଥ ବ୍ୟବସ୍ଥାଠାରୁ ଦୂରେଇ ଯାଇ ବିଶ୍ୱାସର ଢାଞ୍ଚାରେ କାର୍ଯ୍ୟ କରୁଥିବା ଅର୍ଥ ବ୍ୟବସ୍ଥା ଆଡ଼କୁ ସ୍ଥାନାନ୍ତରିତ ହେବା ପାଇଁ ଆମର ପ୍ରୟାସକୁ ଗତି ପ୍ରଦାନ କରୁଛି। ଏଥିରେ ନାଗରିକ କଲ୍ୟାଣ ପ୍ରତି ଗୁରୁତ୍ୱ ଦିଆଯାଇଛି ।
ଏସବୁ ସଂସ୍କାରର ଲକ୍ଷ୍ୟ ହେଉଛି, ଏକ ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତ ଗଠନ । ବିକଶିତ ଭାରତ ନିର୍ମାଣ କରିବା ଆମ ବିକାଶ ଯାତ୍ରାର ମୂଳ ଲକ୍ଷ୍ୟ। ଆଗାମୀ ଦିନରେ ମଧ୍ୟ ଆମେ ସଂସ୍କାର ଲକ୍ଷ୍ୟକୁ ନେଇ ଆଗକୁ ବଢ଼ିବୁ। ଭାରତର ବିକାଶ ଗାଥା ସହ ନିଜର ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ଲାଗି ମୁଁ ଭାରତ ଏବଂ ବିଦେଶରେ ରହୁଥିବା ସମସ୍ତଙ୍କୁ ଅନୁରୋଧ କରୁଛି। ଭାରତ ଉପରେ ଭରସା କରି ଆମ ଲୋକଙ୍କ ଉପରେ ନିବେଶ କରନ୍ତୁ।

ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri