Posted inଜାତୀୟ

୨୦୨୪ରେ ରାହୁଲଙ୍କୁ ଘେରିବାକୁ ରଣନୀତି, ୱାୟନାଡରେ ପ୍ରାର୍ଥୀ ଦେବ ଭାଜପା

ନୂଆଦିଲ୍ଲୀ,୧୬।୧୨: ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତି ଆରମ୍ଭ କରିସାରିଛି। ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ ମଇଦାନରେ ଘେରିବାକୁ ଚେଷ୍ଟା କରିବା ଆରମ୍ଭ କରିଦେଇଛନ୍ତି। ଶୁକ୍ରବାର ଭାଜପା କହିଛି, କେରଳର ନିଜର ଗଠବନ୍ଧନ ସହଯୋଗୀ ଭାରତ ଧର୍ମ ଜନସେନା (ବିଡିଜେଏସ୍‌)ରୁ ୱାୟନାଡ ଲୋକ ସଭା ଆସନ ନେବ। ଅର୍ଥାତ୍‌ ୨୦୨୪ରେ ଭାରତୀୟ ଜନତା ପାର୍ଟି ଏହି ଆସନରେ ନିଜର ପ୍ରାର୍ଥୀ ଦେବାକୁ ଚାହୁଁଛି।

ଭାଜପା କେରଳର ସଭାପତି କେ ସୁରେନ୍ଦ୍ରନ କହିଛନ୍ତି , ରାହୁଲ ଗାନ୍ଧୀ କିମ୍ବା ଅନ୍ୟ କୌଣସି ବରିଷ୍ଠ କଂଗ୍ରେସ ନେତା ୱାୟନାଡରୁ ପ୍ରତିଦ୍ୱନ୍ଦ୍ୱିତା କଲେ ମଧ୍ୟ ଏଥର ଭାଜପା ଏହି ଆସନରୁ ପ୍ରାର୍ଥୀ ଦେବ। ବର୍ତ୍ତମାନ ଏହି ସିଟ୍‌ ଏହାର ସହଯୋଗୀ ପାର୍ଟନର ବିଡିଜେଏସ୍‌ ସହିତ ଅଛି, କିନ୍ତୁ ଏଥିରୁ ଏହି ଆସନ ନେବାକୁ ଆଲୋଚନା ଚାଲିଛି। ପ୍ରାରମ୍ଭିକ ସ୍ତରର ଆଲୋଚନା ସଫଳ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କୁଲାଡ ରଥଯାତ୍ରା; ୧୨ରେ ପ୍ରସ୍ତୁତି ବୈଠକ, ରଥ ମରାମତି ପାଇଁ କାଠ ଚୟନ….

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ପ୍ରତିଷ୍ଠା ହୋଇଥିଲା। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ମନ୍ଦିର…

କେସିଙ୍ଗା ମେଡିକାଲ ଉପରେ ପଡ଼ିଲା ଗଛ, ଭାଙ୍ଗିଗଲା….

କେସିଙ୍ଗା,୧୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବର୍ହିବିଭାଗ ସମ୍ମୁଖରେ ପଡ଼ିଗଲା ବିରାଟକାୟ ଗଛ । ଅଳ୍ପକେ ଦୁର୍ଘଟଣା ବର୍ତ୍ତିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ…

କଂଗ୍ରେସରେ ମିଶିବେ ମମତା? ମୁହଁ ଖୋଲିଲା TMC, ରାଜନୀତିରେ ଚହଳ

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଦଳର ବିଧାୟକମାନଙ୍କ ବିଦାୟ ପରେ, ଏମପିମାନେ ମଧ୍ୟ ଦଳ ଛାଡିବାକୁ ପ୍ରସ୍ତୁତ…

ମମତାଙ୍କ ଠୁ ୬ଗୁଣା ଅଧିକ ଧନୀ ସାୟନି ଘୋଷ, ଏତେ ଟଙ୍କାର ମାଲିକାଣୀ…

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନ ଫଳାଫଳ ଏବଂ ରାଜ୍ୟରେ ଭାଜପା ସରକାର ଗଠନ ପରେ, ୧୫ ବର୍ଷ ଧରି ବଙ୍ଗଳାରେ ଶାସନ କରିଥିବା ତୃଣମୂଳ କଂଗ୍ରେସ (ଟିଏମସି)…

ଧାନ ଚୋରି କରି ନେଇଯାଉଥିବା ବେଳେ ଦୁର୍ଘଟଣା ହେଲା ଟ୍ରକ, ଚାଳକ….

ଅତାବିରା,୧୦।୬(ଯୁଧିଷ୍ଠିର ମହାପାତ୍ର): ରାଜ୍ୟରେ ରବି ଧାନ କିଣାବିକା ଅବଧି ଯେତେ ବିତୁଛି, ସେତିକି ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟୋକନ ତ ଆଉ କେତେବେଳେ…

ଧକ୍କା ଦେଇ ସ୍କୁଟିକୁ ଘୋଷାଡ଼ି ନେଲା ପିକ୍‌ଅପ୍‌, ଆଉ ତା’ ପରେ…

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଖଦାଲପଡ଼ା ସୁରୁଚି ମାର୍କେଟ ସମ୍ମୁଖ ରାସ୍ତାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ପିକ୍‌ଅପ୍‌ ଗାଡ଼ି ଜଣେ ଓକିଲଙ୍କ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟ ଶେଷ କରିବାକୁ ହିତାଧିକାରୀଙ୍କୁ ନିର୍ଦ୍ଦେଶ

କେସିଙ୍ଗା,୧୦ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ସଭାପତିତ୍ୱରେ ପୌର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ୧.୦ ମାଧ୍ୟମରେ କାର୍ଯ୍ୟ ସମ୍ପୂର୍ଣ୍ଣ କରୁ…

ଦୁର୍ଘଟଣାରେ ମା’-ଝିଅଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ମା’ ଝିଅଙ୍କ ମୃତ୍ୟୁ ଘଟିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri