Posted inଖେଳ

ପୁରୁଷ ହକି ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ,୮।୯: ପୁରୁଷ ହକି ବିଶ୍ୱକପ ୨୦୨୩ ପାଇଁ ଗୁରୁବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ୧୬ଟି ଦଳ ଚାରୋଟି ଭିନ୍ନ ଗ୍ରୁପ୍‌ରେ ସ୍ଥାନିତ କରାଯାଇଛି। ଭାରତ ଇଂଲଣ୍ଡ, ସ୍ପେନ ଏବଂ ୱେଲ୍ସ ସହିତ ଗ୍ରୁପ ଡିରେ ଅଛି। ଏଥି ସହିତ ଅଷ୍ଟ୍ରେଲିଆ ଗ୍ରୁପ ଏରେ ଆର୍ଜେଣ୍ଟିନା, ଫ୍ରାନ୍ସ ଏବଂ ଦକ୍ଷିଣ ଆଫ୍ରିକାକୁ ଗ୍ରହଣ କରିବ। ଗ୍ରୁପ ବିରେ ବେଲଜିୟମ, ଜର୍ମାନୀ, କୋରିଆ ଏବଂ ଜାପାନ ସ୍ଥାନିତ ହୋଇଛି। ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ, ମାଲେସିଆ ଏବଂ ଚିଲି ଗ୍ରୁପ ସିରେ ଅଛନ୍ତି। ଏହି ଟୁର୍ନାମେଣ୍ଟ ଜାନୁୟାରୀ ୧୩, ୨୦୨୩ରୁ ଜାନୁୟାରୀ ୨୯, ୨୦୨୩ ପର୍ଯ୍ୟନ୍ତ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ଭାରତ ଏହି ଟୁର୍ନାମେଣ୍ଟ ଆୟୋଜନ କରୁଛି। ଏଭଳି ପରିସ୍ଥିତିରେ ହକି ର଼୍ୟାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ଥିବା ଭାରତୀୟ ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି। କମନୱେଲଥ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଅଷ୍ଟ୍ରେଲିୟ ଦଳ ଆର୍ଜେଣ୍ଟିନା, ଫ୍ରାନ୍ସ ଏବଂ ଚିଲି ସହିତ ଗ୍ରୁପ-ଏରେ ସ୍ଥାନିତ ହୋଇଛି। ଗତ ଥର ଚାମ୍ପିୟନ ବେଲଜିୟମ ଏସୀୟ ଚାମ୍ପିୟନ ଦକ୍ଷିଣ କୋରିଆ, ଜର୍ମାନୀ ଏବଂ ଜାପାନ ସହିତ ଗ୍ରୁପ ବିରେ ଅଛନ୍ତି।
ହକି ବିଶ୍ୱକପର ୫୨ ବର୍ଷ ଇତିହାସରେ ଭାରତୀୟ ଦଳ କେବଳ ଥରେ ଟାଇଟଲ ଜିତିଛି। ୧୯୭୫ରେ, ଭାରତୀୟ ଦଳ ମାଲେସିଆରେ ଚାମ୍ପିଅନ ହୋଇଥିଲେ। ଏହା ବ୍ୟତୀତ ଭାରତ ୧୯୭୩ ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ୧୯୭୧ରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ ଅନୁଷ୍ଠିତ ହୋଇଥିଲା ଏବଂ ଟିମ ଇଣ୍ଡିଆ ତୃତୀୟ ସ୍ଥାନ ଅଧିକାର କରିଥିଲା। ଭାରତରେ ଚତୁର୍ଥ ଥର ପାଇଁ ଏହି ଟୁର୍ନାମେଣ୍ଟ ଆୟୋଜିତ ହେଉଛି। ଭାରତ ପୂର୍ବରୁ ୧୯୮୨, ୨୦୧୦ ଏବଂ ୨୦୧୮ରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିଥିଲା। ହକି ବିଶ୍ୱକପ ଇତିହାସରେ ପାକିସ୍ତାନ ସବୁଠାରୁ ସଫଳ ଦଳ। ଏହି ଟୁର୍ନାମେଣ୍ଟକୁ ପାକିସ୍ତାନ ସର୍ବାଧିକ ଚାରିଥର ଜିତିଛି।

Image


Enter your email to get our daily news in your inbox.

All Right Reserved By Dharitri.Com

୧୮ ବର୍ଷରେ ପଦାର୍ପଣ କଲା IPL: ଯେଉଁ ମଇଦାନରେ ଖେଳାଯାଇଥିଲା ପ୍ରଥମ ମ୍ୟାଚ, ଆଜି ସେଠି ଲେଖାଯିବ ଇତିହାସ

ନୂଆଦିଲ୍ଲୀ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ ଆଜି ୧୮ ବର୍ଷ ପୂରଣ କରୁଛି। ଏହି ଲିଗ ଏପ୍ରିଲ ୧୮, ୨୦୦୮ରେ ଆରମ୍ଭ ହୋଇଥିଲା। ଲିଗ୍‌ର ପ୍ରଥମ ମ୍ୟାଚ ବେଙ୍ଗାଲୁରୁର…

ଘରେ ପଶି ନେଇଥିଲେ ନଗଦ ଟଙ୍କା,ସୁନା ଛାଡ଼ି ନଥିଲେ ବି ଲୁଗା: ଘଟଣାର ୪ ମାସ ପରେ ପର୍ଦ୍ଦାଫାଶ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମର ଏନ. ରାଜିୟା ରେଡ୍ଡୀଙ୍କ ଘରେ ପଶି ନଗଦ ୬୦ ହଜାର ଟଙ୍କା,…

ଅତିରିକ୍ତ ଜିଲାପାଳ ତଦାରଖ କଲେ ଜନଗଣନା କାର୍ଯ୍ୟ: ଘର ଘର ବୁଲି କଲେ…

ଗଞ୍ଜାମ,୧୮।୪(ବିଦ୍ୟାଧର ସାହୁ ): ଜନଗଣନା ଚାଲିଥିବାବେଳେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ମଧ୍ୟ ଏହା ଜାରି ରହିଛି l ଏଥିରେ ସ୍କୁଲ ଶିକ୍ଷୟିତ୍ରୀ/ଶିକ୍ଷକମାନେ ନିୟୋଜିତ ଅଛନ୍ତି। ଠିକ ଭାବେ…

ବନ୍ଦ ହୋଇଯିବ ହର୍ମୁଜ ପ୍ରଣାଳୀ? ଫେରିଗଲା ୨୧ ଜାହାଜ, ଇରାନ ଦେଲା ବଡ଼ ଓ୍ବାର୍ଣ୍ଣିଂ

ତେହରାନ,୧୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମୟସୀମା ନିକଟତର ହେବା ସହିତ, ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ…

କାମ କରୁଥିବା ବେଳେ ପଡ଼ିଲେ ତଳେ: ଅଂଶୁଘାତରେ  ମୃତ୍ୟୁ ସନ୍ଦେହ

ସମ୍ବଲପୁର,୧୮।୪(ପ୍ରମୋଦ ବହିଦାର): ସମ୍ବଲପୁର ସହର ସମେତ ସମଗ୍ର ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଅଂଶୁଘାତ ସନ୍ଦେହ କରାଯାଉଛି।…

ବନ୍ତରୁ ଉଦ୍ଧାର ହେଲା ଅତି ବିରଳ ସାପ: ଚିକିତ୍ସା ପାଇଁ ଯିବ ନନ୍ଦନକାନନ

ବନ୍ତ,୧୮।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ହରିଜନ ସାହିରୁ ଏକ ଅତି ବିରଳ ରଙ୍ଗର ସାପକୁ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ହଳଦିଆ…

ଇରାନ ସହ କଥା ହେବା ମଧ୍ୟରେ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ ବୁଧବାର ସୁଦ୍ଧା ଡିଲ ନ ହେଲେ…

ଓ୍ବାଶିଂଟନ,୧୮।୪: ଇରାନ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ ବର୍ତ୍ତମାନର ଯୁଦ୍ଧବିରତି ଅଧିକ ଦିନ ପର୍ଯ୍ୟନ୍ତ ରହିପାରିବ…

ପ୍ରାଇଭେଟ୍‌ ଚାକିରିଆଙ୍କ ପାଇଁ ଦୁଃଖ ଖବର! ନୂଆ ଲେବର କୋଡ୍‌ ଯୋଗୁ ଦରମାରୁ କଟିଯିବ ଏତେ ଟଙ୍କା…

ନୂଆଦିଲ୍ଲୀ,୧୮।୪: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂଆ ଲେବର କୋଡ୍ (New Labour Code) ଅଧୀନରେ ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଅନେକ ନୂତନ ନିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri