Posted inଖେଳ

୨୦୨୨ ଫିଫା ବିଶ୍ୱକପ୍:‌ ଅଧିକ ଭାରତୀୟ ଦର୍ଶକ ସାମିଲ ହେବା ନେଇ ଆୟୋଜକ ଆଶାବାଦୀ

ମୁମ୍ବାଇ,୨୯।୧୦(ପି.ଟି.): ମଧ୍ୟପ୍ରାଚ୍ୟର ପ୍ରଥମ ଦେଶ ଭାବେ କାତାର ୨୦୨୨ ବିଶ୍ୱକପ୍‌ ଆୟୋଜନ କରିବ। ଏହି ବିଶ୍ୱକପ୍‌ରେ ୨୦୧୮ ସଂସ୍କରଣ ତୁଳନାରେ ଅଧିକ ଭାରତୀୟ ମ୍ୟାଚ୍‌ ଦେଖିବେ ବୋଲି କାତାର ଆୟୋଜକମାନେ ଆଶାବାଦୀ ଅଛନ୍ତି। ଭାରତୀୟ ଦର୍ଶକଙ୍କ ପାଇଁ ସୁବିଧାଜନକ ସମୟରେ ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ଫଳରେ ଅଧିକ ଭାରତୀୟ ଦର୍ଶକ ଏହି ବିଶ୍ୱକପ୍‌ର ମ୍ୟାଚ୍‌ଗୁଡିକ ଦେଖିବେ ବୋଲି ବିଶ୍ୱକପ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ନାସିର ଅଲ ଖାତେର କହିଛନ୍ତି। ୨୦୨୨ ବିଶ୍ୱକପ୍‌ ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି।
ରୁଷିଆରେ ଆୟୋଜିତ ହୋଇଥିବା ୨୦୧୮ ଫିଫା ବିଶ୍ୱକପ୍‌କୁ ପାଖାପାଖି ୩୦୦ ମିଲିୟନ ଭାରତୀୟ ଉପଭୋଗ କରିଥିଲେ। ତେବେ ସୁବିଧାଜନକ ଟାଇମିଂ କାରଣରୁ ଏଥର ବିଶ୍ୱକପ୍‌କୁ ଅପେକ୍ଷାକୃତ ଅଧିକ ଭାରତୀୟ ଫୁଟ୍‌ବଲ ପ୍ରେମୀ ଦେଖିବେ। ତେବେ କ୍ରିକେଟ ବିଶ୍ୱକପ୍‌ ଭଳି ଏହା ଭାରତରେ ଲୋକପ୍ରିୟ ହେବନାହିଁ ବୋଲି ଖାତେର ସ୍ପଷ୍ଟ କରିଛନ୍ତି। ଭାରତୀୟ ସମୟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଅଧିକାଂଶ ମ୍ୟାଚ୍‌ ସୁବିଧାଜନକ ସମୟରେ ଆରମ୍ଭ ହେବ। ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରଥମ ମ୍ୟାଚ ଭାରତୀୟ ସମୟରେ ୩.୩୦ରେ ଆରମ୍ଭ ହେବ। ସେହିପରି ଅନ୍ତିମ ମ୍ୟାଚ୍‌ ୧୨. ୩୦ରେ ଆରମ୍ଭ ହେବ। ଅନ୍ୟପଟେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଯଥାକ୍ରମେ ୬. ୩୦ ଓ ୯.୩୦ରେ ଆରମ୍ଭ ହେବ। ତେଣୁ ଅଧିକରୁ ଅଧିକ ଭାରତୀୟ ପ୍ରଶଂସକ ଏହି ବିଶ୍ୱକପ୍‌ ମ୍ୟାଚ୍‌ ଦେଖିବା ନିଶ୍ଚିତ ହୋଇଛି।
ବିଶ୍ୱକପ୍‌ ଦେଖିବାପାଇଁ ଆସିବାକୁ ଥିବା ସବୁ ପ୍ରଶଂସକଙ୍କ ସୁବିଧାସୁଯୋଗ ପ୍ରଦାନ କରିବାରେ ଆମେ ଆଦୌ ହେଳା କରିବୁ ନାହିଁ ବୋଲି ସେ କହିଛନ୍ତି। କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ୨୦୨୨ ବେଳକୁ ଏହି ମେଗା ଇଭେଣ୍ଟକୁ ଆମେ ସଫଳ କରିବାକୁ ସବୁମତେ ପ୍ରୟାସ କରିବୁ। ଟ୍ରେନିଂ ଓ ପ୍ରତିଯୋଗିତା ପାଇଁ ଭାରତୀୟ କ୍ଲବ୍‌ଗୁଡିକୁ ମଧ୍ୟ କାତାର ବିଶ୍ୱକପ୍‌ ଅବସରରେ ସ୍ବାଗତ କରିବ। ଗ୍ରୀଷ୍ମ କାରଣରୁ ବିଶ୍ୱକପ୍‌ରେ କାତାର କୁଲିଂ ସିଷ୍ଟମର ପ୍ରୟୋଗ କରିବ। ଏହି ଟେକ୍ନୋଲୋଜି ଅନ୍ୟ ଦେଶଗୁଡିକୁ ପ୍ରଦାନ କରିବା ପାଇଁ ଆମେ ପ୍ରସ୍ତୁତ ବୋଲି ଖାତେର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri