୨୦୨୨ ବ୍ୟାଚ୍‌ ଓଡିଶା ପ୍ରଶାସନିକ ଅଧିକାରୀଙ୍କ ଦାରିଙ୍ଗବାଡି ଗସ୍ତ: ଦୁର୍ଗମ ଅଞ୍ଚଳରେ ବୁଲି ନେଲେ ତାଲିମ

ଦାରିଙ୍ଗବାଡି,୧୫।୧୦(ଅରୁଣ ସାହୁ):୨୦୨୨ ବ୍ୟାଚର ଓଡିଶା ପ୍ରଶାସନିକ ଅଧିକାରୀଙ୍କ ୮ ଜଣିଆ ଦଳ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଏକ୍ସପୋଜର ପରିଦର୍ଶନ ତଥା ତାଲିମ ପାଇଁ ୪ ଦିନିଆ ଗସ୍ତ କରିଛନ୍ତି। ସେମାନେ ରବିବାର ଦାରିଙ୍ଗବାଡି ଜାଗୃତି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଜାଗୃତିର କର୍ମକର୍ତ୍ତା ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ପ୍ରକାଶ ଯେ, ଗୋପବନ୍ଧୁ ଏକାଡେମୀରୁ ଆସିଥିବା ୨୦୨୨ ବ୍ୟାଚର ଓଡିଶା ପ୍ରଶାସନିକ ଅଧିକାରୀଙ୍କ ମୁଖ୍ୟ ଲକ୍ଷ୍ୟ ଦୁର୍ଗମ ଅଞ୍ଚଳରେ ଗୋଷ୍ଠୀଗତ କାର୍ଯ୍ୟରେ କିଭଳି ସଫଳତା ମିଳିପାରୁଛି ଓ ଜନଜାତିଙ୍କ ବିକାଶ ହୋଇପାରିଛି। ସେ ସମ୍ପର୍କରେ ଶିକ୍ଷାପ୍ରାପ୍ତ ପାଇଁ ଦାରିଙ୍ଗବାଡିକୁ ଚୟନ କରିଛନ୍ତି। ସେମାନେ ଅଧିକାରୀ ଭାବେ ଦାୟିତ୍ୱ ନେବା ପୂର୍ବରୁ ଏହି ତାଲିମପ୍ରାପ୍ତ କରୁଛନ୍ତି। ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ତତ୍ତ୍ୱାବଧାନରେ ଓଏଏସ ଅଧିକାରୀମାନେ ବିଭିନ୍ନ ଶିକ୍ଷାର୍ଜନ କରିଛନ୍ତି। ଏହି ଗସ୍ତ ସମୟରେ ଗୋଷ୍ଠୀଗତ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ଜାଣିବା ସହ ବ୍ୟକ୍ତିଗତ ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ଜମି ଅଧିକାର ଓ ସେ ସମ୍ପର୍କିତ କାର୍ଯ୍ୟକୁ ଦେଖିଥିଲେ ଓ ଲୋକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ସେହିପରି ଶିଶୁମାନଙ୍କୁ ଲାଳନପାଳନ କରାଯାଉଥିବା ଗୃହ, ଜନଜାତିଙ୍କ ଜୀବନଜୀବିକା, କ୍ଷୁଦ୍ର ଦାନାରେ ପ୍ରସ୍ତୁତି ଖାଦ୍ୟ ଓ ତାର ଚାଷ, ଜୈବିକ ହଳଦୀ ଚାଷ, ମହିଳା ସୱୟଂ ସହାୟକ ଗୋଷ୍ଠୀଙ୍କ ସମ୍ପର୍କିତ ଆଦି ଦେଖିବା ସହ ସେ ସମ୍ପର୍କିତ ଶିକ୍ଷାର୍ଜନ କରିଥିଲେଏଥିପାଇଁ ସେମାନେ ଦୁର୍ଗମ କଟଡି ଗ୍ରାମ ସହ ଭ୍ରମରବାଡି, ସୁଲୁମାହା ଗ୍ରାମକୁ ଗସ୍ତ କରିଥିଲେ। ଏଥିସହ ଦାରିଙ୍ଗବାଡିର ପର୍ଯ୍ୟଟନକ୍ଷେତ୍ର ପରିଦର୍ଶନ, ଅନ୍ତରଙ୍ଗ ଯୁବ ମହାସଙ୍ଘର କର୍ମକର୍ତ୍ତା ଓ ସଦସ୍ୟଙ୍କ ସହ ଆଲୋଚନା ମହିଳା ସଂଗଠନର ଭୂମିକା ଓ ସେମାନଙ୍କ ସହ ଆଲୋଚନା କରିଥିଲେ। ସେହିପରି ସେମାନେ ଜାଗୃତି ସଭାଗୃହ ପରିସରରେ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକରେ ଯୋଗଦେଇ ଥିଲେ।
ଓଏଏସ ଅଧିକାରୀମାନଙ୍କୁ ଜାଗୃତିର ଧ୍ରୁବ ଚରଣ ନାୟକ,ସଦାନନ୍ଦ ସିଂ, ଧନେଶ୍ୱର ସାହୁ ଓ ଅନ୍ୟକର୍ମକର୍ତ୍ତା ଏହି କାର୍ଯ୍ୟରେ ସହାୟତା ପ୍ରଦାନ କରିଥିଲେ। ଓଏଏସଙ୍କ ମଧ୍ୟରେ ସୌରଭ କୁମାର ବିଶି,ସମୀର ପାଇକରାୟ,ପ୍ରଭାକର ଦୀପା,
କୁମରେସ ସାହୁ, ଶିବାନୀ ରାଉତ, ଶୁଚିସ୍ମିତା ମହାଉତି, ଦିପ୍ତୀରେଖା ବାଗ, ରଶ୍ମିତା ଲେଙ୍କା. ପ୍ରମୁଖ ଦାରିଙ୍ଗବାଡି ଆସିଥିଲେ। ଶେଷ ଦିନରେ ଜାଗୃତି ପକ୍ଷରୁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଏକ କାର୍ଯ୍ୟକ୍ରମ କରାଯାଇ ସ୍ମୃତିପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri