୨୦୨୧: ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିଲେ ଆଦାନୀ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୨ା୧୧(ରଏଟର୍ସ/ପି.ଟି.): ୨୦୨୧ରେ ଆଦାନୀ ଗ୍ରୁପ୍‌ ସ୍ଥାନୀୟସ୍ତରରେ ସୋଲାର ସେଲ୍‌ ଏବଂ ମୋଡ୍ୟୁଲାର ପ୍ଲାଣ୍ଟଗୁଡ଼ିକୁ ବ୍ୟବହାରକରି ଉତ୍ପାଦିତ ୮,୦୦୦ ମେଗାଓ୍ବାଟ୍‌ (୮ ଜିଡବ୍ଳ୍ୟୁ) ବିଦ୍ୟୁତ୍‌ ଶକ୍ତି ଭାରତର ୫ ରାଜ୍ୟକୁ ଯୋଗାଣ ପାଇଁ ଏକ ଠିକା ପାଇଥିଲା। କେନ୍ଦ୍ର ସରକାରଙ୍କ ସୋଲାର ଏନର୍ଜି କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଏସ୍‌ଇସିଆଇ) ଏହି ଠିକା ପ୍ରଦାନ ପାଇଁ ୨୦୨୧ ଜୁଲାଇରୁ ଡିସେମ୍ବର ମଧ୍ୟରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ଼, ତାମିଲନାଡୁ ଓ କେନ୍ଦ୍ର ଶାସନାଧୀନ ଜମ୍ମୁ-କଶ୍ମୀର ସରକାରଙ୍କ ସହ ବିକ୍ରି ଚୁକ୍ତିନାମାରେ ସ୍ବାକ୍ଷର କରିଥିଲା। ହେଲେ ରାଜ୍ୟଗୁଡ଼ିକ ପାଇଁ ଏହି ବିଦ୍ୟୁତ୍‌ ମହଙ୍ଗା ଥିବାରୁ ଆଦାନୀ ଗ୍ରୁପ୍‌ ଦ୍ୱାରା ଲାଞ୍ଚ ଦେଇ ସନ୍ତୁଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ଆଦାନୀ ଗ୍ରୁପ୍‌ ଆମେରିକାର ନିବେଶକଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି।

ଏନେଇ ଆମେରିକାର ନ୍ୟାୟ ବିଭାଗ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀଙ୍କ ସମେତ ଅନ୍ୟ ୬ ଜଣଙ୍କ ବିରୋଧରେ ଲାଞ୍ଚ ଦେବା ଓ ଷ୍ଟକ୍ସ ଜାଲିଆତି ନେଇ ଦୁଇଟି ପୃଥକ୍‌ ଅଭିଯୋଗ ଆଣିଥିବାବେଳେ ନ୍ୟୁୟର୍କସ୍ଥିତ ଏକ କୋର୍ଟରେ ଆପରାଧିକ ମାମଲା ଦାଏର କରିଛି। ସେହିପରି ଆମେରିକାର ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଚ କମିଶନ (ଏସ୍‌ଇସି) ଗୌତମ ଓ ସାଗରଙ୍କ ସମେତ ଏହି ଠିକା ପ୍ରଦାନ ପାଇଁ ଅନୁକୂଳ ବାଟ ବାହାର କରିଥିବା ଆଜ୍ୟୁର ପାଓ୍ବାର ଏକ୍‌ଜିକ୍ୟୁଟିଭ୍‌ଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିଲାଗି ଆମେରିକାରେ ଆଦାନୀ ଏବଂ ଅନ୍ୟ ଅଭିଯୁକ୍ତଙ୍କ ନଁାରେ ଗିରଫ ପରଓ୍ବାନା ଜାରି ହୋଇଛି।

ଅଭିଯୋଗ ଅନୁଯାୟୀ, ଆଦାନୀ ଗ୍ରୁପ୍‌ ମୁଖ୍ୟ ଗୌତମ ଆଦାନୀ ୨୦୨୧ରେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀଙ୍କୁ ଭେଟି ୭,୦୦୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ କିଣିବା ପାଇଁ ରାଜି କରାଇଥିଲେ। ଆନ୍ଧ୍ର ଅଧିକାରୀମାନେ ମେଗାଓ୍ବାଟ୍‌ ପିଛା ୨୫ ଲକ୍ଷ ଟଙ୍କା ହିସାବରେ ମୋଟ ୧,୭୫୦ କୋଟି ଟଙ୍କା ଲାଞ୍ଚ ନେଇଥିଲେ। ସେହିବର୍ଷ ଓଡ଼ିଶା(ବିଜେଡି ସରକାର ସମୟରେ) ମଧ୍ୟ ସମାନ ଉପାୟରେ ୫୦୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ କିଣିଥିଲା ବୋଲି ଆମେରିକୀୟ ସରକାରୀ ଓକିଲଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି। ଅଭିଯୋଗରୁ ଜଣାପଡ଼ିଛି ଯେ, ଆଦାନୀ ଉକ୍ତ ସୋଲାର ପାଓ୍ବାର ଠିକା ହାସଲ କରିବା ଲାଗି ସେଥିରେ ଥିବା ସର୍ତ୍ତକୁ କୋହଳ କରାଇବା ନିମନ୍ତେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତାମିଲନାଡ଼ୁ ଏବଂ ଜମ୍ମୁ-କଶ୍ମୀର ସରକାରଙ୍କ ଅଧିକାରୀମାନଙ୍କୁ ମୋଟ ୨,୨୦୦ କୋଟି ଟଙ୍କାର ଲାଞ୍ଚ ଦେଇଥିଲେ। ଏହି ଠିକା ଯୋଗୁ ଆଦାନୀ ଗ୍ରୁପ୍‌କୁ ଆଗାମୀ ୨୦ ବର୍ଷରେ ୨୦୦ କୋଟି ଡଲାରରୁ ଅଧିକ ଲାଭ ହେବା ଅନୁମାନ କରାଯାଉଛି।

ଅନ୍ୟପକ୍ଷେ ଆଦାନୀ ଗ୍ରୁପ୍‌ ଉକ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଏହାକୁ ଭିତ୍ତିହୀନ ବୋଲି ଦର୍ଶାଇଛି। ଏଥିସହ ଆଦାନୀ ଗ୍ରୀନ୍‌ ଏନର୍ଜି ଲିମିଟେଡ୍‌ ଦ୍ୱାରା ଜାରି ୬୦୦ ନିୟୁତ ଡଲାର ମୂଲ୍ୟର ବଣ୍ଡ୍‌କୁ ରଦ୍ଦ କରିଦେଇଛି। ଅଭିଯୋଗ ଆସିବାର କିଛି ଘଣ୍ଟା ପୂର୍ବରୁ ଏହି ଇସ୍ୟୁକୁ ୩ ଗୁଣା ଅଧିକ ସବ୍‌ସ୍କ୍ରାଇବ୍‌ କରାଯାଇଥିଲା। ଏହି ଘଟଣାକ୍ରମ ପରେ ଆମ ସବ୍‌ସିଡିଆରି କମ୍ପାନୀଗୁଡ଼ିକ ପ୍ରସ୍ତାବିତ ବଣ୍ଡ୍‌ଗୁଡ଼ିକରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଆଦାନୀ ଗ୍ରୀନ୍‌ ଏନର୍ଜି ପକ୍ଷରୁ ଷ୍ଟକ୍‌ ଏକ୍ସଚେଞ୍ଜ ଫାଇଲିଂରେ ଦର୍ଶାଯାଇଛି। ଏଥିସହ ସବୁ ପ୍ରକାର ସମ୍ଭାବ୍ୟ ଆଇନଗତ ପଦକ୍ଷେପ ନିଆଯିବା ପାଇଁ ପ୍ରସ୍ତୁତି ଚାଲିଥିବା ଗ୍ରୁପ୍‌ ମୁଖପାତ୍ର ଏକ ବିବୃତିରେ ଜଣାଇଛନ୍ତି। ସେପଟେ ଉକ୍ତ ଅଭିଯୋଗ ଆସିବା ପରେ ଭାରତୀୟ ପୁଞ୍ଜି ବଜାରରେ ଆଦାନୀ ଗ୍ରୁପ୍‌ର ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟ ୨୩% ଅର୍ଥାତ୍‌ ୨.୮ ଲକ୍ଷ କୋଟି ଟଙ୍କା ଖସିଛି।

୨୦୨୩ରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରଘଟ କରିବା ପରେ ଆଦାନୀ ଶେୟାରଗୁଡ଼ିକର ଯେତିକି କ୍ଷତି ହୋଇଥିଲା, ବର୍ତ୍ତମାନର କ୍ଷତି ତା’ର ଦୁଇଗୁଣାରୁ ଅଧିକ ହେବ। ସଦ୍ୟ ଷ୍ଟକ୍ସ ଅବମୂଲ୍ୟାୟନ ପୂର୍ବରୁ ୮୫.୫ ବିଲିୟନ୍‌ ଡଲାର ସମ୍ପତ୍ତିର ଅଧିକାରୀ ଆଦାନୀ ବିଶ୍ୱର ଅଷ୍ଟାଦଶ ଧନୀ ବ୍ୟକ୍ତି ରୂପେ ପରିଗଣିତ ହେଉଥିଲେ। ଆଦାନୀ ଗ୍ରୁପ୍‌ ବିରୋଧରେ ଆପରାଧିକ ମାମଲା ରୁଜୁ ହେବା ପରେ ରେଟିଂ ଏଜେନ୍ସିଗୁଡ଼ିକ ଏହାପ୍ରତି ପୂର୍ବରୁ ଥିବା ଦୃଷ୍ଟିଭଙ୍ଗିରେ ପରିବର୍ତ୍ତନ ଆଣିଛନ୍ତି। ମୁଡିଜ୍‌ ଆଦାନୀ ଗ୍ରୁପ୍‌କୁ ପୂର୍ବରୁ ପଜିଟିଭ ବର୍ଗରେ ରଖିଥିବାବେଳେ ଅଭିଯୋଗ ଆସିବା ପରେ ଏହାକୁ ନେଗେଟିଭ୍‌ କରିଦେଇଛି। ଫଳରେ ଭାରତୀୟ ପୁଞ୍ଜିବଜାରରେ ତାଲିକାଭୁକ୍ତ ଆଦାନୀ ଗ୍ରୁପ୍‌ର ୧୦ଟି କମ୍ପାନୀରେ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ) ମାନଙ୍କ ନିବେଶ ବହୁଳ ମାତ୍ରାରେ ହ୍ରାସ ପାଇବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri