Categories: ଜାତୀୟ

ସବୁଠୁ ଗରମ ବର୍ଷ ତାଲିକାରେ ୨୦୨୦

ନୂଆଦିଲ୍ଲୀ,୪ା୧- ୧୯୦୧ ପରଠାରୁ ସବୁଠୁ ଉତ୍ତପ୍ତ ବର୍ଷ ତାଲିକାରେ ସ୍ଥାନ ପାଇଛି ୨୦୨୦। କିନ୍ତୁ ୨୦୧୬ରେ ଦେଖାଯାଇଥିବା ସର୍ବୋଚ୍ଚ ଉତାପ ତୁଳନାରେ ଏହା ଯଥେଷ୍ଟ କମ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୋମବାର କୁହାଯାଇଛି। ୨୦୨୦ ବର୍ଷରେ ଦେଶର ସ୍ଥଳଭାଗର ବାୟୁ ତାପମାତ୍ରା ସ୍ବାଭାବିକ ଠାରୁ ୦.୨୯ ଡିଗ୍ରୀ ସେଲସିୟସ ଅଧିକ ଥିଲା (୧୯୮୧-୨୦୧୦ର ଡାଟାକୁ ଆଧାର କରି) ବୋଲି ଆଇଏମଡି କହିଛି।

ପୂରା ଦେଶରେ ୨୦୧୬ (+୦.୭୧ ଡିଗ୍ରୀ ସେଲସିଅସ)ରେ ସବୁଠୁ ଅଧିକ ଗରମ ପରିଲକ୍ଷିତ ହୋଇଥିଲା। ଏହା ପଛକୁ ଟପ୍‌-୪ରେ ରହିଥିବା ବର୍ଷ ଗୁଡ଼ିକ ହେଲା ୨୦୦୯ (+୦.୫୫ ଡିଗ୍ରୀ ସି), ୨୦୧୭ (+୦.୫୪୧ ଡିଗ୍ରୀ ସି) ଓ ୨୦୧୦ (+୦.୫୩୯ ଡିଗ୍ରୀ ସି)। ଆଇଏମ୍‌ଡି ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ୧୯୦୧ ପରଠାରୁ ସବୁଠୁ ଉତ୍ତପ୍ତ ୧୫ ବର୍ଷ ଭିତରୁ ୨୦୦୬ରୁ ୨୦୨୦ ମଧ୍ୟରେ ୧୨ ବର୍ଷ ରହିଛି।

 

Share