ଆରଏମସିରେ ପଡିଛି ୨୦୨ କୋଟି, ବିକାଶ ହେଉନି ମଣ୍ଡି ଭିତ୍ତିଭୂମି ଗଛମୂଳେ ଧାନ ବିକ୍ରି କରୁଛନ୍ତି ଚାଷୀ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ହେଉଥିବା ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସାମିଲ ହେଉଛନ୍ତି। ଧାନ ସଂଗ୍ରହ ବାବଦକୁ ପ୍ରତି ଆର୍‌ଏମ୍‌ସି କୋଟି କୋଟି ଟଙ୍କା ଫି ଆଦାୟ କରୁଛନ୍ତି। ମାତ୍ର ଆର୍‌ଏମ୍‌ସି ଅଧୀନରେ ରହିଥିବା ଧାନକ୍ରୟ କେନ୍ଦ୍ର ତଥା ମଣ୍ଡି ଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ସେହି ଟଙ୍କା ବିନିମୟରେ ହେଉ ନାହିଁ। ଅନ୍ୟପକ୍ଷରେ ଅବ୍ୟବସ୍ଥିତ ମଣ୍ଡିଗୁଡ଼ିକୁ ଧାନ ବିକିବାକୁ ଆସି ଚାଷୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। କେଉଁ ମଣ୍ଡିରେ ଗଛତଳେ ଧାନ କିଣାବିକା ଚାଲିଛି ତ ଆଉ କେଉଁଠି ପର୍ଯ୍ୟାପ୍ତ ଗୋଦାମ ଗୃହ ନ ଥିବାରୁ ବର୍ଷା ହେଲେ ମଣ୍ଡିରେ ଧାନ ଭିଜୁଛି। କେବଳ ସେତିକି ନୁହେଁ, ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ବିଭିନ୍ନ ସମୟରେ କେତେକ ମଣ୍ଡିରେ ଧାନଚୋରି ହେବାର ମଧ୍ୟ ନଜିର ରହିଛି। ସେହିପରି ବିଭିନ୍ନ ମଣ୍ଡିରେ ଏପର୍ଯ୍ୟନ୍ତ ଚାଷୀଙ୍କ ପାଇଁ ଉପଯୁକ୍ତ ଆଶ୍ରୟ ସ୍ଥଳୀ, ପାନୀୟଜଳ ପ୍ରକଳ୍ପ କିମ୍ବା ଆବଶ୍ୟକ ସ୍ଥଳେ ଧାନ ଗଦା କରି ଶୁଖାଇବା ବ୍ୟବସ୍ଥା ନାହିଁ। ଏଭଳି ସ୍ଥିତିରେ ମଣ୍ଡିକୁ ଧାନ ବିକ୍ରି ପାଇଁ ଆସିଥିବା ଚାଷୀମାନଙ୍କୁ ବହୁ ହଟହଟା ହେବାକୁ ପଡ଼ିଛି।
ଶୁକ୍ରବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନର ଏକ ପ୍ରତିନିଧି ଦଳ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ସହିତ ଧାନ ସଂଗ୍ରହ ଫି ବାବଦକୁ ସଂଗୃହୀତ ଟଙ୍କାର ଠିକ ବିନିଯୋଗ କରି ଜିଲାରେ ରହିଥିବା ସମସ୍ତ ମଣ୍ଡି ଗୁଡ଼ିକର ବିକାଶ ଏବଂ ବିଭିନ୍ନ ଧାନବିକ୍ରି ସମସ୍ୟାର ସମାଧାନ କରିବା ପାଇଁ ଦାବି ହୋଇଛି। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଜିଲାରେ ଧାନ ସଂଗ୍ରହ ଫି ବାବଦକୁ ସଂଗୃହୀତ ଟଙ୍କା ମଧ୍ୟରୁ ଅତାବିରା ଆରଏମସିରେ ୧୦୪କୋଟି, ବରଗଡ଼ ଆର୍‌ଏମ୍‌ସିରେ ୬୫କୋଟି ଏବଂ ପଦ୍ମପୁର ଆରଏମ୍‌ସିରେ ୩୩କୋଟି ଟଙ୍କା ପଡ଼ି ରହିଛି। ଏଭଳି ସମୁଦାୟ ଟଙ୍କା ଆର୍‌ଏମ୍‌ସିରେ ପଡ଼ି ରହିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଇଚ୍ଛାଶକ୍ତି ଏବଂ ଅବହେଳା ଯୋଗୁ ତାହା ବିନିଯୋଗ ହୋଇ ପାରି ନାହିଁ। ଅନ୍ୟପଟେ ଚାଷୀମାନେ ଗଛମୂଳେ ଧାନ ବିକ୍ରି କରୁଛନ୍ତି। ଅନେକ ମଣ୍ଡିରେ ଅତ୍ୟାବଶ୍ୟକ ବ୍ୟବସ୍ଥା ନ ଥିବା ଯୋଗୁ ଚାଷୀମାନେ ମଣ୍ଡି ପ୍ରତି ମୁହଁ ଫେରାଇ ନେଉଛନ୍ତି। ଫଳରେ ଆର୍‌ଏମ୍‌ସିରେ ପଡ଼ି ରହିଥିବା ଟଙ୍କାର ସୁବିନିଯୋଗ କରି ମଣ୍ଡି ଭିତ୍ତଭୂମି ନିର୍ମାଣ କରିବା ପାଇଁ ସଂଯୁକ୍ତ କୃଷକ ସଂଗଠନ ଦାବି କରିଛି। ସେହିପରି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ସମୟରେ ଚାଷୀମାନଙ୍କୁ ବିଭିନ୍ନ ଆଳ ଦେଖାଇ ହଟହଟା କରାଯାଇଥାଏ। ଆସନ୍ତା ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀମାନଙ୍କୁ ସେଭଳି ହଇରାଣ ହରକତ ନ କରିବା ପାଇଁ ଦାବି ହୋଇଛି। ଏଫଏକ୍ୟୁ ଆଳରେ କଟନୀଛଟନୀ ବନ୍ଦ, ମଣ୍ଡିକୁ ଦଲାଲମୁକ୍ତ କରାଯିବା ପାଇଁ ସଂଯୁକ୍ତ କୃଷକ ସଂଗଠନ ଦାବି କରିଛି। ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ବେଳେ ମଣ୍ଡିରେ ରାଇସ ମିଲରମାନେ ଧାନ କିଣାବିକାକୁ ନିୟନ୍ତ୍ରଣ କରୁଥିବା ପରିଲକ୍ଷିତ ହୁଏ। ଫଳରେ ପ୍ରତ୍ୟେକ ମଣ୍ଡିରେ ରାଇସ ମିଲର୍‌ମାନଙ୍କୁ ପ୍ରତ୍ୟେକ୍ଷ ନିୟନ୍ତ୍ରଣରୁ ବାଦ ଦେବା, ମଣ୍ଡି ପରିଚାଳନା ଦାୟିତ୍ୱରେ ରହିଥିବା କର୍ମଚାରୀମାନଙ୍କୁ ପ୍ରତି ୨ବର୍ଷରେ ବଦଳି କରାଯିବା, ମଣ୍ଡି ପରିଚାଳନା ଦାୟିତ୍ୱ ମିଲରମାନଙ୍କୁ ନ ଦେଇ ଧାନକ୍ରୟ ସଂସ୍ଥାକୁ ଦିଆଯାଉ ବୋଲି ମଧ୍ୟ ଦାବି ହୋଇଛି। ସାଟେଲାଇଟ଼ ସର୍ଭେ ଆଳ ଦେଖାଇ ପଞ୍ଜିକରଣରେ ଟୋକନରେ ଚାଷୀଙ୍କ ଜମି ପରିମାଣ ହ୍ରାସ କରି ଦିଆଯାଉଛି । ତାକୁ ବାଦ ଦେଇ ଚାଷ ଅନୁସାରେ ପଞ୍ଜିକରଣ ଭିତ୍ତିରେ ଧାନ କାର୍ଡ ଦିଆଯାଉ ବୋଲି ସଂଯୁକ୍ତ କୃଷକ ସଂଗଠନ ଦାବି କରିଛି। ସ୍ମାରକପତ୍ର ପ୍ରଦାନ ସମୟରେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ସମେତ ସୁରେଶ ନିକେଣ୍ଟି, ନିରଞ୍ଜନ ପଧାନ, ସୁବଳ ପଧାନ, ଏକାଦଶିଆ ସାହୁ, ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri