Categories: ଖେଳ

୨୦୦୭ ଟି୨୦ ବିଶ୍ୱକପ୍‌କୁ ୧୩ ବର୍ଷ ହେଲାଣି, ଏବେ ଆଗକୁ ଚାଲ

ନୂଆଦିଲ୍ଲୀ,୧୬।୭: ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ଆଇସିସି ଦିନିକିଆ ବିଶ୍ୱକପ୍‌ ସଫଳତାକୁ ବହୁ ବର୍ଷ ହେଲାଣି। ଏବେ ଟିମ୍‌ ଇଣ୍ଡିଆକୁ ଆଗାମୀ ଟି୨୦ ବିଶ୍ୱକପ୍‌ ଜିତିବା ଦରକାର। ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଓପନର ଗୌତମ ଗମ୍ଭୀର। ଉଭୟ ବିଶ୍ୱକପ୍‌ ଫାଇନାଲରେ ଗମ୍ଭୀର ଭାରତ ପାଇଁ ସର୍ବାଧିକ ରନ୍‌ କରିଥିଲେ।

୨୦୦୭ ଟି୨୦ ଓ ୨୦୧୧ ଆଇସିସି ବିଶ୍ୱକପ୍‌ ବିଜେତା ଦଳର ସଦସ୍ୟ ହେବା ମୋ ପାଇଁ ସ୍ବତନ୍ତ୍ର। କିନ୍ତୁ ଏହା ମୁଁ ଭୁଲି ଗଲିଣି। ଭାରତକୁ ଏବେ ତାଠୁ ଊର୍ଦ୍ଧ୍ୱକୁ ଉଠିବାକୁ ପଡ଼ିବ। ୨୦୦୭ ବିଶ୍ୱକପ୍‌କୁ ୧୩ ବର୍ଷ ବିତି ଗଲାଣି। ମୋ ମତରେ ୨୦୦୭ ଓ ୨୦୧୧ ବିଶ୍ୱକପ୍‌ ଅବସାଦରୁ ବାହାରିବା ଆବଶ୍ୟକ ବୋଲି ଷ୍ଟାର ସ୍ପୋଟର୍‌ସରେ ଆଇସିସି ଟି୨୦ ବିଶ୍ୱକପ୍‌ ସ୍ପେଶାଲ ଶୋ’ରେ ଗମ୍ଭୀର କହିଛନ୍ତି। ପୂର୍ବତନ ଭାରତୀୟ ଓପନରଙ୍କ ମତକୁ ସମର୍ଥନ ଜଣାଇଛନ୍ତି ୨୦୦୭ ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟ ରବିନ ଉଥପ୍ପା।

Share