ପୁଣି ୧୦ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍‌ ଜବତ

ମାଲକାନଗିରି,୧୯ା୬(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ପୋଲିସ ଗତ ୨୫ ଦିନ ମଧ୍ୟରେ ୧୮ ଲକ୍ଷ ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍‌ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି।

ତଥ୍ୟ ଅନୁଯାୟୀ, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ସଦର ଜିଲାରେ ବିଜାପୁର ପୋଲିସ ଜଣେ ଯୁବକଙ୍କୁ ଟ୍ରାକ୍ଟର ଶୋ’ ରୁମ୍‌ରେ ଗିରଫ କରି ତାଙ୍କଠାରୁ ୧୦ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍‌ ଜବତ କରିଛି। ଏଥିସହ କିଛି ମାଓବାଦୀ ଲିଫଲେଟ ମଧ୍ୟ ଜବତ କରିଥିଲା।  ଜଣେ ମାଓବାଦୀ ସମର୍ଥକ ବିଜାପୁର ଟ୍ରାକ୍ଟର ଶୋ’ ରୁମ୍‌କୁ ଟ୍ରାକ୍ଟର କିଣିବା ପାଇଁ ଆସୁଥିବା ସୂଚନା ପାଇ ପୋଲିସ ଉକ୍ତ ଶୋ’ ରୁମ୍‌ରେ ଚଢ଼ାଉ କରିଥିଲା। ସେହି ସମୟରେ ବିଜାପୁର ଜିଲା ଗାଙ୍ଗାଲୁର ଥାନା ପାଲନାର ଗ୍ରାମର ଦିନେଶ ତାତି ନାମକ ଜଣେ ମାଓବାଦୀ ସମର୍ଥକ ପୋଲିସକୁ ଦେଖି ସେଠାରୁ ଫେରାର ହେବାକୁ ଚେଷ୍ଟା କରିଥିଲେ। ପୋଲିସ କଳେବଳେ କୌଶଳେ ଦିନେଶଙ୍କୁ କାବୁ କରି ପଚରାଉଚରା କଲା ପରେ ଜାଣିବାକୁ ପାଇଥିଲା ଯେ, ଏହି ୨ ହଜାର ଟଙ୍କିଆ ନୋଟ୍‌ ପାଲନାର ଜନତାନା ସରକାର, ଅଧ୍ୟକ୍ଷ ମୁନା ହେମଲା ୬ ଲକ୍ଷ, ଗାଙ୍ଗାଲୁର ଏରିଆ କମିଟି ଇିନଚାର୍ଜ ଦିନେଶ ମୋଡିୟମ ୨ଲକ୍ଷ ଓ ଗାଙ୍ଗାଲୁର ଏରିଆ ମିସିଲିଆ କମାଣ୍ଡର ପାଣ୍ଡ୍ରୁପୋଟାମ ୨ ଲକ୍ଷ ଟଙ୍କା ଦିନେଶଙ୍କୁ ଦେଇଥିଲେ। ସେ ଉକ୍ତ ଟଙ୍କା ଆଣି ଟ୍ରାକ୍ଟର କିଣିବା ସମୟରେ ପୋଲିସ ହାତରେ ଧରା ପଡ଼ିଥିଲେ। ତେବେ ପୂର୍ବରୁ ପୋଲିସ ଗତ ମେ’ ୨୫ ତାରିଖ ଓ ଗତ ଜୁନ୍‌ ୧୨ ତାରିଖ ଦିନ ମୋଟ୍‌ ୫ ଜଣଙ୍କ ଠାରୁ ୮ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍‌ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri