ଦୁର୍ଦ୍ଦିନରେ ୨ ହଜାର ବାଦ୍ୟକାର

ବଅଁରପାଳ, ୨୮ା୭(ଡି.ଏନ.ଏ.)

କରୋନା ବ୍ୟାପିବା ପୂର୍ବରୁ ବର୍ଷ ତମାମ ହାତକୁ କାମ ଆସୁଥିଲା। ରୋଜଗାରରେ କୌଣସି ଅସୁବିଧା ହେଉ ନ ଥିଲା। ବାଦ୍ୟ, ସଙ୍ଗୀତ ପରିବେଷଣ ପାଇଁ ନୂଆ ନୂଆ ସରଞ୍ଜାମ କିଣାଯିବାଠାରୁ କର୍ମଚାରୀଙ୍କୁ ଦରମା ଦେବାଯାଏ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ହେଲେ ଏହି ମହାମାରୀ ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଲକ୍‌ଡାଉନ୍‌ ଘୋଷଣା ପରଠାରୁ ବିଗିଡ଼ିଯାଇଛି ବ୍ୟବସାୟ। ବନ୍ଦ ହୋଇଯାଇଛି ରୋଜଗାରର ସବୁ ରାସ୍ତା। କଟକଣା ଯୋଗୁ ପୂଜାପାର୍ବଣ ପାଳନ ହେଉ ନ ଥିବା ବେଳେ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ଖୋଜାପଡ଼ୁନି ବାଦ୍ୟ, ସଙ୍ଗୀତ। ଫଳରେ ଏହି ବ୍ୟବସାୟକୁ ମାଧ୍ୟମ କରି ପରିବାର ପ୍ରତିପୋଷଣ କରୁଥିବା ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅଞ୍ଚଳର ପ୍ରାୟ ୨ହଜାର ବାଦ୍ୟକାର ଏବେ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି।
ବଅଁରପାଳ ବ୍ଲକ ଅଞ୍ଚଳର କୁଲାଡ଼, ଗିରାଙ୍ଗ, କାଣ୍ଡସର, ନୂଆହତା, ବଉଳିଗଡ଼, ଗଡ଼ସନ୍ତ୍ରୀ, ତଳମୂଳ, ମହୀଧରପୁର, ଫୁଲପଡ଼ା, ବୁଢାପଙ୍କ, ନାଲ୍‌କୋ, ବଳରାମପ୍ରସାଦ ସମେତ ବିଭିନ୍ନ ଗ୍ରାମରେ ୨ ହଜାରରୁ ଊର୍ଦ୍ଧ୍ୱ ବାଦ୍ୟକାର ପରିବାର ଅଛନ୍ତି। ଏମାନେ ସାଧାରଣତଃ ବିବାହ, ବ୍ରତଘର, ଦଣ୍ଡନାଚ ଆଦିରେ ଢୋଲ, ନିଷାଣ, ମହୁରୀ ଆଦି ବାଦ୍ୟ ପରିବେଷଣ କରିଥାନ୍ତି। ସେହିପରି କେତେଜଣ ବାଦ୍ୟକାର ବହୁ ଅର୍ଥ ଖର୍ଚ୍ଚକରି ମ୍ୟୁଜିକାଲ ସିଷ୍ଟମ କିଣିଛନ୍ତି। କିନ୍ତୁ ଲକ୍‌ଡାଉନ୍‌ ପରଠାରୁ ଦୀର୍ଘ ୪ ମାସ ହେଲା ଏହି ବାଦ୍ୟକାରମାନଙ୍କୁ ଆଉ କାମ ମିଳୁନାହିଁ। କଟକଣା ଲଗାଯାଇଥିବାରୁ ଲୋକେ ପୂଜା, ପର୍ବପର୍ବାଣି ଓ ଉତ୍ସବ ମନାଇପାରୁ ନ ଥିବାବେଳେ ବିବାହ, ବ୍ରତଘର ଆଦିରେ ମଧ୍ୟ ଆଡମ୍ବର ନାହିଁ। ତେଣୁ ଏହି ବାଦ୍ୟକାରମାନଙ୍କୁ ପୂର୍ବପରି ଖୋଜାପଡ଼ୁନାହିଁ। ଜଣେ ଜଣେ ବାଦ୍ୟକାର ବର୍ଷକୁ ୪୦ ରୁ ୫୦ ହଜାର ଟଙ୍କା ରୋଜଗାର କରିଥାନ୍ତି। ସେହିପରି ମ୍ୟୁଜିକାଲ ସିଷ୍ଟମ କରିଥିବା ବ୍ୟକ୍ତି କଲ୍‌ ପିଛା ୧୦ରୁ ୧୨ ହଜାର ଟଙ୍କା ନେଇଥାନ୍ତି। ବିଭିନ୍ନ ପ୍ରକାର ବିଦ୍ୟୁତ୍‌ ଚାଳିତ ବାଦ୍ୟଯନ୍ତ୍ର ସହ ବାହାରୁ ଗାୟିକା ଗାୟକଙ୍କୁ ଆଣି ଦକ୍ଷତା ଦେଖାଇ ବ୍ୟବସାୟ ବଢ଼ାଇଥାନ୍ତି। ମାତ୍ର ଲକ୍‌ଡାଉନ ପରଠାରୁ ସେମାନଙ୍କ ବ୍ୟବସାୟ ଠପ୍‌ ହୋଇଯାଇଛି। ଏପରି କି କର୍ମଚାରୀଙ୍କୁ ଦରମା ଦେଇହେଉ ନ ଥିବା ବେଳେ ମ୍ୟୁଜିକାଲ ସିଷ୍ଟମ ଓ ଏଥିପାଇଁ ବ୍ୟବହୃତ ହେଉଥିବା ଗାଡ଼ିଗୁଡିକ ପଡ଼ିରହି ନଷ୍ଟ ହେବାକୁ ବସିଲାଣି।
ବେପାର ବୁଡ଼ିଯାଇଛି
ବିବାହ ଓ ବ୍ରତଘର ସମୟରେ ଲୋକେ ଭଲ ମ୍ୟୁଜିକାଲ ସିଷ୍ଟମ ଲୋଡ଼ିଥାନ୍ତି। ଏଥିପାଇଁ ବଅଁରପାଳ ଅଞ୍ଚଳରେ ଥିବା ବାଦ୍ୟକାରମାନଙ୍କୁ ବେଶ୍‌ ରୋଜଗାର ମିଳିଥାଏ। ମାତ୍ର ଲକ୍‌ଡାଉନ ପରଠାରୁ ସେହି ବେପାର ବୁଡିଯାଇଛି କହିଲେ ଭୁଲ ହେବନାହିଁ।
– ମୁନା ଗୋଚ୍ଛାୟତ, କୁଲାଡ଼
ଜୀବିକା ହରାଇଛୁ
ବାହାଘର, ବ୍ରତଘର, ଦଣ୍ଡନୃତ୍ୟ ଆଦି ବେଳେ ଢୋଲ ଓ ମହୁରୀ ଆବଶ୍ୟକ ପଡିଥାଏ। ଏହି ବାଦ୍ୟ ବିନା ସାଧାରଣତଃ ମାଙ୍ଗଳିକ କାର୍ଯ୍ୟ ହୋଇ ନ ଥାଏ। ମାତ୍ର କରୋନା ଆସିବା ଦିନଠାରୁ ଜୀବିକା ଚାଲିଯାଇଛି। ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି।
– କାଶୀନାଥ ଗୋଚ୍ଛାୟତ, ଗିରାଙ୍ଗ


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri