Posted inଜାତୀୟ

୨୦୦ କୋଟିର ଜିଏସ୍‌ଟି ଠକେଇ ମାମଲା: ୧୪ ସ୍ଥାନରେ ଚଢ଼ାଉ, ୩୩ ଗିରଫ

ଅହମଦାବାଦ, ୮।୧୦: ଅହମଦାବାଦ କ୍ରାଇମବ୍ରାଞ୍ଚ ପକ୍ଷରୁ ଜିଏସ୍‌ଟି ଠକେଇ ବିରୋଧରେ ବଡ଼ ଅଭିଯାନ ଆରମ୍ଭ ହୋଇଛି। ଅହମ୍ମଦାବାଦ, ଜୁନାଗଡ଼, ସୁରଟ, ଖେଡ଼ା, ଭାବନଗର ଆଦି ସମେତ ଗୁଜରାଟର ୧୪ସ୍ଥାନରେ ଏହି ଚଢ଼ାଉ ହୋଇଛି। ଚଢ଼ାଉ ପରେ ୧୨ଟି ନକଲି ସଂସ୍ଥା ସହ ଜଡ଼ିତ ୩୩ ଜଣଙ୍କୁ ଗିରଫ କରାଯାଇଛି। ଡିରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ଗୁଡସ୍‌ ଆଣ୍ଡ ସର୍ଭିସ୍‌ ଟାକ୍ସ (ଡିଜିଜିଆଇ)ର ଗୋଇନ୍ଦା ଆଧାରରେ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନରେ ନକଲି ଇନ୍‌ପୁଟ ଟାକ୍ସ କ୍ରେଡିଟ ଓ ନକଲି ଇନ୍‌ଭଏସ ସହ ଜଡ଼ିତ ୨୦୦ କୋଟି ଟଙ୍କା ଦୁର୍ନୀତିର ଖୁଲାସା ହୋଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମହେଶ ଲାଙ୍ଗା ନାମକ ଜଣେ ଖବରଦାତା ରହିଛନ୍ତି। ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ନକଲି ସଂସ୍ଥାଗୁଡ଼ିକୁ ପଞ୍ଜୀକୃତ କରି ଟାକ୍ସ କ୍ରେଡିଟ୍‌ ପାଉଥିବା ନେଇ ତାଙ୍କ ନାମରେ ଅଭିଯୋଗ ରହିଛି। ଗୋଟିଏ ଦିନ ପୂର୍ବରୁ ସେ ଜିଏସ୍‌ଟି ବ୍ୟବସ୍ଥାକୁ ସର୍ବସାଧାରଣରେ ସମାଲୋଚନା କରିଥିଲେ। ପଞ୍ଜୀକରଣ ସମ୍ବନ୍ଧୀୟ ସମସ୍ୟାକୁ ନେଇ ସେ ଟୁଇଟ୍‌ କରିବା ସହ ଭାରତରେ ବ୍ୟବସାୟ କରିବାର ସହଜତା ଉପରେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ। ତେଣୁ ତାଙ୍କର ଗିରଫଦାରି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଡିଜିଜିଆଇର ଜୋନାଲ ଡାଇରେକ୍ଟର ହିମାଂଶୁ ଜୋଶୀଙ୍କ ଦ୍ୱାରା ଅହମଦାବାଦ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରାଯିବା ପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା। ଧ୍ରୁବ୍‌ ଏଣ୍ଟରପ୍ରାଇଜେସ୍‌ ନାମକ ଏକ ନକଲି କମ୍ପାନୀ ଦେଶବ୍ୟାପୀ ୨୦୦ରୁ ଅଧିକ ନକଲି ଫାର୍ମ ସୃଷ୍ଟି କରି ଅନେକ କୋଟି ଟଙ୍କା ମୂଲ୍ୟର ନକଲି ବିଲ୍‌ ତିଆରି କରିଥିବା ନେଇ ଜୋଶୀ ଅଭିଯୋଗ କରିଥିଲେ। ଜିଏସ୍‌ଟି ନମ୍ବର ପାଇବା ପାଇଁ ଏକ ଜାଲ ଲିଜ୍‌ ଚୁକ୍ତି ଅହମଦାବାଦ ଜିଏସ୍‌ଟି ବିଭାଗରେ ଅନ୍‌ଲାଇନରେ ଦାଖଲ ହୋଇଥିବା ନେଇ ଅଭିଯୋଗ ହୋଇଥିଲା, ଯାହାକୁ ନେଇ ଏକ ବଡ଼ ଧରଣର ଆପରାଧିକ ଷଡ଼ଯନ୍ତ୍ର ରଚା ଯାଇଥିବା ଅନୁମାନ କରାଯାଉଛି।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୦୨୩ ମେ’ରୁ ୨୦୨୪ ମଧ୍ୟରେ ଏହି ଦୁର୍ନୀତିରେ କେବଳ ଗୁଜରାଟରୁ ମୋଟ ୫୦ ହଜାର କୋଟିରୁ ଅଧିକ ଜାଲିଆତି ବିଲ୍‌ ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି। ଏହି ମାମଲାରେ ଦାଖଲ ହୋଇଥିବା ଏଫ୍‌ଆଇଆର୍‌ରେ ଅନେକ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କୁ ସହଅଭିଯୁକ୍ତ ଭାବେ ତାଲିକାଭୁକ୍ତ କରାଯାଇଛି। ଠକେଇର ସମ୍ପୂର୍ଣ୍ଣ ପରିମାଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। କେନ୍ଦ୍ରୀୟ ଜିଏସ୍‌ଟି, ଇଓଡବ୍ଲ୍ୟୁ, ଏସ୍‌ଓଜି ଓ ବହୁ ଅନ୍ୟ ଏଜେନ୍ସି ଏହି ତଦନ୍ତରେ ସାମିଲ ହୋଇଛି। ତଦନ୍ତ ଆଗକୁ ବଢ଼ିବା ପରେ ଗିରଫ ସଂଖ୍ୟା ବଢ଼ିବ ବୋଲି ଅନୁମାନ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri