Posted inଜାତୀୟ

ବାଲିରେ ପୋତିଥିଲେ ୨ ହଜାର ଶବ

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୫ା୫: ଭାଜପା ଶାସିତ ଉତ୍ତରପ୍ରଦେଶରେ ପ୍ରବାହିତ ଗଙ୍ଗାନଦୀ କୂଳର ୧୧୪୦ କି.ମି. ଅଞ୍ଚଳରେ ୨ ହଜାରରୁ ଊର୍ଦ୍ଧ୍ୱ କୋଭିଡ୍‌ ରୋଗୀଙ୍କ ମୃତଦେହ ଠାବ କରାଯାଇଛି। ପ୍ରଥମେ ଉଭୟ କେନ୍ଦ୍ର ଓ ୟୁପି ସରକାର ମୃତକଙ୍କ ସଂଖ୍ୟା ଲୁଚାଉଥିଲେ। ମୃତଦେହଗୁଡ଼ିକ ଭାସି ଭାସି ବିହାରରେ ପହଞ୍ଚିବା ପରେ ଏ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। କେତେକ ଜାତୀୟ ଗଣମାଧ୍ୟମ ସଂସ୍ଥାରେ ଖବରଦାତାମାନେ ଗଙ୍ଗାକୂଳ ସଂଲଗ୍ନ ୨୭ ଜିଲାରୁ ଗ୍ରାଉଣ୍ଡ ରିପୋର୍ଟ ସଂଗ୍ରହ କରିଥିଲେ। ରିପୋର୍ଟ ଅନୁସାରେ କାନପୁର, କନୌଜ, ଉନ୍ନାଓ, ଗାଜିପୁର ଓ ବଲିଆରେ ସ୍ଥିତି ଅତି ସଙ୍ଗୀନ ରହିଛି। କେବଳ କନୌଜରେ ଗଙ୍ଗାକୂଳରୁ ୩୫୦ରୁ ଊର୍ଦ୍ଧ୍ୱ ମୃତଦେହ ଠାବ ହୋଇଛି। କାନପୁରରେ କୁଢ଼କୁଢ଼ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ମୃତଦେହଗୁଡ଼ିକୁ କୁକୁର ଓ ଶାଗୁଣା ଖାଉଥିବାର ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି। ପୋଲିସ ଏବେ ଗଙ୍ଗାରେ ଓହ୍ଲାଇ ନୌକାରେ ମାଇକ୍‌ ଯୋଗେ ଘୋଷଣା କରୁଛି, ମୃତଦେହ ପାଣିରେ ନ ଭସାଇ ସଂସ୍କାର କର। ଯୋଗୀ ଆଦିତ୍ୟନାଥ ସରକାର ଏହି ମୃତଦେହଗୁଡ଼ିକୁ ଗଙ୍ଗାତଟ ବାଲିରେ ପୋତି ଦେଇଥିଲେ। ବର୍ଷା ହେବା ପରେ ମୃତଦେହଗୁଡ଼ିକ ଉପରୁ ବାଲି ଖସି ସତ ପଦାକୁ ଆସିଥିଲା। ଏହାକୁ ନେଇ ଭାଜପା ସରକାରକୁ ବିରୋଧୀ ଟାର୍ଗେଟ କରିଛନ୍ତି। ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବ ଟୁଇଟ୍‌ କରିଛନ୍ତି, ୨ ହଜାରରୁ ଅଧିକ ମୃତଦେହ ଗଙ୍ଗାରେ! ଦାରିଦ୍ର୍ୟ ଏତେ ଯେ, ମୃତକଙ୍କ ପରିଜନ ଦାହ ପାଇଁ କାଠ କିଣିପାରୁନାହାନ୍ତି। ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ମତରେ ଏହି ମୃତ୍ୟୁ ଓ ମୃତକ ଆତ୍ମୀୟସ୍ବଜନଙ୍କ ଅସହାୟତା ପାଇଁ କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ଭାଜପା ସରକାର ଦାୟୀ। ଗତ ବର୍ଷେ ସମୟ କେବଳ ନିଜ ପିଠି ଥାପୁଡ଼ାଇ ବେକାର କରିଦେଇଛନ୍ତି ସେମାନେ। ଏହା ତାହାର ଭୟଙ୍କର ପରିଣାମ। ସେହିପରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ କହିଛନ୍ତି, ଇମେଜ୍‌ ମ୍ୟାନେଜମେଣ୍ଟ ପାଇଁ ହଜାର ହଜାର ଲୋକଙ୍କୁ ଗଙ୍ଗା ବାଲି ତଳେ ପୋତି ଦିଆଗଲା। ଏହା କେବଳ ଗୋଟିଏ ଗାଁର କାହାଣୀ ନୁହେଁ, ୧୧୪୦ କି.ମି.ରେ ବିସ୍ତୃତ ୟୁପିର ବଡ଼ ଅଞ୍ଚଳର ସତ ଯେଉଁଠି ସବୁକିଛି ଭଲ ଭାବେ ମ୍ୟାନେଜ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ଖୁସି ଖବର… ୭ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ

ନୂଆଦିଲ୍ଲୀ,୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଏହାର ଫଳସ୍ୱରୂପ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ମଧ୍ୟରେ, ଭାରତକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ମିଳିଛି। ପ୍ରାୟ ସାତ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri