ଆନ୍ଧ୍ରରେ ବନ୍ଧା ୨ ହଜାର ବଣ୍ଡା

ମାଲକାନଗିରି,୨୭।୧୦: ମାଲକାନଗିରି ଜିଲା ଖଇରପୁଟ ବ୍ଲକ ବଣ୍ଡାଘାଟିରେ ରହୁଛନ୍ତି ବଣ୍ଡା ଆଦିବାସୀ। ଏହି ଆଦିମ ଜନଜାତିଙ୍କ ଜୀବନମାନରେ ଉନ୍ନତି ଆଣିବା ପାଇଁ ସରକାରୀ ଓ ଘରୋଇ ସଂସ୍ଥା ପକ୍ଷରୁ ଚେଷ୍ଟା ହୋଇଛି। କିନ୍ତୁ ତାହା ସମ୍ଭବ ହୋଇପାରିନାହିଁ। ଏହାର ମୁଖ୍ୟ କାରଣ ହେଲା ବଣ୍ଡା ଗ୍ରାମଗୁଡ଼ିକର ଭୌଗୋଳିକ ଅବସ୍ଥିତି। ପାହାଡ଼ ଉପରେ ଘଞ୍ଚ ଜଙ୍ଗଲରେ ଥିବା ଉକ୍ତ ଗ୍ରାମଗୁଡ଼ିକୁ ପହଞ୍ଚତ୍ବା କଷ୍ଟସାଧ୍ୟ। ଏହାର ଫାଇଦା ଉଠାଉଛନ୍ତି ପଡ଼ୋଶୀ ରାଜ୍ୟ ଆନ୍ଧ୍ରର ଦଲାଲମାନେ। ସେମାନେ ବଣ୍ଡା ପରିବାର ଲୋକଙ୍କୁ ଆର୍ଥିକ ଲୋଭ ଦେଖାଇ ନିରୀହ ପିଲାଙ୍କୁ ଶ୍ରମିକ ଭାବେ କାମ କରିବା ପାଇଁ ନିଜ ରାଜ୍ୟକୁ ନେଇଯାଉଛନ୍ତି। ସେଠାରେ ସେମାନଙ୍କୁ ନିର୍ଯାତନା ଦେଇ ଅନୈତିକ କାର୍ଯ୍ୟରେ ଲିପ୍ତ କରାଉଛନ୍ତି। ବଣ୍ଡା ଜନଜାତିଙ୍କ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଯାଇଥିବା ଧରିତ୍ରୀ ଜିଲା ପ୍ରତିନିଧି ଦୁର୍ଯ୍ୟୋଧନ ପାତ୍ରଙ୍କ ନିକଟରେ ଏଭଳି ଅଭିଯୋଗ ଆଣିଛନ୍ତି ବଣ୍ଡାଘାଟିର ଅଣ୍ଡ୍ରାହାଲ୍‌ ପଞ୍ଚାୟତ ବଡ଼ବେଲ ଗ୍ରାମର ସଙ୍ଗୀତା କିର୍ସାନୀ, ନନ୍ଦିନୀ କିର୍ସାନୀ, ମୁସକାନ କିର୍ସାନୀ, ପଦ୍ମିନୀ କିର୍ସାନୀ, ଶାନ୍ତି ବାତ୍ରିଙ୍କ ସମେତ ବହୁ ଗ୍ରାମବାସୀ।
ସଙ୍ଗୀତା ଓ ନନ୍ଦିନୀ ଗୋବିନ୍ଦପାଲି ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ହୋଇଥିବାବେଳେ ମୁସ୍‌କାନ୍‌ ଖଇରପୁଟ ହାଇସ୍କୁଲ, ପଦ୍ମିନୀ ପାଙ୍ଗାମ୍‌ ଓ ଶାନ୍ତି କଦମ୍‌ଗୁଡା ହାଇସ୍କୁଲ୍‌ରେ ଶିକ୍ଷା ଗ୍ରହଣ କରୁଥିଲେ। ମହାମାରୀ କରୋନାଜନିତ କଟକଣା ଯୋଗୁ ଗତ ପ୍ରାୟ ୨ ବର୍ଷ ଧରି ମହାବିଦ୍ୟାଳୟ, ବିଦ୍ୟାଳୟ ବନ୍ଦ ଥିବାରୁ ଏମାନେ ଏବେ ଗ୍ରାମରେ ଅଛନ୍ତି। ହଷ୍ଟେଲ୍‌ ଖୋଲି ନ ଥିବାରୁ ଏବଂ ଗ୍ରାମରେ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ନ ଥିବା ହେତୁ ଏମାନେ ଅନ୍‌ଲାଇନ୍‌ ପାଠପଢ଼ାରୁ ବଂଚିତ ହୋଇଛନ୍ତି। କେବଳ ବଡ଼ବେଲ ଗ୍ରାମ ନୁହେଁ, ବଣ୍ଡାଘାଟିରେ ଥିବା ୩୦ରୁ ଊର୍ଦ୍ଧ୍ୱ ଗଁାର ଛାତ୍ରୀଛାତ୍ର କରୋନା ଯୋଗୁ ଘରେ ବସିଛନ୍ତି, ଯାହାର ସୁଯୋଗ ନେଉଛନ୍ତି ଆନ୍ଧ୍ରର ଦଲାଲମାନେ। କୋରାପୁଟ ଜିଲା ଅନ୍‌କାଡେଲି, ଲମ୍‌ତାପୁଟ ଆଦି ରାସ୍ତାଦେଇ ସେମାନେ ବଣ୍ଡାଘାଟିରେ ପଶୁଛନ୍ତି। ଅଶିକ୍ଷିତ ଏବଂ ଗରିବ ବଣ୍ଡା ଅଭିଭାବକଙ୍କୁ ଅର୍ଥ ପ୍ରଲୋଭନ ସାଙ୍ଗକୁ କିଛି ଅଗ୍ରିମ ଟଙ୍କା ଦେଇ ୧୩ ବର୍ଷରୁ ଊର୍ଦ୍ଧ୍ୱ ବହୁ ନାବାଳିକା, ନାବାଳିକ ଏବଂ ଯୁବତୀଯୁବକଙ୍କୁ ସାଙ୍ଗରେ ନେଇଯାଉଛନ୍ତି। ଉପରୋକ୍ତ ଛାତ୍ରୀ ଓ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଅନେକ ବଣ୍ଡା ନାବଳିକା, ନାବଳକ ଏବଂ ଯୁବତୀଯୁବକ ବିଭିନ୍ନ ରୋଗରେ ପଡ଼ି ଆନ୍ଧ୍ରରେ ପ୍ରାଣ ହରାଇଥିବାବେଳେ କେତେଜଣ ରୋଗାକ୍ରାନ୍ତ ହୋଇ ଗ୍ରାମରେ ଜୀବନ ହାରିଛନ୍ତି। ଏହି ଗ୍ରାମଗୁଡିକର ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଯୁବତୀ ଯୁବକ ଓ ଶିଶୁଶ୍ରମିକ ଆନ୍ଧ୍ରର ବିଭିନ୍ନ ସ୍ଥାନରେ ବିପଜ୍ଜନକ କାର୍ଯ୍ୟ ନିୟୋଜିତ ହୋଇଛନ୍ତି। ବାହାରେ କାର୍ଯ୍ୟ କରି ଗତବର୍ଷ ନିଜ ଗଁା ଅଣ୍ଡ୍ରାହାଲକୁ ଫେରିଥିବା ପଦ୍ମା ଶିଶା ଏବଂ ଶାନ୍ତି ବାତ୍ରିଙ୍କ ଭଉଣୀ ଅସୁସ୍ଥତା ଯୋଗୁ ଜୀବନ ହାରିଛନ୍ତି। ଭଉଣୀଙ୍କ ମୃତ୍ୟୁ ପରେ ଶାନ୍ତିଙ୍କ ବାପାଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଘରର ଆର୍ଥତ୍କ ସ୍ଥିତି ଭଲ ନ ଥିବାରୁ ଶାନ୍ତି ବାଧ୍ୟହୋଇ ଆନ୍ଧ୍ରକୁ ଦାଦାନ ଖଟିବାକୁ ଯାଇଥିଲେ। କିଛି ଦିନ କାମ କରିବା ପରେ ପୂର୍ବରୁ ଆନ୍ଧ୍ରକୁ ଯାଇଥିବା କେତେଜଣ ବଣ୍ଡା ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ସେ ଜାଣିବାକୁ ପାଇଥିଲେ। ଫଳରେ ଶାନ୍ତି ସେଠାରୁ ପଳାଇ ଆସି ନିଜ ଗଁାରେ ବହୁ ଅସୁବିଧାରେ ରହୁଛନ୍ତି।
ଦାଦନ ଖଟିବାକୁ ଯାଇଥିବା ଛାତ୍ରୀଛାତ୍ରଙ୍କ ନାମ ୩୦ଟି ବଣ୍ଡା ଗ୍ରାମର ବିଦ୍ୟାଳୟଗୁଡ଼ିକରେ ରହିଛି। ସେମାନେ ଅନ୍‌ଲାଇନ୍‌ ଶିକ୍ଷା ଗ୍ରହଣ କରୁଥିବା ଏବଂ ଶିକ୍ଷକମାନେ ଗ୍ରାମକୁ ଗ୍ରାମ ଯାଇ ଶିକ୍ଷାଦାନ କରୁଥିବା ଦର୍ଶାଯିବା ମିଥ୍ୟା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବଣ୍ଡାଘାଟି ବଡ଼ବେଲ ଗ୍ରାମର ସୋମା କିର୍ସାନୀ ଏବଂ ଅଣ୍ଡ୍ରାହାଲର ମଣ୍ଡାବାର୍ତ୍ତି କହିଛନ୍ତି, ସେମାନଙ୍କ ଅଞ୍ଚଳର ବହୁ ନାବାଳିକା ଆନ୍ଧ୍ରର ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ କାମ କରନ୍ତି। ସେଠାରେ କାର୍ଯ୍ୟ କରିବାବେଳେ ବିଭିନ୍ନ କେମିକାଲ ଏବଂ ବରଫ ସଂସ୍ପର୍ଶରେ ଆସିବାକୁ ପଡ଼ିଥାଏ, ଯାହା ସେମାନଙ୍କ ପାଇଁ ହାନିକାରକ ହୋଇଥାଏ। ଏ ସମ୍ପର୍କରେ ମାଲକାନଗିରି ଜିଲାପାଳ ବିଶାଳ ସିଂଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହଁି। ଜିଲା ଶ୍ରମ ଅଧିକାରୀ ମଦନ ମୋହନ ପାଇକଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ନେଇ ଆମ ପାଖରେ କୌଣସି ଅଭିଯୋଗ ନାହଁି । ଆମେ ଖଇରପୁଟଠାରେ ବଣ୍ଡା ଜନଜାତିର ମୁଖିଆ ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ନେଇ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ କରିଛୁ। ସେ ସବୁ ଅଞ୍ଚଳ ଅତି ଦୁର୍ଗମ ଓ ପାହାଡ଼ ଉପରେ ଥିବାରୁ ଲୋକେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ ହେଉନାହାନ୍ତି। ଅଭିଯୋଗ ଆସିଲେ ଏହାର ତଦନ୍ତ ହେବ ବୋଲି ପାଇକ କହିଛନ୍ତି।
ଜିଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମାଲକାନଗିରି ଜିଲାରୁ ଶ୍ରମିକ ଚାଲାଣ କରୁଥିବା ଅନେକ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆମ ବିଭାଗ ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ସଚେତନ କରୁଛି। କରୋନା ସମୟରେ ମୃତ୍ୟୁ ଘଟିଥିବା ଲୋକଙ୍କ ଶିଶୁମାନଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ସରକାରୀ ସହାୟତା ଦେବା ବ୍ୟବସ୍ଥା କରୁଛୁ। ତେବେ ବଣ୍ଡାଘାଟିର ଘଟଣା ଆମ ଦୃଷ୍ଟିକୁ ଆସିନାହଁି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାସ କହିଛନ୍ତି। ବଣ୍ଡାମାନଙ୍କ ଏହି ସମସ୍ୟାକୁ ନେଇ ଧରିତ୍ରୀ ଖବରଦାତା ଆଇନସେବା ପ୍ରାଧିକରଣଙ୍କ ନିକଟରେ ଏକ ଅଭିଯୋଗ କରିଛନ୍ତି। ଏହାକୁ ପ୍ରାଧିକରଣ ସଚିବ ରାକେଶ କୁମାର ମୁଦୁଲି ପଞ୍ଜୀକୃତ (ନଂ. ୪୮/୨୧) କରି ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri