୨ଶହ ବର୍ଷର ଶକ୍ତିପୀଠ ମା’ ଜଳଙ୍ଗ ଚଣ୍ଡୀ

ଖଇରା, ୧୪।୧୦(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଅଧୀନ ଜଳଙ୍ଗ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀଙ୍କର ପୂଜାର୍ଚ୍ଚନା କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି। ବାଲେଶ୍ୱର ଜିଲାର ଅନ୍ୟତମ ପୁରାତନ ସାଂସ୍କୃତିକ ପୀଠ ଭାବେ ପରିଗଣିତ ଏହି ଦେବୀଙ୍କ ମହିମା ଅବର୍ଣ୍ଣନୀୟ। ମା’ଙ୍କର ଦର୍ଶନ ପାଇଁ ବର୍ଷତମାମ ଭକ୍ତଙ୍କର ଭିଡ ଲାଗି ରହିଥିବା ବେଳେ ପାର୍ବଣ ଏଠାରେ ସ୍ବତନ୍ତ୍ର ଭାବେ ପାଳନ କରାଯାଇଥାଏ ା
ଦେବୀଙ୍କ ପ୍ରତିଷ୍ଠା ପଛରେ ଥିବା କିମ୍ବଦନ୍ତୀ ଅନୁଯାୟୀ ଆଜକୁ ଅନ୍ୟୁନ ୨ଶହ ବର୍ଷ ତଳେ କେନ୍ଦୁଝର ଜିଲା ଶୋଷ ଥାନା ଢେଙ୍କା ନିକଟସ୍ଥ ବାଲିଗୁରେଇ ଅଞ୍ଚଳର ଲୋକେ ୫ ଦେବୀ ମୂର୍ତ୍ତୀଙ୍କୁ ୫ଭଉଣୀ ଭାବେ ପୂଜାର୍ଚ୍ଚନା କରୁଥିଲେ। ମା’ ପ୍ରତ୍ୟକ୍ଷ ଦେବୀ ହୋଇଥିବାରୁ ତାଙ୍କ ନିକଟରେ ସେତେବେଳେ ନରବଳି ପରମ୍ପରା ଚାଲିଥିଲା। କେନ୍ଦୁଝର ରାଜା ଓ ପରେ ଢେଙ୍କା ଜମିଦାରଙ୍କ ତତ୍ତ୍ୱାବଧାନରେ ୫ ଭଉଣୀଙ୍କ ପୂଜାର୍ଚ୍ଚନା ଚାଲୁଥିଲା। ଏହି ୫ ଭଉଣୀଙ୍କ ମଧ୍ୟରୁ ବଡଭଉଣୀ ଭାବେ ଚଣ୍ଡୀ ଠାକୁରାଣୀଙ୍କ ସ୍ବପ୍ନାଦେଶକ୍ରମେ ଜଳଙ୍ଗ ଗ୍ରାମର ମହାପାତ୍ର ବଂଶଧରଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମା’ଙ୍କ ପ୍ରତିମାକୁ କାନ୍ଧରେ ବୋହି ଆଣି ଗାଁରେ ଥିବା କୋଚିଳାଗଛ ମୂଳେ ରଖିଥିଲେ। ପରବର୍ତ୍ତୀ ସମୟରେ ମା’ଙ୍କୁ ଅନ୍ୟତ୍ର ନେବା ଉଦ୍ଦେଶ୍ୟରେ ଗ୍ରାମବାସୀଙ୍କ ଶତଚେଷ୍ଟା ସତ୍ତ୍ୱେ ମା’ଙ୍କ ମୂର୍ତ୍ତୀକୁ ସ୍ଥାନାନ୍ତର କରିବାରେ ବିଫଳ ହୋଇଥିଲେ। କିଛି ବର୍ଷ ପରେ ମହାପାତ୍ର ବଂଶର ଉତ୍ତରାଧିକାରୀ ପଦ୍ମଲୋଚନ ମହାପାତ୍ର, ବିନୋଦ ମହାପାତ୍ର, ଗ୍ରାମମୁଖିଆ ଗୋବିନ୍ଦ ଦାଶ ଓ ପାଣ୍ଡୁ ତ୍ରିପାଠୀଙ୍କ ପ୍ରଚେଷ୍ଟାରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା ା
ମା’ଙ୍କ ବିଷୟରେ ଅନେକ ଅଲୌକିକ ଘଟଣା ବି ଲୋକଙ୍କୁ ମୁହଁରୁ ଶୁଣିବାକୁ ମିଳେ ା ଏହି ମନ୍ଦିର ସମ୍ମୁଖରେ ଏକ ପୋଖରୀ ରହିଛି। କୌଣସି କର୍ମକର୍ମାଣି ପାଇଁ ବାସନକୁସନ ଦରକାର ପଡିଲେ ଆଗରୁ ଲୋକମାନେ ଆସି ମା’ଙ୍କୁ ଗୁହାରୀ କରୁଥିଲେ। ଠିକ୍‌ ପରଦିନ ସକାଳେ ଉକ୍ତ ପୋଖରୀରେ ଆବଶ୍ୟକ ମୁତାବକ ବାସନକୁସନ ଭାସୁଥିଲା ା ଯାହାକୁ ନେଇ ବ୍ୟବହାର କରିବା ପରେ ପୁଣି ଆଣି ତାକୁ ପୋଖରୀରେ ଭସାଇ ଦେଉଥିଲେ। ଏଥିଲାଗି ଏହି ପୋଖରୀ ବାସଙ୍ଗ ପୋଖରୀ ନାମରେ ପରିଚିତ। ଏହି ଐତିହ୍ୟସମ୍ପନ୍ନ ମନ୍ଦିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଦେବୋତ୍ତର ତଥା ସଂସ୍କୃତି ବିଭାଗ ଦୃଷ୍ଟି ଦେବାକୁ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ସଭ୍ୟ ସୁଶାନ୍ତ ମହାପାତ୍ର, ଅକ୍ଷୟ କୁମାର ଦାସ, ଭଗବାନ ଦାସ, ନାରାୟଣ ଦାସ ଓ ଶତ୍ରୁଘ୍ନ ଦାସ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri