ରାଜ୍ୟରେ କାର୍ଯ୍ୟ କରୁଛି ୨୦୦ ଆଇଟି, ଇଲେକ୍ଟ୍ରୋନିକ୍ସ ସଂସ୍ଥା

ଭୁବନେଶ୍ୱର, ୩୦ା୯(ସୁନିତ୍‌ ମିଶ୍ର): ରାଜ୍ୟର ଅଧିକାଂଶ ଆଇଟି କମ୍ପାନୀ ଖୋର୍ଦ୍ଧା ଜିଲାରେ ରହିଛି। ଏହି କମ୍ପାନୀଗୁଡ଼ିକରେ ବର୍ତ୍ତମାନ ପ୍ରାୟ ୩୪ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ୩୦ଟି ଇଲେକ୍ଟ୍ରୋନିକ୍ସ କମ୍ପାନୀ କାର୍ଯ୍ୟ କରୁଛନ୍ତି। ସେହିପରି ୧୭୦ଟି ଆଇଟି ସଂସ୍ଥା କାର୍ଯ୍ୟକ୍ଷମ ଅଛି। ଏଗୁଡ଼ିକ ପ୍ରାୟ ଖୋର୍ଦ୍ଧା ଜିଲାରେ ରହିଛି ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁକ୍ରବାର ସୂଚନା ଦେଇଛନ୍ତି। ବିଧାୟକ ଧ୍ରୁବଚରଣ ସାହୁ ବିଧାନସଭାରେ ପଚାରିଥିବା ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ବେହେରା ଏହା କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ କାର୍ଯ୍ୟ କରୁଥିବା ୨୦୦ଟି ଇଲେକ୍ଟୋନିକ୍ସ ଏବଂ ଆଇଟି କମ୍ପାନୀ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରେ ୬,୧୦୦ କୋଟି ଟଙ୍କାର ରପ୍ତାନି କରିଥିଲେ। ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ଏହି ସଂସ୍ଥାଗୁଡ଼କ ୭୦୦୦ କୋଟି ଟଙ୍କାର ରପ୍ତାନି କରିବେ ବୋଲି ଆଶା ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ବିରୋଧୀ ଭାଜପା ଓ କଂଗ୍ରେସ ମନ୍ତ୍ରୀଙ୍କ ଏଭଳି ଉତ୍ତର ପରେ ପାଲଟା ଜବାବ ରଖି ଏହାର ତଦନ୍ତ ହେବା ଦରକାର ବୋଲି ଦାବି କରିଛନ୍ତି। ଜଣେ ବିଧାୟକ ଯେତେବେଳେ ଜିଲାଓ୍ବାରି ତଥ୍ୟ ମାଗୁଛନ୍ତି ଏହି ଦିଗ ପ୍ରତି ଅଣଦେଖା କରାଯାଉଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଇଲେକ୍ଟ୍ରୋନିକ୍ସ ଓ ଆଇଟି କମ୍ପାନୀ ଯେତିକି ରପ୍ତାନି ରାଜ୍ୟରେ କରୁଥିବା କଥା ଏମାନେ ଦେଖାଉଛନ୍ତି ତାହା କେବଳ ସବ୍‌ସିଡି ନେବା ଲାଗି ଉଦ୍ଦିଷ୍ଟ। ବାସ୍ତବରେ ଏତେ ରପ୍ତାନି ରାଜ୍ୟରେ ସେମାନେ କରୁନାହାନ୍ତି। ଅନ୍ୟପଟେ ୩୪ ହଜାର କର୍ମଚାରୀଙ୍କୁ ଆଇଟି ସଂସ୍ଥାରେ ନିଯୁକ୍ତି ଦେଇଥିବା ନେଇ ଦର୍ଶାଇବା ହାସ୍ୟାସ୍ପଦ କଥା। ଏହାର ୧୦ ପ୍ରତିଶତ ନିଯୁକ୍ତି ପାଇଥିଲେ ବହୁତ କଥା। ମନ୍ତ୍ରୀ ଏହି ପ୍ରଶ୍ନରେ ମନଇଚ୍ଛା ଉତ୍ତର ରଖିଛନ୍ତି। ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଏକ ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ବୋଲି ସାଲୁଜା କହିଛନ୍ତି।
ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟର ବଡ଼ ଆଇଟି କମ୍ପାନୀର ସଫଳତା ଏବଂ ରପ୍ତାନିକୁ ନେଇ ସରକାର ବହୁ କଥାରୁ ଖସିଯିବାକୁ ବସିଛନ୍ତି। ସରକାର କେତେ ସ୍ଥାନୀୟ ଆଇଟି ସଂସ୍ଥାକୁ ପ୍ରୋତ୍ସାହନ ଦେଇଛନ୍ତି ସେକଥା କହୁନାହାନ୍ତି। ସରକାର ଆଇଟି ପଲିସି ବିଷୟରେ ବ୍ୟାପକ ପ୍ରଚାର କଲେ, ହେଲେ ସେକଥା ମଧ୍ୟ ଧୂଅଁାବାଣ ପାଲଟିଛି। ୩୪ ହଜାର କର୍ମଚାରୀ କାର୍ଯ୍ୟ କରୁଥିବା ନେଇ ମନ୍ତ୍ରୀ ଉତ୍ତର ରଖିଛନ୍ତି। ହେଲେ ସେହି କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ହାତଗଣତି ବଡ଼ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି। ନ ହେଲେ ଓଡ଼ିଶାର ଆଇଟି ସେକ୍ଟରରେ କାର୍ଯ୍ୟ କରିବାକୁ ଚାହୁଁଥିବା ପିଲାମାନେ ବାହାର ରାଜ୍ୟକୁ କାହିଁକି ଯାଉଛନ୍ତି। ରାଜ୍ୟରେ ବହୁ ଆଇଟି କମ୍ପାନୀର ହିସାବ ସରକାର ଦେଉଛନ୍ତି ଯେଉଁଗୁଡିକ ମଧ୍ୟରୁ ଅଧିକାଂଶ ସଂସ୍ଥା ଡାଟା ଏଣ୍ଟ୍ରି ଆଦି ଛୋଟ ସଂସ୍ଥା କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ବୋଲି ପୃଥୀରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ପୋଲିସ -ଗ୍ରାମବାସୀ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri