୨୦୦ କୋଟି କ୍ଲବ୍‌ରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସମସ୍ତ ରେର୍କଡ ଭାଙ୍ଗିଛି। ମାର୍ଚ୍ଚ ୧୧ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମକୁ ଦେଖିବାକୁ ସିନେମା ହଲ୍‌ରେ ଦର୍ଶକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ପ୍ରଥମ ସପ୍ତାହରେ ଫିଲ୍ମଟି ୧୦୦ କୋଟି କ୍ଲବ୍‌ରେ ସାମିଲ୍‌ ହୋଇଥିବା ବେଳେ ଏବେ ଦ୍ୱିତୀୟ ସପ୍ତାହରେ ୨୦୦ କୋଟି କ୍ଲବ୍‌ରେ ପହଞ୍ଚିଛି।
୧୯୯୦ରେ କଶ୍ମୀର ପଣ୍ଡିତଙ୍କ ସହ ହୋଇଥିବା ଅନ୍ୟାୟର କାହାଣୀକୁ ନେଇ ଫିଲ୍ମଟି ତିଆରି କରାଯାଇଛି। ତେବେ ଫିଲ୍ମରେ ମୁଖ୍ୟ ଭୂମିକାରେ ଅନୁପମ ଖେର୍‌ ନଜର ଆସିଛନ୍ତି। ତାଙ୍କ ଅଭିନୟକୁ ନେଇ ଅନେକ ସେଲିବ୍ରିଟି ପ୍ରଶଂସା କରିଛନ୍ତି। ଏହା ବ୍ୟତିତ ମିଥୁନ୍‌ ଚକ୍ରବର୍ତ୍ତୀ, ପଲ୍ଲବୀ ଯୋଶୀ, ଦର୍ଶନକୁମାର ପ୍ରମୁଖ ଅଭିନୟ କରିଛନ୍ତି।

Share