୨୦ ବର୍ଷୀୟା ଯୁବତୀଙ୍କୁ ଡାକ୍ତର କହିଲେ ମୃତ, ଅନ୍ତିମସଂସ୍କାର ବେଳେ ଘଟିଲା ଏମିତି

ଆମେରିକାର ମିଶିଗନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ଯୁବତୀଙ୍କ ପରିବାର ପକ୍ଷରୁ ତାଙ୍କର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଅନ୍ତିମସଂସ୍କାରବେଳେ ଯୁବତୀ ଜଣଙ୍କ ହଠାତ୍‌ ଆଖି ଖୋଲିଥିଲେ। ଏହାଦେଖି ସେଠାରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ। ବେହୋଶ ଅବସ୍ଥାରେ ତାଙ୍କ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଜଣାପଡିଥିଲା ଯୁବତୀ ଜଣଙ୍କ ଜୀବିତ ଅଛନ୍ତି। ଏବେ ତାଙ୍କ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି। ସୂଚନାଯୋଗ୍ୟ, ମିଶିଗନ୍‌ ସହରରେ ରହୁଥିବା ତିମେଶା ଶାରୀରିକ ଭାବେ ଦିବ୍ୟାଙ୍ଗ ଅଟନ୍ତି। ଗତ ରବିବାର ସକାଳୁ ସେ ହଠାତ୍‌ ବେହୋଶ ହୋଇ ପଡିଥିଲେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ନିଃଶ୍ୱାସ ବନ୍ଦ ହୋଇଯାଇଥିବା ଡାକ୍ତର କହିଥିଲେ। ଏହାପରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘେଶଣୋ କରିଥିଲେ।

Share