ନାବାଳିକା ଗଣବଳାତ୍କାରୀଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ

ବାରିପଦା ଅଫିସ,୩୦।୫: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ସୁମିତା ଜେନା ମଙ୍ଗଳବାର ଏକ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଶୁଣାଣି କରି ୨ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତ। ପ୍ରତ୍ୟେକଙ୍କୁ ୨୦ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଓ ୧୫ ହଜାର ଟଙ୍କା ଲେଖାଏ ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଅତିରିକ୍ତ କାରାଦଣ୍ଡାଦେଶ ରାୟରେ ଉଲ୍ଲେଖ ହୋଇଛି ।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ କାଦୁଆଣି ଗ୍ରାମର ମାଷ୍ଟର ହେମ୍ବ୍ରମ ଓ ତପନ କୁମାର ମୁର୍ମୁ ୨୦୧୬ରେ ଜଣେ ନାବାଳିକାକୁ ବଳାତ୍କାର କରି ଗିରଫ ହୋଇଥିଲେ । ମାମଲାର ବିଚାର ପୂର୍ବକ ସାକ୍ଷୀଙ୍କ ବୟାନ, ଡାକ୍ତରୀ ଓ ତଦନ୍ତ ରିପୋର୍ଟକୁ ଭିତ୍ତି କରି ବିଚାରପତି ଏହି ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜୀବୀ ଅଭିନ୍ନ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।