ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର,୨୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସ୍ଥାନୀୟ ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଜଣେ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ସଦର ଥାନା ଡିମିରିଡିହା ଗ୍ରାମର ସୁନୀଲ କୁମାର ନାଏକ(୨୬)ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ ଜେଲ ଓ ୨୦ ହଜାର ଟଙ୍କା ଫାଇନ୍‌ ଆଦେଶ କରିଛନ୍ତି। ଫାଇନ ଅନାଦେୟ ଆଉ ୬ ମାସ ଜେଲ ଦଣ୍ଡାଦେଶ କରିଛନ୍ତି।

ପ୍ରକାଶ ଯେ, ୧୬ ବର୍ଷ ବୟସ୍କା ନାବାଳିକା ପୀଡ଼ିତାଙ୍କ ବାପା ଓ ମା କୋଇଡ଼ା ଅଞ୍ଚଳରେ ଶ୍ରମିକ ଭାବରେ କାମ କରୁଥିଲେ। ଏଣୁ ପୀଡ଼ିତା ସଦର ଥାନା ଅଞ୍ଚଳରେ ବଡ଼ବାପା ଘରେ ରହୁଥିଲେ। ୨୧ ନଭେମ୍ବର ୨୦୨୧ ସନ୍ଧ୍ୟାରେ ଘରେ ଏକୁଟିଆ ଥିବା ବେଳେ ଅଭିଯୁକ୍ତ ସୁନୀଲ ଘରୁ ଅପହରଣ କରିନେଇ  ଏକ ଭଡ଼ା ଘରେ ରଖି ଭୟଭୀତ କରି ବାରମ୍ବାର ବଳାତ୍କାର କରିଥିଲେ। ନାବାଳିକାଙ୍କ ବଡ଼ବାପା ଖୋଜ ଖବର ନ ପାଇବାରୁ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଡିସେମ୍ବର ୧୫ରେ ଅଭିଯୋଗ ପାଇବା ପରେ କେସ୍‌ ନମ୍ବର ୫୪୫/୨୧ରେ ମାମଲା ରୁଜୁ କରି ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୭ ଜଣ ସାକ୍ଷୀ ଓ ପୋଲିସ ତଦନ୍ତ ରିପୋର୍ଟକୁ ଆଧାର କରି କୋର୍ଟ ଉପରୋକ୍ତ ଦଣ୍ଡାଦେଶ ଆଦେଶ କରିବା ସହ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ସରକାରଙ୍କୁ ସୁପାରିସ କରିଥିବା ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଜ୍ଞାନେନ୍ଦ୍ର ନାଥ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ବଜେଟ୍‌ ଯୋଗୁ କେଉଁ ଦେଶକୁ ବଡ଼ କ୍ଷତି, କାହାକୁ ମିଳିଲା ଫାଇଦା, ଜାଣନ୍ତୁ …

ନୂଆଦିଲ୍ଲୀ,୨।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ କେନ୍ଦ୍ର ବଜେଟ ୨୦୨୬-୨୭ ଉପସ୍ଥାପନ କରିଥିଲେ। ଘରୋଇ ପ୍ରାଥମିକତା ଉପରେ ଧ୍ୟାନ କେନ୍ଦ୍ରିତ ରହିଥିଲେ ମଧ୍ୟ, ବଜେଟ ଭାରତର…

ଲଦାଖକୁ ନେପାଳ, ବାଂଲାଦେଶ କରିବାକୁ ଚାହୁଁଥିଲେ ୱାଙ୍ଗଚୁକ!

ନୂଆଦିଲ୍ଲୀ,୨।୨: ଲଦାଖର ବିଶିଷ୍ଟ ସାମାଜିକ କର୍ମୀ ତଥା ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଅଟକ ରଖିବା ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସ୍ପଷ୍ଟୀକରଣ ରଖିଛନ୍ତି। ସୋମବାର ଏହି…

ଇତିହାସ ରଚିଲେ ଜୋସ୍ ବଟଲର୍, ଇଂଲଣ୍ଡ ପାଇଁ ଏପରି ସଫଳତା ହାସଲ…

ନୂଆଦିଲ୍ଲୀ,୨।୨: ଟି-୨୦ ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯାଉଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ ୧…

ସମ୍ବଲପୁର ତହସିଲ ଦୁଇ ଭାଗ: ନିଯୁକ୍ତି ହେବେ ଅନେକ ଅମିନ-ଆରଆଇ କହିଲେ…

ସମ୍ବଲପୁର, ୨।୨(ପ୍ରମୋଦ ବହିଦାର): ସମ୍ବଲପୁରର ରାଜସ୍ବ ବିଭାଗ ଓ ବିକାଶମୂଳକ କାର୍ଯ୍ୟକୁ ନେଇ ସୋମବାର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସମେତ ୧୫ ଅଭିଯୁକ୍ତ କୋର୍ଟରେ ହାଜର

ବ୍ରହ୍ମପୁର,୨।୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ୧୫ ଅଭିଯୁକ୍ତ ସୋମବାର ଜିଲା ଦୌରାଜଜ୍‌…

ବାଂଲାଦେଶକୁ ଜୋରଦାର ଝଟ୍‌କା ଦେଲା ଭାରତ: ଶେଷରେ ପଶ୍ଚାତାପ କରିବା ଛଡା…

ନୂଆଦିଲ୍ଲୀ,୨।୨: ଏଥର କେନ୍ଦ୍ର ବଜେଟ ୨୦୨୬-୨୭ରେ ଭାରତର ବୈଦେଶିକ ସହାୟତା ନୀତି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି। ବାଂଲାଦେଶକୁ ଆବଣ୍ଟିତ ସହାୟତାରେ ଉଲ୍ଲେଖନୀୟ ହ୍ରାସ ସମସ୍ତଙ୍କ ଦୃଷ୍ଟି…

ଭାରତ ବିପକ୍ଷରେ ଖେଳିବନି ପାକିସ୍ତାନ, ପ୍ରତି ୧୦ ସେକେଣ୍ଡରେ ହେବ ଏତେ କ୍ଷତି , ଜାଣିଲେ…

ନୂଆଦିଲ୍ଲୀ,୨।୨: ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଏହାର ସରକାର ଟି-୨୦ ବିଶ୍ୱକପରେ ସେମାନଙ୍କର କ୍ରିକେଟ ଦଳ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଫେବୃଆରୀ ୧୫ ତାରିଖରେ ଭାରତ…

ଗୁମର ଖୋଲିଲେ ଶାହିଦ ଆଫ୍ରିଦି: କହୁ କହୁ କହିଦେଲେ ପାକିସ୍ତାନ ନ ଖେଳିବା…

ଇସଲାମାବାଦ୍‌,୨।୨: ୨୦୨୬ ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ନ ଖେଳିବା ପାଇଁ ପାକିସ୍ତାନର ନିଷ୍ପତ୍ତି ଉପରେ ଅନେକ ପ୍ରମୁଖ ବ୍ୟକ୍ତି ପ୍ରତିକ୍ରିୟା ଦେଉଛନ୍ତି। ପୂର୍ବତନ ପାକିସ୍ତାନୀ ଅଲରାଉଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri