ନାବାଳିକା ବଳାତ୍କାରୀଙ୍କୁ ୨୦ବର୍ଷ କାରାଦଣ୍ଡ

ବ୍ରହ୍ମପୁର,୨।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟ ଜଜ୍‌ ଗଣେଶ୍ବର ପତି ନାବାଳିକା ବଳାତ୍କାର ମାମଲାର ଗୁରୁବାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଜ୍‌ ଅଭିଯୁକ୍ତ ଧରାକୋଟ ଥାନା ଅଞ୍ଚଳର କ୍ରିଷ୍ଣା ପ୍ରଧାନ(୨୫)ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୧ ଲକ୍ଷ ୫୦୦ ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅତିରିକ୍ତ ୧୦ ମାସ ୭ ଦିନ ଜେଲଦଣ୍ଡ ଭୋଗିବାକୁ କୋର୍ଟ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ପୀଡିତାଙ୍କୁ ସାଢେ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜିଲା ଆଇନସେବା ପ୍ରାଧିକରଣଙ୍କୁ ଜଜ୍‌ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ମୋହନ ସିଙ୍ଗାରି ମାମଲା ପରିଚାଳନା କରୁଥିଲେ।