Categories: ଫୁରସତ

ଚାଇନା ସାମଗ୍ରୀ ବ୍ୟବହାର କରି ଗଲଓ୍ବାନ ସହିଦଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଦେଲେ ଏହି ଯୁବକ, କରାଯାଉଛି ପ୍ରଶଂସା..

ଗୋଟିଏ ଦିନ ପରେ ସ୍ବାଧୀନତା ଦିବସ। ଏହି ସ୍ବତନ୍ତ୍ର ଦିବସ ପାଳନ କରିବା ପାଇଁ ଆସାମରେ ରହୁଥିବା ୨୦ବର୍ଷୀୟ ରାହୁଲ ପାରିକ ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି। ଗଲଓ୍ବାନ୍‌ ଘାଟି ଚାଇନା ସେନା ସହ ମୁହାଁମୁହିଁ ହେବା ଯୋଗୁ ସହିଦ ହୋଇଥିବା ଭାରତୀୟ ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ସେ ଚାଇନା ସାମଗ୍ରୀରେ ଏକ କଳାକୃତି ପ୍ରସ୍ତୁତ କରିଛନ୍ତି।

ଆସାମର ଧୁବରୀ ଜିଲାରେ ରୁହନ୍ତି ରାହୁଲ। ସେ ଖରାପ ହୋଇଯାଇଥିବା ଚାଇନା ମୋବାଇଲ, କାଲ୍‌କୁଲେଟର ଖଣ୍ଡ, ର଼୍ୟାକେଟ୍‌, ଲ୍ୟାମ୍ପ, ଏଲ୍‌ଇଡି ଲାଇଟ୍‌, ପୁରୁଣା ରେଡିଓ ଆଦିକୁ ବ୍ୟବହାର କରି ଏକ ଚିତ୍ର ତିଆରି କରିଛନ୍ତି। ଏଥିରେ ଭାରତର ବିଜୟ ଦେଖିବାକୁ ମିଳୁଛି। ଏହାକୁ ବେଶ୍‌ ପସନ୍ଦ କରାଯାଉଛି।

ଗଲଓ୍ବାନ ଘାଟିରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ଭାରତରେ ଚାଇନା ଉତ୍ପାଦର ବର୍ଜନକୁ ନେଇ ସ୍ବର ଉଠିଥିଲା। ଏଣୁ ଚାଇନା ଉତ୍ପାଦକୁ ଉପଯୋଗ କରି ଚାଇନାକୁ ସେ ଏକ ଶକ୍ତିଶାଳୀ ବାର୍ତ୍ତା ପଠାଇଛନ୍ତି।

ଫଟୋଟି ୫ ଫୁଟର ରହିଛି। ଏହାକୁ ପୁରଣ କରିବାକୁ ଅନେକ ଦିନ ଲାଗିଥିଲା। ରାହୁଲ ପୂର୍ବରୁ ମଧ୍ୟ ଅଦରକାରୀ ଜିନିଷରେ ବିଭିନ୍ନ କଳାକୃି ପ୍ରସ୍ତୁତ କରିଥାନ୍ତି। ଚଳିତ ବର୍ଷ ସେ କିଛି ନିଆରା କରିବାକୁ ସ୍ଥିର କରିଥିଲେ। ଏହି ଫଟୋ ଦ୍ୱାରା ସେ ଭାରତ ଆମର ପ୍ରଥମ ପ୍ରାଥମିକତା ବୋଲି ବାର୍ତ୍ତା ଦେବାକୁ ଚାହୁଁଥିବା କହିଛନ୍ତି।

Share