ଦାଦନ ଯାଉନାହାନ୍ତି ୨୦ଶ୍ରମିକ ପରିବାର

ଲାଠୋର,୨ା୧୨(ଡି.ଏନ.ଏ.): ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରୁଛୁ। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଖୁସିରେ ପରିବାର ଚଳାଉଛୁ। ନିଜ ଭିଟାମାଟିରେ କାମ କରି ଜୀଇଁବାର ଯେଉଁ ଆନନ୍ଦ ତାହା ବାହାର ରାଜ୍ୟକୁ ଦାଦନ ଖଟି ଯାଇ ମିିଳବନି। ସମ୍ମାନ ନଷ୍ଟ, ଶାରୀରିକ ଓ ମାନସିକ ନିର୍ଯାତନାରେ ଜୀବନ ଚାଲି ଯିବାର ଭୟ ନାହିଁ। ଏଇଠି ଆମକୁ ସରକାର କାମ ଯୋଗାଇ ଦିଅନ୍ତୁ। ଆମେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବୁ ନାହିଁ। ପୁରା ଗାଁକୁ ଦାଦନମୁକ୍ତ ଗାଁରେ ପରିଣତ କରିବୁ। ଏହିଭଳି କହିଛନ୍ତି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ମାଲପଡ଼ା ପଞ୍ଚାୟତ ଅନ୍ତର୍ଗତ ଜଲପାଙ୍କେଲ ଗ୍ରାମର ୨୦ଦାଦନ ଶ୍ରମିକ ପରିବାର। ଏହି ଅଞ୍ଚଳରେ ସେମାନେ ଏକ ଉଦାହରଣ ସୃଷ୍ଟି କରିଛନ୍ତି।
ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଦାଦନ ଖଟି ଯିବା ଉପରେ ରୋକ ଲଗାଇବା ପାଇଁ ସରକାର ଏମ୍‌ଜିଏନଆରଇଜିଏସ୍‌ରେ କାମ ଯୋଗାଇ ଦେଉଛନ୍ତି। ଅନେକ ଜାଗାରେ ତାର ବ୍ୟତିକ୍ରମ ଦେଖା ଯାଉଥିଲେ ମଧ୍ୟ ଜଲପାଙ୍କେଲ ଗ୍ରାମରେ ଶ୍ରମିକମାନେ ଏହାର ସଦୁପଯୋଗ କରୁଛନ୍ତି। ନିଜ ପରିବାର ସହ ଆଉ ବାହାର ରାଜ୍ୟକୁ ଦାଦନ ଖଟି ଯାଉ ନାହାନ୍ତି। ଏଥିରୁ ଯାହା ରୋଜଗାର କରୁଛନ୍ତି ପରିବାର ଚଳୁଛି ବୋଲି କହିଛନ୍ତି ଗ୍ରାମର ଛଗନ ଦାସ, ଚତୁର ହଂସ, ମଦନ ରଣା, ଆଶାରାମ ହଂସ, ଚକୁ ବେମାଲ, ପୁରନ ଦାସ, ତ୍ରିନାଥ ମାଝି, ମକସିର କଟା, ଡ଼ୁଲାମଣି ରଣା, ନକୁଲ ହଂସ, ବଳଭଦ୍ର ଭୁଏ, କରୁଣା ଭୁଏ, ସୁଜନ ପୁଟେଲ ଏବଂ ଜିତେନ୍ଦ୍ର ରଣାଙ୍କ ପରିବାର। ୨୦୧୯-୨୦ ମସିହାରେ ଏହି ଦାଦନ ପରିବାରରୁ ଆସୁଥିବା ଛଗନ ଦାସ ଜଲପାଙ୍କେଲ ଗ୍ରାମରେ ଗାଁ ସାଥୀଭାବେ ନିଯୁକ୍ତି ପାଇଲା ପରେ ଚିତ୍ର ବଦଳି ଥିଲା। ବାହାର ରାଜ୍ୟକୁ ଦାଦନ ଖଟି ନ ଯାଇ ନିଜ ଅଞ୍ଚଳରେ କାମ କଲେ କଣ ସବୁ ଲାଭ ମିଳିଥାଏ ଶ୍ରମିକ ପରିବାରଙ୍କୁ ବୁଝାଇ ଥିଲେ। ଫଳରେ ଗ୍ରାମରେ ଥିବା ୩୦ପରିବାରଙ୍କ ମଧ୍ୟରୁ ୨୦ପରିବାର ଦାଦନ ଖଟିବାକୁ ଯିବା ବନ୍ଦ କରି ଗାଁରେ କାମ କଲେ। ଏବେ ୧୦ ପରିବାର ଦାଦନ ଖଟି ଯାଉଛନ୍ତି। ଯେଉଁ ପରିବାର ଦାଦନ ଖଟି ଯାଉ ନାହାନ୍ତି ସେମାନେ ଏମଜିଏନଆଇଜିଏସ କାମ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ଆଗାମୀ ଦିନରେ ଜଲପାଙ୍କେଲ ଗ୍ରାମକୁ ସମ୍ପୂର୍ଣ୍ଣ ଦାଦନ ଶ୍ରମିକ ମୁକ୍ତ ଗ୍ରାମରେ ପରିଣତ କରିବା ଲକ୍ଷ୍ୟ ରଖିଛି ବୋଲି ଛଗନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ

ନୂଆଦିଲ୍ଲୀ,୧୧ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛନ୍ତି। ବିର୍ଲା ଗୃହକାର୍ଯ୍ୟ ପରିଚାଳନାରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ସରକାରଙ୍କ କସରତ

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ବିଧାନସଭାରେ ବଜେଟ ଅଧିବେଶନ ୧୭ରୁ ଆରମ୍ଭ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ କସରତ ଗତ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri