ଆବଶ୍ୟକ ନ ଥାଇ ଦିଆଗଲା ୨୦ ଭାଏଲ ଆଣ୍ଟିଭେନମ୍‌

ଭୁବନେଶ୍ୱର, ୬।୫(ବ୍ୟୁରୋ): ଓଡ଼ିଶାରେ ସାପକାମୁଡ଼ା ମୃତ୍ୟୁ ବଢ଼ି ଚାଲିଥିବାରୁ ସରକାର ଚିନ୍ତାପ୍ରକଟ କରିବା ସହ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି। ନିକଟରେ ଲୋକସେବା ଭବନରେ ଏ ନେଇ ବୈଠକ ବସି ଆଲୋଚନା ହୋଇଥିଲା। କିନ୍ତୁ ସାପକାମୁଡ଼ା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରଙ୍କ ଦକ୍ଷତା ତଥା ଆତ୍ମବିଶ୍ବାସର ଘୋର ଅଭାବ ଦେଖାଯାଉଛି। ଖାମଖିଆଲ ଚିକିତ୍ସା ଯୋଗୁ ରୋଗୀଙ୍କ ଜୀବନ ବିପଦରେ ପଡୁଛି। ଗୋଟିଏ ପଟେ ଘରୋଇ ଡାକ୍ତରଖାନାରେ ବିଷହୀନ ସାପ କାମୁଡ଼ିଲେ ରୋଗୀକୁ ଭୟଭୀତ କରାଇ ବିଷାକ୍ତ ସାପଙ୍କ ପାଇଁ ରହିଥିବା ଆଣ୍ଟିଭେନମ ଦିଆଯିବା ସହିତ ଅବଜରଭେଶନ ନାଁରେ ଆଇସିୟୁରେ ରଖାଯାଇ ଶୋଷଣ କରାଯାଉଛି। ଅନ୍ୟପଟେ ସରକାରୀ ଡାକ୍ତରଖାନାରେ ମାଗଣାରେ ଆଣ୍ଟିଭେନମ ମିଳୁଥିବାରୁ ଅନେକ ସମୟରେ ଡାକ୍ତରମାନେ ତାହାର ଅପବ୍ୟବହାର କରୁଛନ୍ତି। ଜଣେ ସାପକାମୁଡ଼ା ରୋଗୀକୁ ଆବଶ୍ୟକତା ନ ଥାଇ ୨୦ ଭାଏଲ ଆଣ୍ଟିଭେନମ ଦିଆଯାଇଛି। ଏହି ଘଟଣା ରାଜ୍ୟର ସର୍ପାଘାତ ଚିକିତ୍ସାର ଦୟନୀୟ ସ୍ଥିତିକୁ ପଦାକୁ ଆଣିଛି।
ସାପକାମୁଡ଼ା ରୋଗୀ ଜଣକ ହେଲେ ନୟାଗଡ଼ ଜିଲା ଜଗନ୍ନାଥ ପ୍ରସାଦର ପ୍ରଶାନ୍ତ କୁମାର ମହାପାତ୍ର। ସେ ଖଣ୍ଡପଡ଼ା ପ୍ରାଣୀ ଚିକିତ୍ସାଳୟର ଜଣେ କର୍ମଚାରୀ। ଗୁରୁବାର ସକାଳ ପ୍ରାୟ ୯ଟାରେ ଚିକିତ୍ସା ପାଇଁ ଅଣାଯାଇଥିବା ଏକ ମେଣ୍ଢାକୁ ଇଞ୍ଜେକ୍ସନ ଦେବାକୁ ସିରିଞ୍ଜ ଆଣୁଥିବାବେଳେ କାଠ ଡ୍ର’ ଭିତରେ ଥିବା ଏକ ସବୁଜ ରଙ୍ଗର ସାପ ତାଙ୍କ ଡାହାଣ ହାତ ମଝି ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା। ଡା. ଲିକେଶ କାନୁନ୍‌ଗୋ ପ୍ରଶାନ୍ତଙ୍କୁ ନୟାଗଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ସାପଟିକୁ ବାମ୍ବୁ ପିଟ୍‌ ଭାଇପର ବା ଡାଳୁଆ ବୋଡ଼ା ବୋଲି ଚିହ୍ନଟ କରାଯିବା ସହ ୧୦ ଭାଏଲ ଆଣ୍ଟିଭେନମ ଦିଆଯାଇଥିଲା। ହେଲେ ଏହାର କିଛି ସମୟ ପରେ ପ୍ରଶାନ୍ତଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯାଇଥିଲା। ଅପରାହ୍ନ ପ୍ରାୟ ୨ଟା ୧୫ରେ ସେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚତ୍ଥିଲେ। ଡାକ୍ତର ସାପଟିର ଫଟୋକୁ ଦେଖି ଡାଳୁଆ ବୋଡ଼ା ବୋଲି ଚିହ୍ନିବା ପରେ ପୁଣି ୧୦ ଭାଏଲ ଆଣ୍ଟିଭେନମ ଇଞ୍ଜେକ୍ସନ ଦେଇଥିଲେ। ଏହାପରେ ପ୍ରଶାନ୍ତଙ୍କର ବାନ୍ତି ଉଠାଇବା ସହିତ ସେ କିଛି କ୍ଷଣ ପାଇଁ ଅଚେତ ମଧ୍ୟ ହୋଇଯାଇଥିଲେ। ଚେତା ଫେରିବା ପରେ ତାଙ୍କୁ ମେଡିସିନ ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ତେବେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସ୍ନେକ୍‌ ହେଲ୍ପ ଲାଇନ୍‌ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପ୍ରଶାନ୍ତଙ୍କୁ ଭୁଲ୍‌ ଇଞ୍ଜେକ୍ସନ, ପୁଣି ଅତ୍ୟଧିକ ମାତ୍ରା ଦିଆଯାଇଛି। ଡାଳୁଆ ବୋଡ଼ା କାମୁଡ଼ିଲେ ଭାରତୀୟ ଆଣ୍ଟିଭେନମ କାମ କରିବ ନାହିଁ ବୋଲି ସବୁ ପ୍ରୋଟୋକଲରେ ଲେଖାଯାଇଛି। ୨୦୦୭ ମସିହାରୁ ପ୍ରୋଟୋକଲ୍‌ ତିଆରି ହେଲାଣି, ହେଲେ ୨୦୨୨ରେ ଡାଳୁଆ ବୋଡ଼ା କାମୁଡ଼ା ରୋଗୀଙ୍କୁ ୨୦ ଭାଏଲ ଆଣ୍ଟିଭେନମ ଦେବା ଆଦୌ ଗ୍ରହଣୀୟ ନୁହେଁ। ଦରକାର ନ ଥାଇ ଦିଆଯାଇଛି। ଫଳରେ ପ୍ରଥମେ ସରକାରଙ୍କ ଆର୍ଥିକ କ୍ଷତି ହେଲା। ଦ୍ୱିତୀୟରେ ଆବଶ୍ୟକ କରୁଥିବା ରୋଗୀଙ୍କ ବେଳକୁ ଜାଣିଶୁଣି ଅଭାବ ସୃଷ୍ଟି କରାଗଲା। ତୃତୀୟରେ ଅତ୍ୟଧିକ ଭାଏଲ ଜଣେ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri