ଆବଶ୍ୟକ ନ ଥାଇ ଦିଆଗଲା ୨୦ ଭାଏଲ ଆଣ୍ଟିଭେନମ୍‌

ଭୁବନେଶ୍ୱର, ୬।୫(ବ୍ୟୁରୋ): ଓଡ଼ିଶାରେ ସାପକାମୁଡ଼ା ମୃତ୍ୟୁ ବଢ଼ି ଚାଲିଥିବାରୁ ସରକାର ଚିନ୍ତାପ୍ରକଟ କରିବା ସହ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି। ନିକଟରେ ଲୋକସେବା ଭବନରେ ଏ ନେଇ ବୈଠକ ବସି ଆଲୋଚନା ହୋଇଥିଲା। କିନ୍ତୁ ସାପକାମୁଡ଼ା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରଙ୍କ ଦକ୍ଷତା ତଥା ଆତ୍ମବିଶ୍ବାସର ଘୋର ଅଭାବ ଦେଖାଯାଉଛି। ଖାମଖିଆଲ ଚିକିତ୍ସା ଯୋଗୁ ରୋଗୀଙ୍କ ଜୀବନ ବିପଦରେ ପଡୁଛି। ଗୋଟିଏ ପଟେ ଘରୋଇ ଡାକ୍ତରଖାନାରେ ବିଷହୀନ ସାପ କାମୁଡ଼ିଲେ ରୋଗୀକୁ ଭୟଭୀତ କରାଇ ବିଷାକ୍ତ ସାପଙ୍କ ପାଇଁ ରହିଥିବା ଆଣ୍ଟିଭେନମ ଦିଆଯିବା ସହିତ ଅବଜରଭେଶନ ନାଁରେ ଆଇସିୟୁରେ ରଖାଯାଇ ଶୋଷଣ କରାଯାଉଛି। ଅନ୍ୟପଟେ ସରକାରୀ ଡାକ୍ତରଖାନାରେ ମାଗଣାରେ ଆଣ୍ଟିଭେନମ ମିଳୁଥିବାରୁ ଅନେକ ସମୟରେ ଡାକ୍ତରମାନେ ତାହାର ଅପବ୍ୟବହାର କରୁଛନ୍ତି। ଜଣେ ସାପକାମୁଡ଼ା ରୋଗୀକୁ ଆବଶ୍ୟକତା ନ ଥାଇ ୨୦ ଭାଏଲ ଆଣ୍ଟିଭେନମ ଦିଆଯାଇଛି। ଏହି ଘଟଣା ରାଜ୍ୟର ସର୍ପାଘାତ ଚିକିତ୍ସାର ଦୟନୀୟ ସ୍ଥିତିକୁ ପଦାକୁ ଆଣିଛି।
ସାପକାମୁଡ଼ା ରୋଗୀ ଜଣକ ହେଲେ ନୟାଗଡ଼ ଜିଲା ଜଗନ୍ନାଥ ପ୍ରସାଦର ପ୍ରଶାନ୍ତ କୁମାର ମହାପାତ୍ର। ସେ ଖଣ୍ଡପଡ଼ା ପ୍ରାଣୀ ଚିକିତ୍ସାଳୟର ଜଣେ କର୍ମଚାରୀ। ଗୁରୁବାର ସକାଳ ପ୍ରାୟ ୯ଟାରେ ଚିକିତ୍ସା ପାଇଁ ଅଣାଯାଇଥିବା ଏକ ମେଣ୍ଢାକୁ ଇଞ୍ଜେକ୍ସନ ଦେବାକୁ ସିରିଞ୍ଜ ଆଣୁଥିବାବେଳେ କାଠ ଡ୍ର’ ଭିତରେ ଥିବା ଏକ ସବୁଜ ରଙ୍ଗର ସାପ ତାଙ୍କ ଡାହାଣ ହାତ ମଝି ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା। ଡା. ଲିକେଶ କାନୁନ୍‌ଗୋ ପ୍ରଶାନ୍ତଙ୍କୁ ନୟାଗଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ସାପଟିକୁ ବାମ୍ବୁ ପିଟ୍‌ ଭାଇପର ବା ଡାଳୁଆ ବୋଡ଼ା ବୋଲି ଚିହ୍ନଟ କରାଯିବା ସହ ୧୦ ଭାଏଲ ଆଣ୍ଟିଭେନମ ଦିଆଯାଇଥିଲା। ହେଲେ ଏହାର କିଛି ସମୟ ପରେ ପ୍ରଶାନ୍ତଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯାଇଥିଲା। ଅପରାହ୍ନ ପ୍ରାୟ ୨ଟା ୧୫ରେ ସେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚତ୍ଥିଲେ। ଡାକ୍ତର ସାପଟିର ଫଟୋକୁ ଦେଖି ଡାଳୁଆ ବୋଡ଼ା ବୋଲି ଚିହ୍ନିବା ପରେ ପୁଣି ୧୦ ଭାଏଲ ଆଣ୍ଟିଭେନମ ଇଞ୍ଜେକ୍ସନ ଦେଇଥିଲେ। ଏହାପରେ ପ୍ରଶାନ୍ତଙ୍କର ବାନ୍ତି ଉଠାଇବା ସହିତ ସେ କିଛି କ୍ଷଣ ପାଇଁ ଅଚେତ ମଧ୍ୟ ହୋଇଯାଇଥିଲେ। ଚେତା ଫେରିବା ପରେ ତାଙ୍କୁ ମେଡିସିନ ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ତେବେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସ୍ନେକ୍‌ ହେଲ୍ପ ଲାଇନ୍‌ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପ୍ରଶାନ୍ତଙ୍କୁ ଭୁଲ୍‌ ଇଞ୍ଜେକ୍ସନ, ପୁଣି ଅତ୍ୟଧିକ ମାତ୍ରା ଦିଆଯାଇଛି। ଡାଳୁଆ ବୋଡ଼ା କାମୁଡ଼ିଲେ ଭାରତୀୟ ଆଣ୍ଟିଭେନମ କାମ କରିବ ନାହିଁ ବୋଲି ସବୁ ପ୍ରୋଟୋକଲରେ ଲେଖାଯାଇଛି। ୨୦୦୭ ମସିହାରୁ ପ୍ରୋଟୋକଲ୍‌ ତିଆରି ହେଲାଣି, ହେଲେ ୨୦୨୨ରେ ଡାଳୁଆ ବୋଡ଼ା କାମୁଡ଼ା ରୋଗୀଙ୍କୁ ୨୦ ଭାଏଲ ଆଣ୍ଟିଭେନମ ଦେବା ଆଦୌ ଗ୍ରହଣୀୟ ନୁହେଁ। ଦରକାର ନ ଥାଇ ଦିଆଯାଇଛି। ଫଳରେ ପ୍ରଥମେ ସରକାରଙ୍କ ଆର୍ଥିକ କ୍ଷତି ହେଲା। ଦ୍ୱିତୀୟରେ ଆବଶ୍ୟକ କରୁଥିବା ରୋଗୀଙ୍କ ବେଳକୁ ଜାଣିଶୁଣି ଅଭାବ ସୃଷ୍ଟି କରାଗଲା। ତୃତୀୟରେ ଅତ୍ୟଧିକ ଭାଏଲ ଜଣେ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri