ଲିବ୍ୟା ବନ୍ୟାପ୍ରପୀଡ଼ିତଙ୍କ ନିକଟରେ ପହଞ୍ଚିଲା ୨୦ ଟନ୍‌ ସହାୟତା ସାମଗ୍ରୀ

ଡେର୍ନା,୧୭ା୯: ଲିବ୍ୟାରେ ବନ୍ୟା ଯୋଗୁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ହଜାର ହଜାର ଲୋକଙ୍କ ମୃତଦେହ ମିଳିଛି। ଅନେକ ଲୋକ ନିଖୋଜ ବି ଅଛନ୍ତି। ଏହି ସମୟରେ, ଅନ୍ତର୍ଜାତୀୟ ସହାୟତା ସାମଗ୍ରୀ ଲିବ୍ୟାରେ ପହଞ୍ଚିବା ଆରମ୍ଭ କରିଛି। ରବିବାର ଡେର୍ନା ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ବନ୍ୟାରେ ହଜାର ହଜାର ଲୋକ ଏବଂ ସେମାନଙ୍କ ଘର ସମୁଦ୍ରରେ ପଶିଯାଇଛି। ଝଡ଼ତୋଫାନ ଯୋଗୁ ପ୍ରବଳ ବର୍ଷାର ଚାପରେ ଦୁଇଟି ଡ୍ୟାମ୍‌ ଭାଙ୍ଗିଯାଇଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି, ୩,୯୫୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ଚିହ୍ନଟ କରାଯାଇଛି। ଏହା ବ୍ୟତୀତ ୯୦୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଡବ୍ଲ୍ୟୁଏଚ୍‌ଓ ଘୋଷଣା କରିଛି ଯେ, ପୂର୍ବ ବେଙ୍ଗାଜୀ ସହରରେ ୨୦ ଟନ୍‌ ସହାୟତା ସାମଗ୍ରୀ ପହଞ୍ଚିଛି। ଡବ୍ଲୁଏଚ୍‌ଓର ଲିବ୍ୟା ପ୍ରତିନିଧି ଅହମ୍ମଦ ଜୋଟେନ କହିଛନ୍ତି, ଏହା ଏକ ଭୟଙ୍କର ବିପର୍ଯ୍ୟୟ। ବନ୍ୟା ହେତୁ ସମୁଦ୍ରରେ ଭାସିଯିବା ପରେ ଏବେ ମୃତଦେହଗୁଡ଼ିକ କୂଳରେ ଭାସୁଛି।

Share