୨୦ରୁ ସି. କେ. ନାଇଡୁ ଟ୍ରଫି:ବରଗଡ଼ରେ ଓଡ଼ିଶା ଏବଂ ମହାରାଷ୍ଟ୍ର ଦଳ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଆସନ୍ତା ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ୨୩ବର୍ଷରୁ କମ୍‌ ସି. କେ. ନାଇଡୁ କ୍ରିକେଟ ଟ୍ରଫି ଅନୁଷ୍ଠିତ ହେବ। ଶୁକ୍ରବାର କ୍ରୀଷ୍ଣା ବିକାଶ ସ୍କୁଲରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏ ନେଇ ଜିଲା କ୍ରିକେଟ ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାରଠାରୁ ଉଭୟ ଦଳର ଖେଳାଳିମାନେ ବରଗଡ଼ରେ ପହଞ୍ଚତ୍ ସ୍ଥାନୀୟ ହୋଟେଲ ନିକି ରେସିଡେନ୍ସି ଏବଂ ହୋଟେଲ ଗଣପତିରେ ଅବସ୍ଥାନ କରୁଛନ୍ତି। ଶୁକ୍ରବାର ସକାଳେ ବିକାଶ ଗ୍ରାଉଣ୍ଡରେ ମହାରାଷ୍ଟ୍ର ଦଳ ଅଭ୍ୟାସ କରିଥିବାବେଳେ ଅପରାହ୍ନରେ ଓଡ଼ିଶା ଦଳର ଖେଳାଳିମାନେ ଅଭ୍ୟାସ କରିଥିଲେ। ଉକ୍ତ ମ୍ୟାଚ୍‌ ପାଇଁ ବିସିସିଆଇ ପକ୍ଷରୁ ହେମନ୍ତ କୁମାର (ତାମିଲନାଡ଼ୁ କ୍ରିକେଟ ଆସୋସିଏଶନ) ମ୍ୟାଚ ରେଫରି ନିଯୁକ୍ତ ହୋଇଛନ୍ତି। ନୀତିନ ପଣ୍ଡିତ (ବିଦର୍ଭ କ୍ରିକେଟ ଆସୋସିଏଶନ) ଏବଂ କେ. ପ୍ରଭାକର ରାଓ (କେରଳ କ୍ରିକେଟ ଆସୋସିଏଶନ) ଆମ୍ପାୟାର କାର୍ଯ୍ୟ ତୁଲାଇବେ। ବିରବର ନାୟକ ଅନ୍‌ଲାଇନ ସ୍କୋରର ଏବଂ ସନ୍ଦୀପ ଜି. ମାନୁଆଲ ସ୍କୋର, ତାପସ କୁମାର ନାୟକ ଭିଡ଼ିଓ ଆନାଲିଷ୍ଟ ଏବଂ ଶୁଭାଶିଷ ଜେନା ଆସିଷ୍ଟାଣ୍ଟ ଭିଡ଼ିଓ ଆନାଲିଷ୍ଟ କାର୍ଯ୍ୟ ନିର୍ବାହ କରିବେ। ପ୍ରତ୍ୟେକ ଦିନ ମ୍ୟାଚ୍‌ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ। ଦିନ ୧୧ଟା ୩୦ମିନିଟ୍‌ରୁ ଦିନ ୧୨ଟା ୧୦ମିନିଟ୍‌ ପର୍ଯ୍ୟନ୍ତ ଭୋଜନ ବିରତି ରହିବ।
ଉଭୟ ଦଳ ପାଇଁ ଉଚ୍ଚମାନର ପଡ଼ିଆ, ପ୍ରାକ୍ଟିସ୍‌ ପିଚ୍‌, ବକ୍ସ ନେଟ୍‌ ଆଦି ବ୍ୟବସ୍ଥା ରହିଥିବା ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ପ୍ରତିଯୋଗିତା ପାଇଁ ଏକ କମିଟି ଗଠନ କରାଯାଇଛି। ଓଡ଼ିଶା ଦଳର ମ୍ୟାନେଜର ଭାବେ ସୁଜିତ କୁମାର ପ୍ରଧାନ ରହିଥିବାବେଳେ ପ୍ରୀତେଶ କୋଠାରୀ ମହାରାଷ୍ଟ୍ର ଦଳର ମ୍ୟାନେଜର ରହିଛନ୍ତି। ଆୟୋଜନ କମିଟିରେ ପ୍ରଦୀପ ସାହୁ ଓଡ଼ିଶା ଦଳର ମ୍ୟାନେଜର ଏବଂ ପ୍ରଦୀପ ନନ୍ଦ ମହାରାଷ୍ଟ୍ର ଦଳର ମ୍ୟାନେଜର ରହିଛନ୍ତି। ସଚ୍ଚିଦାନନ୍ଦ ପଣ୍ଡାଙ୍କ ଉପରେ ଅମ୍ପାୟାରମାନଙ୍କ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଗୁରୁଦତ୍ତ ଦାଶ ଟିମ୍‌ ଗୁଡ଼ିକର ଦାୟିତ୍ୱ ବୁଝୁଥିବାବେଳେ ରଜତ ଦାଶଙ୍କୁ ଭିଡ଼ିଓ ଆନାଲିଷ୍ଟମାନଙ୍କ ଦାୟିତ୍ୱ ଦିଆଯାଇଛି। କ୍ୟୁରେଟର ଦାୟିତ୍ୱରେ ଓସିଏର ମୁରଲୀ ପାତ୍ର ଏବଂ ଅଶୋକ ସିଂ ଗ୍ରାଉଣ୍ଡ ଦାୟିତ୍ୱରେ ରହିଛନ୍ତି। ଖବରଦାତା ସମ୍ମିଳନୀରେ ଜିଲା କ୍ରିକେଟ ଆସୋସିଏଶନର ସଭାପତି ହରିହର ପ୍ରଧାନ, ସମ୍ପାଦକ ରବି ନାରାୟଣ ପଣ୍ଡା, କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡି. ବିବେକ, ନିର୍ଦ୍ଦେଶକ ଡଃ ସମରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କ୍ରୀଷ୍ଣା ବିକାଶ ଗ୍ରୁପ୍‌ ଅନ୍ତର୍ଗତ ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ସିନିୟର ସେକେଣ୍ଡାରୀ ବିଭାଗ ଅଧ୍ୟକ୍ଷ ଚିତ୍ତରଞ୍ଜନ ପତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ, କ୍ରୀଡ଼ା ବିଭାଗ ମୁଖ୍ୟ ପୀତାମ୍ବର ପ୍ରଧାନ, କ୍ରିକେଟ କୋଚ୍‌ ଅଶୋକ ସିଂ ମଧ୍ୟ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ୧୦ ଭରି ସୁନା ଗହଣା ସହ…

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଆମପାଣି ଗ୍ରାମର ବ୍ୟବସାୟୀ ସନ୍ତୋଷ କୁମାର ସାହୁ ତାଙ୍କ ପରିବାର ଲୋକଙ୍କ ସହିତ ବୁଧବାର ଘରେ ନ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

ମେଘାଳୟରେ ଭୟଙ୍କର ଖଣି ବିସ୍ଫୋରଣ: ୧୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୫।୨: ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri