୨୦ରୁ ସି. କେ. ନାଇଡୁ ଟ୍ରଫି:ବରଗଡ଼ରେ ଓଡ଼ିଶା ଏବଂ ମହାରାଷ୍ଟ୍ର ଦଳ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଆସନ୍ତା ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ୨୩ବର୍ଷରୁ କମ୍‌ ସି. କେ. ନାଇଡୁ କ୍ରିକେଟ ଟ୍ରଫି ଅନୁଷ୍ଠିତ ହେବ। ଶୁକ୍ରବାର କ୍ରୀଷ୍ଣା ବିକାଶ ସ୍କୁଲରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏ ନେଇ ଜିଲା କ୍ରିକେଟ ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାରଠାରୁ ଉଭୟ ଦଳର ଖେଳାଳିମାନେ ବରଗଡ଼ରେ ପହଞ୍ଚତ୍ ସ୍ଥାନୀୟ ହୋଟେଲ ନିକି ରେସିଡେନ୍ସି ଏବଂ ହୋଟେଲ ଗଣପତିରେ ଅବସ୍ଥାନ କରୁଛନ୍ତି। ଶୁକ୍ରବାର ସକାଳେ ବିକାଶ ଗ୍ରାଉଣ୍ଡରେ ମହାରାଷ୍ଟ୍ର ଦଳ ଅଭ୍ୟାସ କରିଥିବାବେଳେ ଅପରାହ୍ନରେ ଓଡ଼ିଶା ଦଳର ଖେଳାଳିମାନେ ଅଭ୍ୟାସ କରିଥିଲେ। ଉକ୍ତ ମ୍ୟାଚ୍‌ ପାଇଁ ବିସିସିଆଇ ପକ୍ଷରୁ ହେମନ୍ତ କୁମାର (ତାମିଲନାଡ଼ୁ କ୍ରିକେଟ ଆସୋସିଏଶନ) ମ୍ୟାଚ ରେଫରି ନିଯୁକ୍ତ ହୋଇଛନ୍ତି। ନୀତିନ ପଣ୍ଡିତ (ବିଦର୍ଭ କ୍ରିକେଟ ଆସୋସିଏଶନ) ଏବଂ କେ. ପ୍ରଭାକର ରାଓ (କେରଳ କ୍ରିକେଟ ଆସୋସିଏଶନ) ଆମ୍ପାୟାର କାର୍ଯ୍ୟ ତୁଲାଇବେ। ବିରବର ନାୟକ ଅନ୍‌ଲାଇନ ସ୍କୋରର ଏବଂ ସନ୍ଦୀପ ଜି. ମାନୁଆଲ ସ୍କୋର, ତାପସ କୁମାର ନାୟକ ଭିଡ଼ିଓ ଆନାଲିଷ୍ଟ ଏବଂ ଶୁଭାଶିଷ ଜେନା ଆସିଷ୍ଟାଣ୍ଟ ଭିଡ଼ିଓ ଆନାଲିଷ୍ଟ କାର୍ଯ୍ୟ ନିର୍ବାହ କରିବେ। ପ୍ରତ୍ୟେକ ଦିନ ମ୍ୟାଚ୍‌ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ। ଦିନ ୧୧ଟା ୩୦ମିନିଟ୍‌ରୁ ଦିନ ୧୨ଟା ୧୦ମିନିଟ୍‌ ପର୍ଯ୍ୟନ୍ତ ଭୋଜନ ବିରତି ରହିବ।
ଉଭୟ ଦଳ ପାଇଁ ଉଚ୍ଚମାନର ପଡ଼ିଆ, ପ୍ରାକ୍ଟିସ୍‌ ପିଚ୍‌, ବକ୍ସ ନେଟ୍‌ ଆଦି ବ୍ୟବସ୍ଥା ରହିଥିବା ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ପ୍ରତିଯୋଗିତା ପାଇଁ ଏକ କମିଟି ଗଠନ କରାଯାଇଛି। ଓଡ଼ିଶା ଦଳର ମ୍ୟାନେଜର ଭାବେ ସୁଜିତ କୁମାର ପ୍ରଧାନ ରହିଥିବାବେଳେ ପ୍ରୀତେଶ କୋଠାରୀ ମହାରାଷ୍ଟ୍ର ଦଳର ମ୍ୟାନେଜର ରହିଛନ୍ତି। ଆୟୋଜନ କମିଟିରେ ପ୍ରଦୀପ ସାହୁ ଓଡ଼ିଶା ଦଳର ମ୍ୟାନେଜର ଏବଂ ପ୍ରଦୀପ ନନ୍ଦ ମହାରାଷ୍ଟ୍ର ଦଳର ମ୍ୟାନେଜର ରହିଛନ୍ତି। ସଚ୍ଚିଦାନନ୍ଦ ପଣ୍ଡାଙ୍କ ଉପରେ ଅମ୍ପାୟାରମାନଙ୍କ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଗୁରୁଦତ୍ତ ଦାଶ ଟିମ୍‌ ଗୁଡ଼ିକର ଦାୟିତ୍ୱ ବୁଝୁଥିବାବେଳେ ରଜତ ଦାଶଙ୍କୁ ଭିଡ଼ିଓ ଆନାଲିଷ୍ଟମାନଙ୍କ ଦାୟିତ୍ୱ ଦିଆଯାଇଛି। କ୍ୟୁରେଟର ଦାୟିତ୍ୱରେ ଓସିଏର ମୁରଲୀ ପାତ୍ର ଏବଂ ଅଶୋକ ସିଂ ଗ୍ରାଉଣ୍ଡ ଦାୟିତ୍ୱରେ ରହିଛନ୍ତି। ଖବରଦାତା ସମ୍ମିଳନୀରେ ଜିଲା କ୍ରିକେଟ ଆସୋସିଏଶନର ସଭାପତି ହରିହର ପ୍ରଧାନ, ସମ୍ପାଦକ ରବି ନାରାୟଣ ପଣ୍ଡା, କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡି. ବିବେକ, ନିର୍ଦ୍ଦେଶକ ଡଃ ସମରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କ୍ରୀଷ୍ଣା ବିକାଶ ଗ୍ରୁପ୍‌ ଅନ୍ତର୍ଗତ ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ସିନିୟର ସେକେଣ୍ଡାରୀ ବିଭାଗ ଅଧ୍ୟକ୍ଷ ଚିତ୍ତରଞ୍ଜନ ପତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ, କ୍ରୀଡ଼ା ବିଭାଗ ମୁଖ୍ୟ ପୀତାମ୍ବର ପ୍ରଧାନ, କ୍ରିକେଟ କୋଚ୍‌ ଅଶୋକ ସିଂ ମଧ୍ୟ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri