ସାଇକେଲରେ ୨୦ ହଜାର କିଲୋମିଟର ଯାତ୍ରା କରି ଦେଢବର୍ଷ ପରେ ଫେରିଲେ

ସମ୍ବଲପୁର, ୪।୩ (ଭବାନୀଶଙ୍କର ଭୋଇ): ପରିବେଶ ସଚେତନତା ଲକ୍ଷ୍ୟ ରଖି ଦେଢବର୍ଷ ତଳେ ବରଗଡ ନୂଆଗଡରୁ ବାହାରିଥିବା ନନ୍ଦିଘୋଷ ଖମାରୀ ଏହା ଭିତରେ ୨୦ ହଜାର କିଲୋମିଟର ସାଇକେଲରେ ଯାତ୍ରା କରି ସାରିଛନ୍ତି। ତାଙ୍କର ସାଇକେଲ ଯାତ୍ରା ଭିତରେ ସେ ବୁଲିଛନ୍ତି ୨୮ଟି ରାଜ୍ୟ।

ଦେଶଭ୍ରମଣ କରି ସୋମବାର ସମ୍ବଲପୁର ପହଞ୍ଚିଥିବା ଅବସରରେ ତାଙ୍କୁ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। କୁଲତା ସମାଜର ସମ୍ବଲପୁରର ସଭାନେତ୍ରୀ ଯଶୋବନ୍ତୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଦେବତ୍ତମ ପଧାନ, ହାରାଧନ ପଧାନ, ଅଭିରାମ ଖମାରୀ, ସମାରୁ ବାରିକ, କ୍ଷୀରୋଦ ପଧାନ, ନିର୍ମଳ ପଧାନ, ଚୁଡାମଣୀ ବାରିକ, ବିବେକା ଭୋଇ, ଆଲୋକ ସାହୁ, ଦେବଦତ୍ତ ସାହୁ, ଅକ୍ଷୟ ପଧାନ, ହାରାଧନ ଭୋଇ, ପ୍ରବୀଣ ବାରିକ, ମଧୁସୂଦନ ଭୋଇ ପ୍ରମୁଖ ଉପସ୍ଥିତ ରହି ସାଇକେଲ ଯାତ୍ରୀ ନନ୍ଦିଘୋଷ ଖମାରୀଙ୍କୁ ସ୍ବାଗତ କରିଥିଲେ।

ମନ୍ଦିର ପୂଜକ ସୁଦାମ ପଧାନ ଏବଂ ଦେବୀପ୍ରସାଦ ଭୋଇ ରଣେଶ୍ୱର ରାମଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ନନ୍ଦିଘୋଷ ତାଙ୍କର ଦେଢବର୍ଷର ସାଇକେଲ ଯାତ୍ରାର ଅଭିଜ୍ଞତା ବିଷୟରେ କହିଥିଲେ। ସାଇକେଲର ଅଧିକ ବ୍ୟବହାର ପରିବେଶ ସହ ମଣିଷକୁ ମଧ୍ୟ ସୁସ୍ଥ ରଖିବ ବୋଲି ସେ କହିଥିଲେ।

ନନ୍ଦିଘୋଷଙ୍କ ବାପା ତପୋଧନ ଖମାରୀ ଜଣେ କ୍ଷୁଦ୍ର ଚାଷୀ ଏବଂ ମା’ ଦ୍ରୌପଦୀ ଖମାରୀ ଜଣେ ଗୃହିଣୀ। ତିନି ଭାଇ ଭଉଣୀ ଭିତରେ ସବା ସାନ ନନ୍ଦିଘୋଷ ସାଇକେଲରେ ଦେଶ ଭ୍ରମଣ କରିବା ସ୍ବପ୍ନ ପୂରଣ କରିବାକୁ ୨୦୨୨ସେପ୍ଟେମ୍ବର ୫ରେ ନୂଆଗଡ଼ ଗାଁରୁ ବାହାରିବା ସମୟରେ କେବେ ଘରକୁ ଫେରିବେ ତାହା ଜାଣି ନ ଥିଲେ।

ତେବେ ନିଜର ସଂକଳ୍ପ ବଳରେ ସେ ଦେଢବର୍ଷ ହେବ ବିଭିନ୍ନ ରାଜ୍ୟ ବୁଲି ପରିବେଶ ସଚେତନତାର ବାର୍ତ୍ତା ପ୍ରଚାର କରିପାରିଛନ୍ତି। ନିଜର ଯାତ୍ରା ଭିତରେ ସେ ବିଭିନ୍ନ ଥାନା, ସ୍କୁଲ, ମନ୍ଦିର, ମସଜିଦ ଗୀର୍ଜାଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ରାତ୍ରୀ ଯାପନ କରିଥିବା କହିଥିଲେ।

ବିଶେଷକରି ମହାରାଷ୍ଟ୍ରରେ ସାଇକେଲ ପ୍ରତି ଅଧିକ ଆଗ୍ରହ ରହିଥିବାବେଳେ ଭାରତର ଚାରିଆଡେ ସମ୍ବଲପୁରୀ ଗୀତ ଏବଂ ନାଚ ପ୍ରତି ଲୋକଙ୍କ ଆଗ୍ରହ ରହିଥିବା ନନ୍ଦିଘୋଷ କହିଛନ୍ତି। ଲୋକେ ସମ୍ବଲପୁରୀ ଭାଷା ବୁଝି ନ ପାରିଲେ ମଧ୍ୟ ଭାଷାର ଲାଲିତ୍ୟ ଏବଂ ସମ୍ବଲପୁରୀ ବଜାକୁ ବେଶ ଉପଭୋଗ କରୁଥିବା ସେ କହିଛନ୍ତି।

ଖରା, ବର୍ଷା, ଶୀତ ବର୍ଷର ସବୁ ସମୟରେ ସେ ସାଇକେଲ ଚଳାଇ ନିଜ ଯାତ୍ରାକୁ ଆଗକୁ ବଢାଇ ଆସିଛନ୍ତି। ପ୍ରତି ରାଜ୍ୟରେ ପ୍ରାୟ ପନ୍ଦର ଦିନ ସମୟ ରହିବା ସହ ସେଠାକାର ଖାଦ୍ୟପେୟ, ଭାଷା, ସଂସ୍କୃତି ବିଷୟରେ ଅବଗତ ହୋଇପାରିଥିବା କହିଛନ୍ତି। ୨୬ ବର୍ଷୀୟ ନନ୍ଦିଘୋଷ ୨୮ଟି ରାଜ୍ୟ ଭ୍ରମଣ ସମୟରେ ପରିବାରଠାରୁ ଦେଢବର୍ଷ ହେବ ଦୂରରେ ରହିଛନ୍ତି। ତେବେ ସେ ନିଜ ଅଭିଯାନକୁ ଆଗକୁ ବଢାଇବା ସହ ବହୁ ଯୁବକ ପାଇଁ ପ୍ରେରଣା ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri