୨୦ ଟଙ୍କା ହିଁ ଥିଲା ମୋ ଜୀବନର ପ୍ରଥମ ରୋଜଗାର : ଲେଖକ ଚୌଧୁରୀ ବିଚିତ୍ରାନନ୍ଦ ପ୍ରହରାଜ

କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଝାଡେଶ୍ୱରପୁର ଗ୍ରାମରେ ମୋର ଜନ୍ମ। ଗାଁ ହାଇସ୍କୁଲ୍‌ରୁ ୧୯୭୧ରେ ମାଟ୍ରିକ୍‌ ପାସ୍‌ କରିବା ପରେ କେନ୍ଦ୍ରାପଡ଼ା କଲେଜରେ ବିଜ୍ଞାନରେ ପ୍ରି-ୟୁନିର୍ଭସିଟି ପଢିଥିଲି। ତା’ପରେ ଭୂବନେଶ୍ୱରସ୍ଥିତ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୃଷି ମହାବିଦ୍ୟାଳୟରେ ସ୍ନାତକ ପଢିଲି। ତେବେ ସ୍ନାତକର ପ୍ରଥମ ବର୍ଷ ପଢୁଥିବାବେଳେ ଗୋଟେ ଛୋଟ ପିଲାକୁ ଟ୍ୟୁଶନ କରିବା ଆରମ୍ଭ କରିଥିଲି; ଯେଉଁଥିରୁ ମୋତେ ୨୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ଏହି ୨୦ ଟଙ୍କା ହିଁ ଥିଲା ମୋ ଜୀବନର ପ୍ରଥମ ରୋଜଗାର; ଯାହାକି ଜଳଖିଆ ଖାଇବାରେ ଖର୍ଚ୍ଚ ହୋଇଯାଉଥିଲା। ସେହିପରି କୃଷି ସ୍ନାତକର ଶେଷବର୍ଷ ବେଳକୁ ଆଉଥରେ ରୋଜଗାରର ସୂଯୋଗ ପାଇଥିଲି। ସେତେବେଳେ କଲେଜର ଜଣେ ସାର୍‌ କ୍ଷୁଦ୍ର ନାମମାତ୍ର ଚାଷୀଙ୍କ ପାଇଁ କେତୋଟି ବ୍ଲକରେ ସର୍ଭେ କରୁଥିଲେ। ମୁଁ ବି ସେଥିରେ ସାମିଲ ହେଲି; ଆଉ ପାରିଶ୍ରମିକ ବାବଦରେ ୫୦୦ ଟଙ୍କା ମୋତେ ମିଳିଲା। ସେହି ଟଙ୍କା ବି ଖାଇବା, ପିଇବା ଓ ଚଳିବାରେ ଖର୍ଚ୍ଚ ହୋଇଯାଉଥିଲା। ୧୯୭୬ ମସିହାରେ ମୋ ପାଠପଢା ସରିଲା। ଆଉ ତା’ପରେ ଓଡ଼ିଶା ସରକାରଙ୍କ କୃଷି ବିଭାଗରେ କୃଷି ଓଭରସିୟର ଭାବେ ମୋତେ ଚାକିରି ମିଳିଲା। ପୋଷ୍ଟିଂ କୋରାପୁଟରେ ହୋଇଥିଲା। ଦରମା ମାସକୁ ୫୦୦ ଟଙ୍କା। କହିବାକୁ ଗଲେ ବିଧିବଦ୍ଧ ଭାବେ ଏହା ହିଁ ଥିଲା ମୋର ପ୍ରଥମ ସ୍ଥାୟୀ ରୋଜଗାର; ଯେଉଁଥିରୁ ୨୦୦ ଟଙ୍କା ବାପାଙ୍କ ପାଖକୁ ପଠାଇଥିଲି। ବାକି ଟଙ୍କାରେ ନିଜ ଚଳିବା ପାଇଁ ଗୋଟେ ବେଡ୍‌ସିଟ ଆଉ କିଛି ଷ୍ଟିଲ୍‌ ବାସନ କିଣିଥିଲି। ତା’ପରେ ବି ଆଉ କିଛି ଟଙ୍କା ବଳିଥିଲା, ଯେଉଁଥିରେ ମାସକଯାକ ମୁଁ ଚଳିଥିଲି। ତେବେ ଉକ୍ତ ପଦବୀରେ ମୁଁ ୧୯୮୬ ମସିହା ଯାଏଁ କାମ କଲି। ତା’ପରେ ୧୯୮୭ରେ ଭାରତୀୟ ସାଧାରଣ ବୀମା ନିଗମରେ ପ୍ରଶାସନିକ ଅଧିକାରୀ ଭାବେ ଯୋଗ ଦେଇ ୨୦୧୫ରେ ଚିଫ୍‌ ରିଜିଓନାଲ୍‌ ମ୍ୟାନେଜର ଭାବେ ଚାକିରୀରୁ ଅବସର ନେଇଥିଲି। ଏବେ ପରିଣତ ବୟସରେ ଉପନୀତ। କିନ୍ତୁ ଲେଖାଲେଖିରେ ସକ୍ରିୟ ରହିଛି। ଏଥିସହିତ ‘ଡାକ୍ତରଖାନା’, ‘ମ୍ୟାରେଜ୍‌ ବ୍ୟୁରୋ’, ‘ଅନ୍ୟ ଏକ ନିର୍ଭୟା’, ‘ଡେରୀ ନ ହୋଇଯାଉ’, ‘ ଉପାୟ ଅଛି’ ଟାଇଟଲ୍‌ ବିଶିଷ୍ଟ ୫ଟି ନାଟକ ରଚନା କରିସାରିଲିଣି। ଏହି ନାଟକଗୁଡ଼ିକ ଭୁବନେଶ୍ୱରର ବିଭିନ୍ନ ମଞ୍ଚରେ କଳାକାରଙ୍କ ଦ୍ୱାରା ପରିବେଷିତ ହୋଇସାରିଲାଣି। କିନ୍ତୁ ଅବଶୋଷ ଏହାକୁ ପୁସ୍ତକ ଆକାରରେ ଏଯାଏଁ ପ୍ରକାଶିତ କରିପାରିନି। ନାଟକ ବ୍ୟତୀତ ମୋର ଅନେକ ପ୍ରବନ୍ଧ ଓ କବିତା ବିଭିନ୍ନ ପତ୍ରିକା ଓ ଖବରକାଗଜରେ ପ୍ରକାଶିତ ହୋଇଛି। ବିଶେଷକରି କୃଷି ଭିତ୍ତିକ ବହୁ ପ୍ରବନ୍ଧ ‘ଧରିତ୍ରୀ’ ଖବରକାଗଜରେ ପ୍ରକାଶ ପାଇ ମୋତେ ଅନେକ ପାଠକୀୟ ପ୍ରଶଂସା ମିଳିଛି। ତେବେ ଜୀବନରେ ବହୁ ଯଶଖ୍ୟାତି ଆଉ ଧନ ଉପାର୍ଜନ କରିଥିଲେ ହେଁ ପ୍ରଥମ ରୋଜଗାରର ସ୍ମୃତି ମୋ ପାଇଁ ଚିରସ୍ମରଣୀୟ ହୋଇ ରହିଛି ଆଉ ରହିଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri