୬ମାସ ମଧ୍ୟରେ ୨୦ଲକ୍ଷ ସ୍ମାର୍ଟସ୍ପିକର

ନୂଆଦିଲ୍ଲୀ,୨୩।୨: ଦେଶର ପ୍ରମୁଖ ଫିନ୍‌ଟେକ୍‌ ପ୍ଲାଟ୍‌ଫର୍ମ ଫୋନ୍‌ ପେ’ର ଅତ୍ୟାଧୁନିକ ସ୍ମାର୍ଟ ସ୍ପିକରର ଶୁଭାରମ୍ଭ ସମ୍ପର୍କରେ ନିକଟରେ ଘୋଷଣା କରାଯାଇଥିଲା। ହେଲେ ଘୋଷଣାର ୬ମାସ ମଧ୍ୟରେ ଫୋନ୍‌ପେ ପ୍ରାୟ ୨୦ଲକ୍ଷ ସ୍ମାର୍ଟ ସ୍ପିକର ବିଭିନ୍ନ କ୍ଷେତ୍ରରେ ଏହାକୁ ବିତରଣ କରିଥିବା ଜଣାପଡିଛି। ଦେଶର ଅଫ୍‌ଲାଇନ ବ୍ୟବସାୟୀମାନଙ୍କ ମଧ୍ୟରେ ଉକ୍ତ ଡିଭାଇସଗୁଡ଼ିକ ପାଇଁ ସବୁଠାରୁ ଅଧିକ ଅଭିବୃଦ୍ଧି ଦେଖାଯାଇଛି। ଫୋନ୍‌ପେର ସ୍ମାର୍ଟ ସ୍ପିକର ବିନା କୌଣସି ହସ୍ତକ୍ଷେପରେ ଗ୍ରାହକଙ୍କ ପେମେଣ୍ଟ ଯାଞ୍ଚ କରିବାରେ ସାହାଯ୍ୟ କରେ ଏବଂ ସେଗୁଡ଼ିକର ଅଡିଓ କନ୍‌ଫର୍ମେସନ ସ୍ପିଡ୍‌ କମ୍ପାନୀର ପ୍ଲାଟ୍‌ଫର୍ମରେ ୩.୫ମିଲିୟନରୁ ଅଧିକ ବ୍ୟବସାୟୀଙ୍କ ପାଇଁ ଅତୁଳନୀୟ ବିଶ୍ୱାସ ଏବଂ ନିର୍ଭରଯୋଗ୍ୟତା ନିର୍ମାଣ କରିବାରେ ସାହାଯ୍ୟ କରିଛି। ପ୍ରତି ମାସ ହାରାହାରି ୭୫କୋଟିରୁ ଅଧିକ କାରବାରର ବୈଧତା ପାଇଁ ଫୋନ୍‌ପେ ସ୍ମାର୍ଟସ୍ପିକର ବ୍ୟବହାର କରାଯାଉଛି।
ଏ ସମ୍ପର୍କରେ ଫୋନପେର ଅଫ୍‌ଲାଇନ ବ୍ୟବସାୟ ମୁଖ୍ୟ ବିବେକ ଲୋହଚେବ କହିଛନ୍ତି, ରେକର୍ଡ ସମୟରେ ସାରା ଦେଶରେ ୨୦ଲକ୍ଷରୁ ଅତ୍ଧକ ସ୍ମାର୍ଟ ସ୍ପିକର ଯୋଗାଇବା ଫୋନ୍‌ପେର ସର୍ବୋଚ୍ଚ କାର୍ଯ୍ୟଦକ୍ଷତାର ପ୍ରମାଣ । ଫୋନପେ ବ୍ୟବସାୟୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସର୍ବଦା ନୂଆ ଉପତ୍ାଦ ଏବଂ କଷ୍ଟମାଇଜ ଅଫର ସୃଷ୍ଟି କରିଥାଏ । ଆମେ ଏହା ଦେଖି ଅତ୍ୟନ୍ତ ଆନନ୍ଦିତ ଯେ ଆମର ସ୍ମାର୍ଟ ସ୍ପିକର ଦେଶର ସମସ୍ତ ଅଞ୍ଚଳ ଏବଂ ସହରରେ ବ୍ୟାପକ ଭାବରେ ଗ୍ରହଣ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri