କମ୍ପାନୀ ସିଇଓ ଆଶା ଦେଖାଇ ୨୦ଲକ୍ଷ ଲୁଟ୍‌

ଭୁବନେଶ୍ୱର,,୨୬।୭(ବ୍ୟୁରୋ): କରୋନା ଓ ଲକ୍‌ଡାଉନ୍‌ ଯୋଗୁ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ବହୁ ଶିକ୍ଷିତ ଯୁବତୀଯୁବକ ବାହାର ରାଜ୍ୟ ଓ ଦେଶରୁ ଘରକୁ ଫେରି ବେକାର ବସିଛନ୍ତି। ଏବେ ସେମାନେ ନୂଆ ଚାକିରି ପାଇବା ଆଶାରେ ଇଣ୍ଟରନେଟ୍‌ ଓ ସୋସିଆଲ ମିଡିଆରେ ଖୋଜାଖୋଜି କରୁଛନ୍ତି। ଏହାର ସୁଯୋଗ ନେଇ ସାଇବର ଠକମାନେ ସକ୍ରିୟ ହୋଇପଡିଛନ୍ତି। ଚାକିରି ଯୋଗାଇ ଦେବା ନଁାରେ ଏକାଧିକ ଫେକ୍‌ ଓ୍ବେବ୍‌ସାଇଟ୍‌ ଖୋଲି ଠକେଇ କରୁଛନ୍ତି। ଏହିଭଳି ଏକ ଠକେଇର ଶିକାର ହୋଇଛନ୍ତି ପଟିଆ ଫାଲ୍‌କନ୍‌ ରେସିଡେନ୍ସିରେ ରହୁଥିବା ପଙ୍କର କୁମାର ଦାଶ। ତାଙ୍କଠାରୁ ସାଇବର ଠକମାନେ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ସେ ଏନେଇ ପ୍ରଥମେ ଇନ୍‌ଫୋସିଟି ଥାନାର ଦ୍ୱାରସ୍ଥ ହୋଇଥିଲେ। ପରେ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କିଛି ବି ସୁରାକ ପାଇପାରୁନି।
ଅଭିଯୋଗ ଅନୁଯାୟୀ, ପଙ୍କଜ ଏକ ଘରୋଇ ସଂସ୍ଥାରେ ଜେନେରାର ମ୍ୟାନେଜର(ଜିଏମ) ଅଛନ୍ତି। ସେ ଏକ ଭଲ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) କିମ୍ବା ଭାଇସ୍‌ ପ୍ରେସିଟେଣ୍ଟ ପଦ ସନ୍ଧାନରେ ଥିଲେ। ଏଥିପାଇଁ ସେ ଗୁଗଲ୍‌ରେ ସର୍ଚ୍ଚ କରିବାବେଳେ ଏକ ଓ୍ବେବ୍‌ସାଇଟ୍‌ (www.recruitmentzone.in) ପାଇଥିଲେ। ସେଥିରେ ସେ ନିଜର ବାୟୋଡାଟା ଅପ୍‌ଲୋଡ଼ କରିଥିଲେ। କିଛିଦିନ ପରେ ପଙ୍କଜଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍‌ ଆସିଥିଲା। ଏକ ବଡ଼ କମ୍ପାନୀରେ ସିଇଓ ଚାକିରି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କହିବା ସହ ଏହି ସହଯୋଗ ପାଇଁ ତାଙ୍କ ସଂସ୍ଥା ଟଙ୍କା ନେଉଥିବା କହିଥିଲେ। କରୋନା ଆଳ ଦେଖାଇ ଅନ୍‌ଲାଇନ୍‌ରେ ପଙ୍କଜଙ୍କଠାରୁ ୨୦ ଲକ୍ଷ ୩୦ ହଜାର ଟଙ୍କାନେବା ସହ ଜାଲ୍‌ ରସିଦ୍‌ ପଠାଇଥିଲେ ଉକ୍ତ ଠକ। ହେଲେ ପରେ ଚାକିରି ନେଇ କିଛି ବି ଚିଠି ଆସି ନ ଥିଲା। ପରେ ପଙ୍କଜ କଲ୍‌ ଆସିଥିବା ଉକ୍ତ ନମ୍ବରକୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ବହୁଦିନ ଧରି ବନ୍ଦ ରହିବାରୁ ସନ୍ଦେହ ହୋଇଥିଲା। ଯାଞ୍ଚ ପରେ ଉକ୍ତ ଓ୍ବେବ୍‌ସାଇଟ୍‌ ଜାଲ୍‌ ବୋଲି ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ।
କେବଳ ପଙ୍କଜ ନୁହେଁ, ରଜଧାନୀର ୭ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଭଳି ଠକେଇର ଶିକାର ହୋଇଥିବା ଜଣାପଡିଛଇ। କେତେଜଣ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଆଉ କେତେଜଣ ଲାଜରେ ଚୁପ୍‌ ରହିଛନ୍ତି। ଏନେଇ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଅଭିଯୋଗକୁ ଗୁରୁତ୍ୱର ସହ ନିଆଯାଇ ତଦନ୍ତ ଚାଲିଛି। ଅପରାଧୀମାନେ ଦେଶ ବାହାରେ ରହି ଏଭଳି କରୁଥିବାରୁ ଧରିବା ମୁସ୍କିଲ ହେଉଛି। ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଆସନ୍ତା ସପ୍ତାହରୁ ଲୋକଙ୍କୁ ସଚେତନ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri