ଇକ୍ୟୁଏଡର ଜେଲ ଦଙ୍ଗାରେ ୨୦ ମୃତ, ୫ ଗୁରୁତର ଆହତ

କ୍ୱିଟୋ,୫ ।୪: ଜେଲରେ ବନ୍ଧୁକ ଓ ଛୁରି ସାହାଯ୍ୟରେ ହୋଇଥିବା ଆକ୍ରମଣରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୋମବାର ଇକ୍ୟୁଏଡର ଅଧିକାରୀମାନେ ସୂଚନା ଦେଇଛନ୍ତି । କିଛି ସମୟ ପରେ ଅଧିକାରୀମାନେ ସ୍ଥିତିକୁ ଆୟତ୍ତ କରି ନେଇଛନ୍ତି । ଦେଶର ଗୃହମନ୍ତ୍ରୀ ପେଟ୍ରିସିୟୋ କୈରିଲୋ କହିଛନ୍ତି ରାଜଧାନୀର ଦକ୍ଷିଣରୁ ପ୍ରାୟ ୩୧୦ କିଲୋମିଟର ଦୂରରେ ଥିବା ତୁରୀରେ ରବିବାର ହୋଇଥିବା ସଂଘର୍ଷରେ ୫ ଜଣଙ୍କ ମୃତ୍ୟୁ ଘଟିଛି ଏହାସହ ୬ ଜଣଙ୍କୁ ଫାଶୀ ଦିଆଯାଇଛି ଓ ଜଣଙ୍କୁ ବିଷ ଦେଇ ମାରି ଦିଆଯାଇଛି । ଅତିକମରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।
‘ରେଡିଓ ଡେମୋକ୍ରେସି’ ସହ କଥା ହୋଇ କୈରିଲୋ ଏହି ଦଙ୍ଗାକୁ ରାଜନୈତିକ ଦୃଷ୍ଟିରୁ ‘ଅପରାଧିକ ଅର୍ଥବ୍ୟବସ୍ଥା’ ସହ ଜଡିତ ବୋଲି ବର୍ଣ୍ଣନା କରିଛନ୍ତି । ପୋଲିସ କମାଣ୍ଡର ଜେନେରାଲ କାର୍ଲୋସ କୈବରେରା ଏକ ସାମ୍ବାଦିକ ସମ୍ମିଳୀରେ କହିଛନ୍ତି, ଅଧିକାରୀମାନେ ଜେଲର ପ୍ରତିଟି ବ୍ଲକରେ ଖୋଜାଖୋଜିି କରୁଛନ୍ତି । ଆମ୍ନାଷ୍ଟେ ଇଣ୍ଟରନ୍ୟାଶନାଲ ଗତ ମାସରେ କହିଛି ୨୦୨୦ରେ ଇକ୍ୟୁଏଡର ଜେଲରେ ଅତିକମରେ ୩୧୬ କଏଦି ମରିଯାଇଥିଲେ । ସେମାନଙ୍କ ମଧ୍ୟରୁ ୧୧୯ ଜଣଙ୍କର ସେପ୍ଟେମ୍ବର ଦଙ୍ଗାରେ ମୃତ୍ୟୁ ହୋଇଥିଲା । ସୂଚନାଯୋଗ୍ୟ, ୨୦୨୧ରେ ହୋଇଥିବା ଦଙ୍ଗା ପରେ ଇକ୍ୟୁଏଡର ଜେଲ ଜରୁରୀକାଳନି ସ୍ଥିତିରେ ରହିଛି ।

Share