Categories: ଜାତୀୟ

ଟିକାକରଣ ଲାଗି ୨୦ ରୋଗ ଚିହ୍ନଟ

ନୂଆଦିଲ୍ଲୀ, ୨୮।୨: ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ବିଭିନ୍ନ ରୋଗ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯିବ। କେଉଁସବୁ ରୋଗ ଥିଲେ ଟିକା ପାଇଁ ଅନୁମତି ମିଳିବ ତାହା ସ୍ଥିର ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୨୦ଟି ରୋଗର ତାଲିକା ପ୍ରକାଶ ପାଇଛି। ସେଗୁଡ଼ିକ ହେଲା ହୃଦ୍‌ଘାତ କାରଣରୁ ବର୍ଷେ ପୂର୍ବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବେ, ହୃଦ୍‌ପିଣ୍ଡ କିମ୍ବା ବାମ ଭେଣ୍ଟ୍ରିକୁଲାର ଆସିଷ୍ଟ ଡିଭାଇସ୍‌ ପ୍ରତିରୋପଣ, ବାମ ଭେଣ୍ଟ୍ରିକୁଲାର ସିଷ୍ଟୋଲିକ୍‌ ଡାଇଫଙ୍କ୍‌ଶନିଂ, ମଧ୍ୟମ କିମ୍ବା ଗୁରୁତର ଭାଲଭୁଲାର ହୃଦ୍‌ରୋଗ, ଗୁରୁତର ପିଏଏଚ୍‌ କିମ୍ବା ଇଡିଓପାଥିକ୍‌ ପିଏଏଚ୍‌ ସହ ଜନ୍ମରୁ ରହିଥିବା ହୃଦ୍‌ରୋଗ, କରୋନାରି ଆର୍ଟେରି ରୋଗ, ଆଞ୍ଜିନା ଏବଂ ରକ୍ତଚାପ/ମଧୁମେହ ଚିକିତ୍ସା, ସିଟି/ଏମ୍‌ଆର୍‌ଆଇ ରିପୋର୍ଟରେ ଷ୍ଟ୍ରୋକ୍‌ ଏବଂ ଉଚ୍ଚ ରକ୍ତଚାପ/ମଧୁମେହ ଚିକିତ୍ସା, ପଲ୍‌ମୋନାରି ଆର୍ଟେରି ହାଇପରଟେନଶନ, ହାଇପରଟେନସନ/ ମଧୁମେହ ଚିକିତ୍ସା, ୧୦ ବର୍ଷରୁ ଊର୍ଦ୍ଧ୍ୱ କିମ୍ବା ଜଟିଳତା ଥିବା ମଧୁମେହ ଏବଂ ଉଚ୍ଚ ରକ୍ତଚାପ, କିଡ୍‌ନୀ/ଲିଭର/ହେମାଟୋପୋଏଟିକ୍‌ ଷ୍ଟେମ୍‌ ସେଲ୍‌ ପ୍ରତିରୋପଣ, କିଡ୍‌ନୀ ରୋଗ ହେମୋଡାଇଲିସିସ୍‌/ସିଏପିଡି ଶେଷ ପର୍ଯ୍ୟାୟ, ଡିକମ୍ପେନ୍‌ସେଟେଡ୍‌ ସିରୋସିସ୍‌, ଶ୍ୱାସକ୍ରିୟା ଜନିତ ରୋଗରେ ଗତ ଦୁଇବର୍ଷରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଲିମ୍ଫୋମା/ଲ୍ୟୁକେମିଆ, ମ୍ୟେଲୋମା, ୨୦୨୦ ଜୁଲାଇ ୧ କିମ୍ବା ଏହା ପରେ କ୍ୟାନ୍‌ସର ଚିହ୍ନଟ ହୋଇଥିଲେ କିମ୍ବା ଚିକିତ୍ସାରେ ଥିଲେ, ସିକିଲ୍‌ ସେଲ୍‌/ବୋନ୍‌ ମାରୋ ଫେଲୋର, ଆପ୍ଲାଷ୍ଟିକ୍‌ ଆନେମିଆ, ଥାଲାସେମିଆ, ପ୍ରାଥମିକ ଇମ୍ୟୁନୋଡେଫିସିଏନ୍ସି ରୋଗ/ଏଚ୍‌ଆଇଭି ସଂକ୍ରମଣ ଏବଂ ବୌଦ୍ଧିକ ଅସାମର୍ଥ୍ୟ/ମସ୍କୁଲାର ଡାଇଷ୍ଟ୍ରୋଫି/ଏସିଡ୍‌ ଆକ୍ରମଣ ଯୋଗୁ ରେସ୍ପିରେଟୋରି ସିଷ୍ଟମ କ୍ଷତିଗ୍ରସ୍ତ ହୋଇଥିଲେ/ସହାୟତା ଆବଶ୍ୟକ କରୁଥିବା ଭିନ୍ନକ୍ଷମ/ ମୂକ-ଦୃଷ୍ଟିହୀନ ଆଦି ବିଭିନ୍ନ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୋଭିଡ୍‌ ଟିକା ଦିଆଯିବ।

Share