Posted inଫୁରସତ

ଦିବାସ୍ବପ୍ନରେ ୨୦ କୋଟି ଲୋକ

ଲଣ୍ଡନ: ବିଶ୍ୱର ୨୦କୋଟି ଲୋକ ଦିବାସ୍ବପ୍ନରେ ବୁଡ଼ିରହୁଛନ୍ତି। ଫଳରେ ସେମାନଙ୍କର ଦୈନିକ ୩୦% ସମୟ ନଷ୍ଟ ହେଉଛି। ବ୍ରିଟେନର ସସେକ୍ସ ୟୁନିଭର୍ସିଟି ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ରିସର୍ଚ୍ଚରୁ ଏହା ଜଣାପଡ଼ିଛି। ଏହି ପ୍ରବୃତ୍ତିର ବ୍ୟକ୍ତିମାନେ ଭାବନାରେ ବୁଡ଼ି ରହିବା ଦ୍ୱାରା ସେମାନେ ବାସ୍ତବିକତାଠାରୁ ନିଜକୁ ବହୁ ଦୂରରେ ରଖୁଛନ୍ତି। ଦିବାସ୍ବପ୍ନ ଦେଖିବା ଦ୍ୱାରା ସେମାନଙ୍କ ଚାରିପାଖରେ ଏକ କାଳ୍ପନିକ ଜଗତ ତିଆରି ହୋଇଥାଏ। ଏହାଫଳରେ ସେମାନଙ୍କୁ ଏକ ମିଛ ଖୁସି ମିଳିଥାଏ, ଯାହା ସେମାନଙ୍କ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ।
ରାଇଜରେ ବୁଡ଼ି ରହିଥିବା ବ୍ୟକ୍ତି କୌଣସି କାମ ଠିକ୍‌ ଭାବେ ସମ୍ପାଦନ କରିପାରନ୍ତି ନାହିଁ। କାରଣ କାମରେ ସେମାନଙ୍କ ମନ ଲାଗେ ନାହିଁ। ଲୋକଙ୍କଠାରେ ଦେଖିବାକୁ ମିଳୁଥିବା ଏହି ବ୍ୟତିକ୍ରମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ହେଉଛି। ଛୋଟ ଛୋଟ କଥାରେ ବିବ୍ରତ ହୋଇପଡ଼ୁଥିବା ଲୋକଙ୍କ ଚିନ୍ତାଧାରା ଦୁର୍ବଳ ହେବାରେ ଲାଗିଥିବା ୟୁନିଭର୍ସିଟି ଆସୋସିଏଟ୍‌ ଅଧ୍ୟାପିକା ଜୁଲିଆ ପୋରିଓ କହିଛନ୍ତି। ବିଶ୍ୱରେ ୨.୫% ଲୋକ ଅତ୍ୟଧିକ ମାତ୍ରାରେ ଦିବାସ୍ବପ୍ନ ଦେଖୁଥିବାବେଳେ ସେମାନଙ୍କର ଏ ପ୍ରକାର ସ୍ଥିତିକୁ ମାଲାଡାପ୍ଟିଭ ଡେଡ୍ରିମିଙ୍ଗ୍‌ ବୋଲି କୁହାଯାଏ। ଘଣ୍ଟା ଘଣ୍ଟା ଧରି ନିଜ କଳ୍ପନା ଜଗତରେ ବୁଡ଼ି ରହିବା ଫଳରେ ତାଙ୍କ ଜରୁରୀ କାମ ସବୁ ଅଧା ରହିଯାଏ। ଏ ପ୍ରକାର ଚିନ୍ତାଧାରା ସକାଶେ ନିଜ ଦାୟିତ୍ୱ ସେମାନେ ଝୁଲିଯାନ୍ତି। ପରିବାର ଲୋକଙ୍କ ସହ ସେମାନଙ୍କ ସମ୍ପର୍କ ତୁଟିଯାଏ। ଏହି ବ୍ୟକ୍ତିମାନଙ୍କ ନିଦ ମଧ୍ୟ ସମ୍ପୂର୍ଣ୍ଣ ହୋଇ ନ ଥାଏ। ଦିବାସ୍ବପ୍ନ କାରଣରୁ ମଣିଷ ଶରୀରକୁ ଅନେକ ରୋଗ ଯେମିତି ଡିପ୍ରେଶନ୍‌, ଡର ଏବଂ ଅବ୍‌ସେସିଭ୍‌ କମ୍ପଲସିଭ ଡିଜ୍‌ଅର୍ଡର (ଓସିଡି) ଭଳି ରୋଗ ସହଜରେ ଗ୍ରାସ କରିନିଏ। ଏଥିରୁ ବର୍ତ୍ତିବା ଲାଗି ନିଜ ଉପରେ ନିୟନ୍ତ୍ରଣ ଆଣିବା ଜରୁରୀ। କାମର ପ୍ରାଧାନ୍ୟକୁ ବୁଝି ସେ ଗୁଡ଼ିକୁ ସମ୍ପାଦନ କରିବା ଲାଗି ପ୍ରଥମେ ମନକୁ ସ୍ଥିର କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍ତିଷ୍କର ଆକାର, ବିକାଶ ଯୋଗୁ ଦେଖାଦିଏ ଏସବୁ …

ଅନ୍ୟକୁ ଭଲ ପାଇବା ଏବଂ ଇର୍ଷା କରିବା ଆଦି ସମ୍ବେଦନଶୀଳ ଗୁଣ ମଣିଷ ମଧ୍ୟରେ ରହିଥାଏ। ଏହା ଦ୍ୱାରା ମଣିଷ ଅନ୍ୟ ପ୍ରତି ସହାନୁଭୁତି, ଇର୍ଷା...

ଶିଶୁ ନିର୍ଯାତନା ବିରୋଧରେ କାମ କରିବି

୨୦୧୩ରୁ ସମ୍ବଲପୁର ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଭାବେ କାର୍ଯ୍ୟରତ ଶୁଚିସ୍ମିତା ପଟ୍ଟନାୟକ ଅନାଥ ଶିଶୁଙ୍କ ଯତ୍ନ ଓ ସୁରକ୍ଷା ଲାଗି ଉଦ୍ୟମ ଜାରି...

ବୃଦ୍ଧଙ୍କୁ ରାସ୍ତାରେ ଏମିତି ସାହାଯ୍ୟ କଲା କୁକୁର, ଦେଖି ହୋଇଯିବେ ଭାବପ୍ରବଣ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ...

ଆକାଶରେ ଉଡୁଥିବା ସବୁଠୁ ଓଜନିଆ ପକ୍ଷୀ

ବିଶ୍ୱରେ ପ୍ରାୟ ୯୫୦୦ ପ୍ରଜାତିର ପକ୍ଷୀ ଦେଖାଯାଆନ୍ତି। ଏଥିମଧ୍ୟରୁ କେତେକ ବିଲୁପ୍ତ ହୋଇସାରିଥିବା ବେଳେ ଆଉ କିଛି ଲୋପ ପାଇବାକୁ ବସିଛନ୍ତି। କୁହାଯାଏ, ପକ୍ଷୀଙ୍କ ଯୋଗୁ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ...

ଛୋଟ ପିଲାଟିକୁ ଆଲିଙ୍ଗନ କରୁଛି କୁକୁର: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଛୋଟ ପିଲାକୁ ଏକ କୁକୁର ଆଲିଙ୍ଗନ କରୁଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ...

ମହୁମାଛିଙ୍କ ରେଷ୍ଟୁରାଣ୍ଟ

ବିଭିନ୍ନ ପ୍ରକାର ରେଷ୍ଟୁରାଣ୍ଟ ବିଷୟରେ ତ ସମସ୍ତେ ଜାଣିଥିବେ, କିନ୍ତୁ ମହୁମାଛିଙ୍କ ରେଷ୍ଟୁରାଣ୍ଟ ବିଷୟରେ କେବେ ଶୁଣିଛନ୍ତି କି? ଏହା ଶୁଣିବାକୁ ଆଶ୍ଚଯର୍‌ୟ ଲାଗିଲେ ବି...

ଅଷ୍ଟ୍ରେଲିଆର ଏହି ମହିଳା ପ୍ରତିଦିନ ପିନ୍ଧିଥାନ୍ତି ବିବାହ ସମୟର ଡ୍ରେସ୍‌, ଭାରତ ସହିତ ଯୋଡ଼ି ହୋଇଛି କାରଣ

ବିଶେଷକରି ବିବାହ ସମୟରେ ବରକନ୍ୟା  ସ୍ବତନ୍ତ୍ର ଦାମୀ ପୋଷାକ, ଅଳଙ୍କାର, ଜୋତା ଆଦି ପିନ୍ଧିଥାନ୍ତି। ବରକନ୍ୟା ପିନ୍ଧୁଥିବା ପୋଷାକ କେବଳ ଗୋଟିଏ ଦିନ ପାଇଁ ।...

Advertisement
Archives

Model This Week