ବାର୍‌ହା ଉପଦ୍ରବ: ୨୦ ଏକର କଦଳୀ ଚାଷ କ୍ଷତିଗ୍ରସ୍ତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ବୋରିଆ ଗ୍ରାମର
ଭିମା ପାଣି ପଞ୍ଚାୟତ ଅଧୀନରେ ଚାଷୀମାନେ କରିଥିବା କଦଳୀ ଚାଷ ଉପରେ ବାର୍‌ହା ଉପଦ୍ରବ କରୁଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଏଥିପ୍ରତି କେସିଙ୍ଗା ବନ ବିଭାଗ ଦୃଷ୍ଟି ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଭିମା ପାଣି ପଞ୍ଚାୟତ ନିକଟରେ ବୋହି ଯାଇଛି ରେତନଦୀ। ଏହି ନଦୀକୂଳରେ ଗାଁର ଅନେକ ଚାଷୀ କଦଳୀ ଚାଷ କରିଛନ୍ତି। ଚାଷକୁ ପାଣି ମଡ଼ାଇବା ପାଇଁ ଉଠା ଜଳସେଚନ ପଏଣ୍ଟର ମଧ୍ୟ ସୁବିଧା ରହିଛି। ଆଗରୁ ପୁରୁଣା କଦଳୀ ଚାଷ ରହିଥିଲେ ବି ଚଳିତବର୍ଷ ଚାଷୀମାନେନୂତନ କଦଳୀ ଗଛ (ପୁଆ)ଲଗାଇଛନ୍ତି। କିନ୍ତୁ ଏହି ନୂତନ କଦଳୀ ଗଛ ମୂଳକୁ ଶୁକ୍ରବାର, ଶନିବାର ରାତିରେ ବାର୍‌ହା ଆସି ମୂଳଗୁଡ଼ିକରୁ ମାଟି ଖୋଳି ଦେବା ସହ ଚେର ଉପାଡ଼ି ଦେଇଥିବା ଚାଷୀମାନେ ଦେଖିବାକୁ ପାଇଛନ୍ତି॥ ଏଭଳି ଲଗାତର ଭାବେ ଦୁଇଦିନ ବାର୍‌ହା ପଲ ଆସି କ୍ଷୟକ୍ଷତି କରୁଥିବା ନେଇ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ବର୍ତ୍ତମାନ ଗାଁର ଚାଷୀପଦ୍ମନାଭ ସ୍ବାଇଁ, ମନ ନାୟକ, ଲାଲବାହାଦୂର ସ୍ବାଇଁଙ୍କ କଦଳୀ ଗଛକୁ ବାର୍‌ହା ମାଟି ଖୋଳିଥିବା ଦେଖିବାକୁ ମିଳିଛି। ପୂର୍ବ ବର୍ଷମାନଙ୍କ ତୁଳନାରେ ଗତବର୍ଷଓ ଚଳିତବର୍ଷ କଦଳୀ ଚାଷ ଏକର ଏକର ଧିରେ ଧିରେବଢ଼ିବାରେ ଲାଗିଛି। ଚଳିତ ବର୍ଷ ଏହିଏକ ନମ୍ବର ପଏଣ୍ଟରେ ହାରାହାରି ଚାଷୀମାନେ ୧୮ ରୁ ୨୦ ଏକର ପର୍ଯ୍ୟନ୍ତ ଚାଷ କରିଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଏଣୁ ଏଦିଗରେ ବନ ବିଭାଗ ଦୃଷ୍ଟିଦେଇ ବାର୍‌ହାମାନଙ୍କୁ ଘଉଡ଼ାଇବା ପାଇଁ ଚାଷୀମାନେ ଦାବି କରିଛନ୍ତି।

ଏ ସଂକ୍ରାନ୍ତରେ କେସିଙ୍ଗା ବନ ବିଭାଗର ଫରେଷ୍ଟର ଯଶୋବନ୍ତ ନାଏକଙ୍କୁ ପଚାରିବାରୁ ଆମକୁ ଚାଷୀମାନେ ଲିଖତ ଭାବେ ଅଭିଯୋଗ ଦିଅନ୍ତୁ, ଆମେ ତଦନ୍ତ ପରେ ଯାହା କ୍ଷତି ହୋଇଥିବ ସରକାରୀ ଗାଇଡ୍‌ଲାଇନ୍‌ ଅନୁସାରେ କିଛି ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri