ଏନ୍‌ସି କଲେଜକୁ ୨୦.୮୮ କୋଟି ମଞ୍ଜୁର

ଯାଜପୁର ଅଫିସ,୨୧ା୨:ଯାଜପୁର ଟାଉନ୍‌ସ୍ଥିତ ନରସିଂହ ଚୌଧୁରୀ(ଏନ୍‌ସି) ସ୍ବୟଂଶାସିତ କଲେଜର ନବୀକରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର ୨୦କୋଟି ୮୮ ଲକ୍ଷ ୪୨ ହଜାର ଟଙ୍କା ମଞ୍ଜୁର ହୋଇଛି। ଏଥିରେ କଲେଜର ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ପ୍ରଶାସନିକ, ବିଜ୍ଞାନ ଓ ବାଣିଜ୍ୟ ଗୃହର ନବୀକରଣ ସମେତ ଆଲୁମ୍‌ନି ଗୃହ ଉପରେ ଦ୍ୱିତୀୟ ମହଲା ନିର୍ମାଣ ହେବ। ହେଲେ ନିକଟରେ କେନ୍ଦୁଝର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲେ ହେଁ ଦୀର୍ଘଦିନର ପ୍ରତିଶ୍ରୁତି ଏନ୍‌ସି କଲେଜ ଏଥିରୁ ବାଦ୍‌ ପଡିଥିବାରୁ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମା (୭୩୦୬/୨୦ା୨ା୨୦୨୩) ଅନୁସାରେ ଏନ୍‌ସି କଲେଜର ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ପାଇଁ ୮ କୋଟି ୨୬ ଲକ୍ଷ ୩୯ ହଜାର ଟଙ୍କାର ଅନୁମୋଦନ ହୋଇଛି। ଏହି ପ୍ରକଳ୍ପରେ ସ୍ପୋର୍ଟସ କୋର୍ଟ ୱାର୍କ ପାଇଁ ୫ କୋଟି ୭୨ ଲକ୍ଷ ୧୭ ହଜାର ୬୫୪ ଟଙ୍କା, ଉଦ୍ୟାନ ଆଦି ପାଇଁ ୮୧ ଲକ୍ଷ ୪୩ ହଜାର ୨୧୫ ଟଙ୍କା, ଡ୍ରେନେଜ ପାଇଁ ୩୦ ଲକ୍ଷ ୬୬ ହଜାର ୮୮୬ ଟଙ୍କା ଅଟକଳ କରାଯାଇଛି। ସେହିପରି ପୁରୁଣା ବିଜ୍ଞାନ ଓ ବାଣିଜ୍ୟ ବ୍ଲକର ନବୀକରଣ ପାଇଁ ୭୩ ଲକ୍ଷ ୪୪ ହଜାର ୫୮୭ ଟଙ୍କା, ପୁରୁଣା ପ୍ରଶାସନିକ ଗୃହର ପିଭିସି ୱିଣ୍ଡୋ, ଫ୍ଲସ୍‌ ଡୋର୍‌, ସିକ୍ୟୁରିଟି ଗ୍ରିଲ୍‌, କାନ୍ଥରେ ନୂତନ ପ୍ଲାଷ୍ଟର, ପେଣ୍ଟ, ସିଲିଂ, ଫ୍ଲୋର ଆଦି ନିର୍ମାଣ ପାଇଁ ୫ କୋଟି ୩୧ ଲକ୍ଷ ୩୮ ହଜାର ୧୬୨ ଟଙ୍କା, ଆଲୁମିନି ଗୃହରେ ଦ୍ୱିତୀୟ ମହଲା ଏବଂ କାଫେଟେରିଆ ନିର୍ମାଣ ପାଇଁ ୧ କୋଟି ୭୨ ଲକ୍ଷ ୪ ହଜାର ୬୮୧ ଟଙ୍କା, ଇଲେକ୍ଟ୍ରିକାଲ ୱାର୍କ ପାଇଁ ୧ କୋଟି ୮୫ ଲକ୍ଷ ୧୨ ହଜାର ୭୯୬ ଟଙ୍କା, ପିଏଚ୍‌ ପର୍ସନ ପାଇଁ ୯୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ପୂର୍ବରୁ ଜାତୀୟ ଅନ୍ତର୍ଜାତୀୟସ୍ତରର ପରିବେଶ ସୃଷ୍ଟି କଲା ଭଳି ପ୍ଲାନ ପ୍ରସ୍ତୁତ କରାଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ଏବେ ସାକାର ହେବାକୁ ଯାଉଛି। ତେବେ ଉକ୍ତ ଅନୁଦାନକୁ ନେଇ ଠିକାଦାରି ରାଜନୀତି ନ କରି ଠିକ ଭାବେ ବିନିଯୋଗ ହୋଇପାରିଲେ ସରକାରଙ୍କ ମହତ୍‌ ଉଦ୍ଦେଶ୍ୟ ପ୍ରତିପାଦିତ ହୋଇପାରିବ ବୋଲି ମତପ୍ରକାଶ ପାଇଛି ା
ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏନ୍‌ସି ସ୍ବୟଂଶାସିତ ସରକାରୀ ଡିଗ୍ରୀ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବାକୁ ନେତୃବର୍ଗ ଘୋଷଣା କରିଥିଲେ। କିନ୍ତୁ ବିଡ଼ମ୍ବନା ଯେ, ଏହି ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇ ନ ଥିବାବେଳେ ଏହି କଲେଜରେ ବର୍ଷ ସାରା ଅଧ୍ୟାପକ ପଦବୀ ଖାଲି ପଡ଼ୁଛି। ଆବଶ୍ୟକତାଠାରୁ ୫୦ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ସୂଚନା ମିଳିଛି। ତେବେ କଲେଜର ନବୀକରଣ ହେବା ପରେ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ଅଞ୍ଚଳବାସୀ ଆଶା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri