ବିଦ୍ୟାଳୟରେ ପଶି କୁନି ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଲେ ୨ ଯୁବକ: ପୋଲିସର କାର୍ଯ୍ୟାନୁଷ୍ଠାନରେ ତେଜିଲା ଅସନ୍ତୋଷ

ଗଞ୍ଜାମ, ୧୧।୧୧(ଅଖିଳ ତରାଇ): ରମ୍ଭା ସହରର ଲକ୍ଷ୍ମୀପୁର ସେବାଶ୍ରମ ବିଦ୍ୟାଳୟରେ ଅବାଧ ପ୍ରବେଶ କରି କୁନି ଛାତ୍ରୀଛାତ୍ରମାନଙ୍କୁ ମାରପିଟ୍‌ କରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ଦୁଇ ଯୁବକଙ୍କ ନାମରେ ମାମଲା ରୁଜୁ ହୋଇଛି। କିନ୍ତୁ ପୋଲିସର ତ୍ୱରିତ ଛାଡ଼ିବା ନୀତି ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି। ଘଟଣା ଅନୁଯାୟୀ, ଗତ ଶୁକ୍ରବାର ଅପରାହ୍ନ ସମୟରେ ବିଦ୍ୟାଳୟର ଖେଳ ପିରିୟଡ ଚାଲିଥିବା ବେଳେ ୬ ଜଣ ନାବାଳିକା ଛାତ୍ରୀଛାତ୍ରଖେଳ ପଡ଼ିଆରେ ଖେଳୁଥିଲେ। ହଠାତ୍‌ ଲକ୍ଷ୍ମୀପୁର ଗ୍ରାମର ରାମ ବେହେରା ଓ ରିଙ୍କୁ ବେହେରା ନାମକ ଦୁଇ ଯୁବକ ବିଦ୍ୟାଳୟ ପରିସରରେ ଅବାଧରେ ପ୍ରବେଶ କରି ଛାତ୍ରୀଛାତ୍ରଙ୍କୁ ଖେଳୁଥିବା ସମୟରେ ଡାକି ଆଣି ମାରପିଟ୍‌ କରିଥିଲେ। ଏହି ଘଟଣାରେ ଛାତ୍ରୀଛାତ୍ର ତୁରନ୍ତ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ପ୍ରଧାନଶିକ୍ଷକ ବିଦ୍ୟାଳୟ ପରିଚାଳନା କମିଟିକୁ ଅବଗତ କରାଇଥିଲେ।

କମିଟି ପକ୍ଷରୁ ଶନିବାର ଏକ ବୈଠକ କରାଯାଇଥିଲା ଏବଂ ଅଭିଯୁକ୍ତମାନଙ୍କୁ ଡକାଯାଇଥିଲା, କିନ୍ତୁ ସେମାନେ ଉପସ୍ଥିତ ହୋଇନଥିଲେ। ଏହାପରେ କମିଟି ସଦସ୍ୟ, ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ରମ୍ଭା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରି ଧାରା ୪୧(ଏ) ଅନୁଯାୟୀ ସେମାନଙ୍କୁ ତୁରନ୍ତ ମୁକ୍ତ କରି ଦିଆଯାଇଥିଲା। ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଜଣେ ଛାତ୍ରୀର ପିତା ବସନ୍ତ ବେହେରା ଗଞ୍ଜାମର ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତତ୍ପରତା ପ୍ରଦର୍ଶନ କରିଥିବା କୁହାଯାଉଛି। ଥାନାର ଏଏସ୍‌ଆଇ ପ୍ରଭାତ କୁମାର ବାଲିକାନା କହିଛନ୍ତି ଯେ, ଛାତ୍ରୀମାନଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ କରାଯାଇଛି ଏବଂ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆଇନଗତ ହେବ।
ଅଭିଭାବକମାନେ ଅଭିଯୁକ୍ତମାନଙ୍କୁ ଖୋଲାଖୋଲି ବୁଲୁଥିବା ଅଭିଯୋଗ କରିଛନ୍ତି। ଅଭିଭାବକ ବସନ୍ତ ବେହେରା କହିଛନ୍ତି, ଏଭଳି ସମ୍ବେଦନଶୀଳ ମାମଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ମୁକ୍ତ କରିବା ଅନ୍ୟାୟ। ବିଦ୍ୟାଳୟ ଭଳି ସୁରକ୍ଷିତ ସ୍ଥାନରେ ଏହିପରି ଘଟଣା ଗୁରୁତର ଅପରାଧ।” ରମ୍ଭା ଅଞ୍ଚଳବାସୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିବା ବେଳେ ସେବାଶ୍ରମର କୁନି ଛାତ୍ରୀଛାତ୍ରମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ବିଦ୍ୟାଳୟଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ପୁନର୍ବାର ଯାଞ୍ଚ କରିବାର ଆବଶ୍ୟକତା ସୂଚାଉଛି। ପୋଲିସ ପକ୍ଷରୁ ଅଧିକ ତଦନ୍ତ ଚାଲୁ ରହିଥିବା କୁହାଯାଉଛି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ସହପାଠୀଙ୍କ ଆକ୍ରମଣ, ମୁହଁକୁ ମାଡ଼ ମାରି ଆଖି ଫୁଟାଇଦେଲେ

ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ତାଙ୍କ ଶ୍ରେଣୀର ଅନ୍ୟ ଏକ ଛାତ୍ର ଏବଂ…

Budget 2026: ଓଡ଼ିଶାରେ ଜାତୀୟ ଜଳମାର୍ଗ-୫ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।…

ଶସ୍ତା ହୋଇଗଲା ସୁନା-ରୂପା, ବଜେଟ ପରେ ଏତେ ଖସିଗଲା ଦର ଖୁସିରେ ନାଚି ଉଠିବେ ଆପଣ!

ନୂଆଦିଲ୍ଲୀ,୧।୨: ବଜେଟ ଦିନ ଦେଶର ଧ୍ୟାନ ସଂସଦ ଉପରେ କେନ୍ଦ୍ରିତ ଥିବା ବେଳେ, ସାମଗ୍ରୀ ବଜାର ଅସ୍ଥିରତା ମଧ୍ୟରେ ଥିଲା। ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା…

Budget 2026: ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଉପହାର, ଟ୍ୟାକ୍ସ ହ୍ରାସ…

ନୂଆଦିଲ୍ଲୀ,୧।୨: ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଦେଶୀ ଶିକ୍ଷା ଉପରେ ଟିକସରେ ଗୁରୁତ୍ୱପୂର୍ଣ୍ଣ ରିହାତି…

ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ

ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…

Budget 2026: ଲଗାତାର ୯ମ ଥର ବଜେଟ୍ ଆଗତ କରି ରେକର୍ଡ କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଏକ ନୂତନ ଇତିହାସ ରଚିଛନ୍ତି। ସେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri