୨ ବର୍ଷର ଲୋକାର୍ପିତ କେନାଲକୁ ପାଣି ଆସିନି

କେନ୍ଦ୍ରାପଡ଼ା, ୨୪।୭ (ଜଗନ୍ନାଥ ଧଳ): ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପର କେନାଲ ୨୦୨୨ ମେ ୧୮ ରେ ଲୋକାର୍ପିତ ହୋଇଥିଲା। କେନ୍ଦ୍ରାପଡ଼ା ଗରଦପୁର ବ୍ଲକ କଳାବୋଦାଠାରେ ଆୟୋଜିତ ଉତ୍ସବରେ ତତ୍କାଳୀନ ରାଜ୍ୟ ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଏହି କେନାଲରେ ଖରିଫ ଚାଷ ପାଇଁ ପାଣି ଯୋଗାଇ ଦେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ତତ୍କାଳୀନ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରଓ୍ବାଲଙ୍କ ଉପସ୍ଥିତିରେ ଏହି ଉଦ୍‌ଘାଟନ ଉତ୍ସବ ହୋଇଥିବାବେଳେ ଚାଷ ପାଇଁ ଜଳସେଚନ ସମସ୍ୟା ତୁଟିଥିବାରୁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସ୍ଥାନୀୟ ଚାଷୀ ପ୍ରଶଂସା କରିଥିଲେ। ତେବେ ଇତିମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଏହି କେନାଲକୁ ପାଣି ଟୋପାଏ ଆସିନାହିଁ। ସ୍ଥାନୀୟ ଅଞ୍ଚଳର ୬,୪୦୪ ହେକ୍ଟର ଚାଷୀ ଜମି ପାଇଁ ବର୍ଷା ଏକମାତ୍ର ଭରସା ହୋଇଛି।
ଏ ସମ୍ପର୍କରେ କୃଷକ ନେତା ବିଧୁ ଭୂଷଣ ମହାପାତ୍ର, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଚାଷୀ ରଞ୍ଜନ ରାଉତ, ସୁବାସ ରାଉତ, ଅମ୍ବିକା କାନୁନ୍‌ଗୋ, ସୁଶୀଲ ସାହୁ ପ୍ରମୁଖ କହିଛନ୍ତି, ଚଳିତବର୍ଷ ଖରିଫ ଚାଷ ପାଇଁ ୧୫ ତାରିଖରୁ ଜିଲାର ସମସ୍ତ କେନାଲରେ ପାଣି ଛଡାଯାଇଛି। ତେବେ ଏହି ଜଳସେଚନ ପ୍ରକଳ୍ପର କେନାଲରେ ୨ ବର୍ଷ ଧରି ପାଣି ଆସିନାହିଁ। ଫଳରେ ପାଣି ପାଇଁ ଚାହିଁଥିବା ଚାଷୀ ବର୍ଷା ଅପେକ୍ଷାରେ ରହିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବାକୁ ଥିବା ଦ୍ୱୀପାଞ୍ଚଳର ୧୫,୩୪୨ହେକ୍ଟର ଚାଷ ଜମି ମଧ୍ୟରୁ ୨୦୦୪ ସୁଦ୍ଧା କଟକ ଜିଲାର ନିଶ୍ଚିତକୋଇଲି ବ୍ଲକ ଓ ଜଗତ୍‌ସିଂହପୁର ଜିଲାର ତିର୍ତ୍ତୋଲ ବ୍ଲକର ୮,୯୩୭ ହେକ୍ଟର ଜମିକୁ କେନାଲ ମାଧ୍ୟମରେ ଜଳ ଯୋଗାଇ ଦିଆଯାଇଛି। ୨ ବର୍ଷ ପୂର୍ବେ ଖୋଳାଯାଇଥିବା ୧୨କିମି ଲମ୍ବର ଚିତ୍ରୋପତ୍ଳା ନଦୀର ଦକ୍ଷିଣ ଓ ୧୦ କିମି ଦୀର୍ଘ ପାଇକା ନଦୀ ବାମପାର୍ଶ୍ୱ ଏହି କେନାଲ ସହିତ ପ୍ରାୟ ୫୦କିମିର ୪୫ଟି ମାଇନର ଓ ସବ୍‌ମାଇନର କେନାଲ ଖୋଳାଯିବା ପାଇଁ ଡିପିଆର ହୋଇଥିଲା। ଏହାଦ୍ୱାରା କେନ୍ଦ୍ରାପଡ଼ା ଜିଲାର ଗରଦପୁର ଓ ମାର୍ଶାଘାଇ ବ୍ଲକର ଅବଶିଷ୍ଟ ୬,୪୦୪ହେକ୍ଟର ଜମି ଚଳିତ ଖରିଫ ଋତୁଠାରୁ ଜଳସେଚିତ ହୋଇପାରିବ ବୋଲି ଆକଳନ କରାଯାଇଥିଲା। ମାତ୍ର ତତ୍କାଳୀନ ସମୟରେ କେନାଲ ଖୋଳା ଅଧାପନ୍ତରିଆ ହୋଇ ପଡ଼ିଥିବାବେଳେ ମନ୍ତ୍ରୀଙ୍କ ଲୋକାର୍ପଣ ଓ ଚଳିତ ଖରଫ ଋତୁରେ ଜଳ ଯୋଗାଣ ଦମ୍ଭୋକ୍ତି ଏହି ସମାରୋହରେ ଗୁଞ୍ଜରଣ ସୃଷ୍ଟି କରିଥିଲା। ଅଦ୍ୟାବଧି ଏହି କେନାଲରେ ପାଣି ନ ଆସିବାରୁ ମନ୍ତ୍ରୀଙ୍କ ତରବରିଆ ଉଦ୍‌ଘାଟନର କାରଣ ଖୋଜା ଚାଲିଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳର ୧୯,୫୪୨ ହେକ୍ଟର ଚାଷ ଜମି ଜଳସେଚିତ ହେବ। ଏହି ଦ୍ୱୀପାଞ୍ଚଳର କୃଷି ଓ କୃଷକଙ୍କୁ ସମୃଦ୍ଧ କରିବ। ଏପରି ସ୍ବପ୍ନ ନେଇ ୨୩ ବର୍ଷ ପୂର୍ବେ ଜିଲାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡା ବ୍ଲକ ସମେତ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକର ୩ ଶହରୁ ଊର୍ଦ୍ଧ୍ୱ ଗ୍ରାମର ଚାଷୀଙ୍କ ପାଇଁ ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ରାଜ୍ୟ ସରକାର ଆରମ୍ଭ କରିଥିଲେ। ଏଥିପାଇଁ ପ୍ରକଳ୍ପର ବ୍ୟୟ ବରାଦ ୧୯୮୯ରେ ମାତ୍ର ୩୯.୯୪ କୋଟି ଟଙ୍କା ହୋଇଥିବା ବେଳେ ୨୦୧୨ରେ ୩୯୫.୪୬ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ଲୋକଙ୍କ ଦାବି ଅନୁଯାୟୀ, ଏଡିବି ସହାୟତାରେ ଏହି ପ୍ରକଳ୍ପ କାର୍ଯ୍ୟ ୨୦୧୬-୧୭ ଆର୍ଥିକ ବର୍ଷରେ ପୁଣି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ପାଇକା ନଦୀର ବାମପାର୍ଶ୍ୱରେ ଥିବା ଯଦୁପୁର ପର୍ଯ୍ୟନ୍ତ ହେବାକୁ ଥିବା ଏହି ମୁଖ୍ୟ କେନାଲ ଏବେ ବଟିରା ପାଖରେ ଅଟକି ରହିଛି। ସେହିପରି ଚିତ୍ରୋପତ୍ଳା ନଦୀର ଦକ୍ଷିଣପାର୍ଶ୍ୱରେ ଆସିଥିବା ମୁଖ୍ୟ କେନାଲ ଗରଜଙ୍ଗା ପର୍ଯ୍ୟନ୍ତ ଯିବାକୁ ଥିବା ବେଳେ ଉଦ୍‌ଘାଟନ ପୂର୍ବରୁ ନଇନ୍ଦିପୁର ପାଖରେ ଅଟକି ରହିଛି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ କୁମାର ସେଠୀଙ୍କୁ ପଚାରିବାରେ ଜିଲାର ସମସ୍ତ କେନାଲରେ ପାଣି ଛଡାଯିବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri