୨ବର୍ଷ ହେଲା ସୋଲାର ଜଳ ପ୍ରକଳ୍ପ ଅଚଳ: ଅସୁବିଧାରେ ୭୫ ପରିବାର

ଥୁଆମୂଳ ରାମପୁର, ୪।୧୧(ଦୁର୍ଗା କୀର୍ତ୍ତି): ଦୀର୍ଘ ଦୁଇ ବର୍ଷ ହେବ ଅଚଳ ହୋଇପଡିଛି ସୋଲାର ଜଳ ଅମଳ ପ୍ରକଳ୍ପ। ବର୍ତ୍ତମାନ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସୋଲାର ପ୍ରକଳ୍ପରୁ ପାଣି ପାଉଥିବା ଗ୍ରାମବାସୀ। ଏମିତି ଏକ ପ୍ରକଳ୍ପ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମପଞ୍ଚାୟତର ଏକ ଗାଁ ପୋଇଗୁଡ଼ାରେ। ଦୀର୍ଘ ଦଶନ୍ଧି ହେବ ଏଠି ଅଧିବାସୀ ଓ ହରିଜନ ସଂପ୍ରଦାୟର ପ୍ରାୟ ୭୫ ପରିବାର ବସବାସ କରି ରହି ଆସୁଛନ୍ତି। ଏମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ମାତ୍ର ୨ଟି ସଠିକ ଭାବରେ କାମ କରୁଥିବା ନଳକୂପ ରହିଛି l ଏଣୁ ଗ୍ରାମବାସୀଙ୍କ ପାଣି ସମସ୍ୟା ଦୁର କରିବା ପାଇଁ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଥୁଆମୂଳ ରାମପୁର ବ୍ଲକ ପ୍ରଶାସନର ଜଳ ଓ ପରିମଳ ବିଭାଗ ଦ୍ୱାରା କିଛି ବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏକ ସୋଲାର ପାଣିପମ୍ପ ସ୍ଥାପନ କରାଯାଇଥିଲା। ଏହି ପ୍ରକଳ୍ପଟି ପ୍ରାୟ କିଛି ମାସ ଠିକଠାକ ଚାଲିଲା କିନ୍ତୁ ବର୍ତ୍ତମାନ ପାଖାପାଖି ଦୁଇ ବର୍ଷ ହେଲା ପ୍ରକଳ୍ପଟି ଅଚଳ ହୋଇ ପଡିଛି।

ତେବେ ପ୍ରକଳ୍ପ ଅଚଳ ହେବା ପରେ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ବର୍ତମାନ ସୁଦ୍ଧା ପ୍ରକଳ୍ପଟି ମରାମତି ହୋଇ ପାରିନାହିଁ। ଗ୍ରାମବାସୀଙ୍କ ଗଣମାଧ୍ୟମ ଆଗରେ କହିବା ଅନୁଯାୟୀ, ବସୁଧା ଯୋଜନାରେ ଉକ୍ତ ଗ୍ରାମକୁ ଅନ୍ତର୍ଭୁକ୍ତ କରିବା ଲୋଭ ଦେଖାଇ ଆଜି ପର୍ଯ୍ୟନ୍ତ ଖରାପ ପଡିରହିଥିବା ସୋଲାର ପାଣି ପମ୍ପକୁ ମରାମତି କରାଯାଉ ନାହିଁ।

ଏ ସମ୍ପର୍କରେ ଜଳ ପରିମଳ ବିଭାଗୀୟ ଅଧିକାରୀ ମନ୍ମଥ ମୁର୍ମୁ କହିଛନ୍ତି, ହଁ ମୁଁ ସେ ବିଷୟରେ ଅବଗତ ଅଛି। କିନ୍ତୁ ଯେଉଁ ସ୍ଥାନରେ ସୋଲାର ପମ୍ପ ଲାଗିଛି, ସେଠାରେ ପାଣି ସୋର୍ସର ଘୋର ଅଭାବ ରହିଛି। ସେଥିପାଇଁ ପାଣି ଟାଙ୍କିକୁ ଉଠି ପାରୁନାହିଁ। ଆମେ ନୂଆ ସୋର୍ସ ଖୋଲିବା ପାଇଁ ବ୍ୟବସ୍ଥା କଲେ ଉକ୍ତ ଗ୍ରାମର କିଛି ଲୋକ ବିରୋଧ କରୁଛନ୍ତି, ତଳ ପଡ଼ା ଲୋକ ଆମ ପଟେ ପାଣି ସୋର୍ସ ଖୋଲନ୍ତୁ ବୋଲି କହିଲେ ଉପର ପଡ଼ା ଲୋକ ଆମ ପଟେ ଖୋଲନ୍ତୁ ବୋଲି ଟଣାଓଟରା ହେଉଛନ୍ତି l ସେଥିପାଇଁ ଆମେ ମରାମତି କାମ ସ୍ଥଗିତ କରି ରଖିଛୁ। ଏସବୁ ସମାଧାନ ହେଲେ କାମ କରିବୁ ବୋଲି ପ୍ରତିକ୍ରିୟା ରଖିଲେ l ତେବେ ଦେଖିବାକୁ ବାକି ରହିଲା ଆଉ କିଛି ମାସ ପରେ ଗ୍ରୀଷ୍ମ ଋତୁ ଆସୁଛି ଖବର ପ୍ରସାର ପରେ ବିଭାଗୀୟ ଅଧିକାରୀ ସତରେ କଣ ପଦକ୍ଷେପ ନେଉଛନ୍ତି ନା ସେମିତି ଲୋକଙ୍କୁ ପାଣି ବୁନ୍ଦେ ପାଇଁ କଲବଲ କରିବେ ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri