୨ବର୍ଷ ହେଲା ସୋଲାର ଜଳ ପ୍ରକଳ୍ପ ଅଚଳ: ଅସୁବିଧାରେ ୭୫ ପରିବାର

ଥୁଆମୂଳ ରାମପୁର, ୪।୧୧(ଦୁର୍ଗା କୀର୍ତ୍ତି): ଦୀର୍ଘ ଦୁଇ ବର୍ଷ ହେବ ଅଚଳ ହୋଇପଡିଛି ସୋଲାର ଜଳ ଅମଳ ପ୍ରକଳ୍ପ। ବର୍ତ୍ତମାନ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସୋଲାର ପ୍ରକଳ୍ପରୁ ପାଣି ପାଉଥିବା ଗ୍ରାମବାସୀ। ଏମିତି ଏକ ପ୍ରକଳ୍ପ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମପଞ୍ଚାୟତର ଏକ ଗାଁ ପୋଇଗୁଡ଼ାରେ। ଦୀର୍ଘ ଦଶନ୍ଧି ହେବ ଏଠି ଅଧିବାସୀ ଓ ହରିଜନ ସଂପ୍ରଦାୟର ପ୍ରାୟ ୭୫ ପରିବାର ବସବାସ କରି ରହି ଆସୁଛନ୍ତି। ଏମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ମାତ୍ର ୨ଟି ସଠିକ ଭାବରେ କାମ କରୁଥିବା ନଳକୂପ ରହିଛି l ଏଣୁ ଗ୍ରାମବାସୀଙ୍କ ପାଣି ସମସ୍ୟା ଦୁର କରିବା ପାଇଁ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଥୁଆମୂଳ ରାମପୁର ବ୍ଲକ ପ୍ରଶାସନର ଜଳ ଓ ପରିମଳ ବିଭାଗ ଦ୍ୱାରା କିଛି ବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏକ ସୋଲାର ପାଣିପମ୍ପ ସ୍ଥାପନ କରାଯାଇଥିଲା। ଏହି ପ୍ରକଳ୍ପଟି ପ୍ରାୟ କିଛି ମାସ ଠିକଠାକ ଚାଲିଲା କିନ୍ତୁ ବର୍ତ୍ତମାନ ପାଖାପାଖି ଦୁଇ ବର୍ଷ ହେଲା ପ୍ରକଳ୍ପଟି ଅଚଳ ହୋଇ ପଡିଛି।

ତେବେ ପ୍ରକଳ୍ପ ଅଚଳ ହେବା ପରେ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ବର୍ତମାନ ସୁଦ୍ଧା ପ୍ରକଳ୍ପଟି ମରାମତି ହୋଇ ପାରିନାହିଁ। ଗ୍ରାମବାସୀଙ୍କ ଗଣମାଧ୍ୟମ ଆଗରେ କହିବା ଅନୁଯାୟୀ, ବସୁଧା ଯୋଜନାରେ ଉକ୍ତ ଗ୍ରାମକୁ ଅନ୍ତର୍ଭୁକ୍ତ କରିବା ଲୋଭ ଦେଖାଇ ଆଜି ପର୍ଯ୍ୟନ୍ତ ଖରାପ ପଡିରହିଥିବା ସୋଲାର ପାଣି ପମ୍ପକୁ ମରାମତି କରାଯାଉ ନାହିଁ।

ଏ ସମ୍ପର୍କରେ ଜଳ ପରିମଳ ବିଭାଗୀୟ ଅଧିକାରୀ ମନ୍ମଥ ମୁର୍ମୁ କହିଛନ୍ତି, ହଁ ମୁଁ ସେ ବିଷୟରେ ଅବଗତ ଅଛି। କିନ୍ତୁ ଯେଉଁ ସ୍ଥାନରେ ସୋଲାର ପମ୍ପ ଲାଗିଛି, ସେଠାରେ ପାଣି ସୋର୍ସର ଘୋର ଅଭାବ ରହିଛି। ସେଥିପାଇଁ ପାଣି ଟାଙ୍କିକୁ ଉଠି ପାରୁନାହିଁ। ଆମେ ନୂଆ ସୋର୍ସ ଖୋଲିବା ପାଇଁ ବ୍ୟବସ୍ଥା କଲେ ଉକ୍ତ ଗ୍ରାମର କିଛି ଲୋକ ବିରୋଧ କରୁଛନ୍ତି, ତଳ ପଡ଼ା ଲୋକ ଆମ ପଟେ ପାଣି ସୋର୍ସ ଖୋଲନ୍ତୁ ବୋଲି କହିଲେ ଉପର ପଡ଼ା ଲୋକ ଆମ ପଟେ ଖୋଲନ୍ତୁ ବୋଲି ଟଣାଓଟରା ହେଉଛନ୍ତି l ସେଥିପାଇଁ ଆମେ ମରାମତି କାମ ସ୍ଥଗିତ କରି ରଖିଛୁ। ଏସବୁ ସମାଧାନ ହେଲେ କାମ କରିବୁ ବୋଲି ପ୍ରତିକ୍ରିୟା ରଖିଲେ l ତେବେ ଦେଖିବାକୁ ବାକି ରହିଲା ଆଉ କିଛି ମାସ ପରେ ଗ୍ରୀଷ୍ମ ଋତୁ ଆସୁଛି ଖବର ପ୍ରସାର ପରେ ବିଭାଗୀୟ ଅଧିକାରୀ ସତରେ କଣ ପଦକ୍ଷେପ ନେଉଛନ୍ତି ନା ସେମିତି ଲୋକଙ୍କୁ ପାଣି ବୁନ୍ଦେ ପାଇଁ କଲବଲ କରିବେ ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri