ସ୍ବାମୀ, ସ୍ତ୍ରୀଙ୍କୁ ୨ବର୍ଷ ଜେଲଦଣ୍ଡ

ଜୟପୁର,ରାୟଗଡା, ୧୨ା୧୦ (ପବନ ପାଣିଗ୍ରାହୀ/ଆଶିଷ ରଞ୍ଜନ ପଣ୍ଡା): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ କୋର୍ଟ ସ୍ବାମୀ ଓ ସ୍ତ୍ରୀଙ୍କୁ ଦଣ୍ଡିତ କରିଛନ୍ତି। ଭିଜିଲାନ୍ସ ଜଜ୍‌ ରାଜେଶ ଏକ୍କା ମାମଲାର ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭତ୍ତି କରି ରାୟଗଡା ଜିଲା କାଶୀପୁରର ପୂର୍ବତନ ମାର୍କେଟିଂ ଇନ୍ସପେକ୍ଟର ପ୍ରଫୁଲ ପାଣିଗ୍ରାହୀ ଏବଂ ତାଙ୍କର ସ୍ତ୍ରୀ ରେଣୁବାଳା ପାଣିଗ୍ରାହୀଙ୍କୁ ଦଣ୍ଡିତ କରିଛନ୍ତି । ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ୨ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏ ଜରିମାନାରେ ଦଣ୍ଡିତ କରାଯାଇଛି। ଅର୍ଥ ଅନାଦୟ ଅଧିକ ୩ ମାସ ଜେଲଦଣ୍ଡ ଭୋଗିବାକୁ ବିଚାରପତି ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।

୨୦୧୮ରେ ପ୍ରଫୁଲ ସମ୍ବଲପୁର ଜିଲା କୁଟିଣ୍ଡାର ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଭାବେ ଅବସର ନେଇଛନ୍ତି। ୨୦୦୪ରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ମାମଲାକୁ ସରକାରୀ ଓକିଲ ଶଶୀଧର ପଟ୍ଟନାୟକ ପରିଚାଳନା କରୁଥିଲେ। ସୂଚନାଯୋଗ୍ୟ, ପ୍ରଫୁଲ୍ଲ ତାଙ୍କର ଅଧିକାଂଶ ସମ୍ପତି ତାଙ୍କ ସ୍ତ୍ରୀ ରେଣୁବାଳାଙ୍କ ନାମରେ କରିଥିବାରୁ ଏହି ମାମଲାରେ ରେଣୁବାଳାଙ୍କୁ ମଧ୍ୟ ଭିଜିଲାନ୍ସ କୋର୍ଟ ଦଣ୍ଡିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଆହ୍ବାନ: ଭାରତର ସାଂସ୍କୃତିକ ପୁନର୍ଜାଗରଣର ଏକ ଶକ୍ତିଶାଳୀ ସଙ୍କେତ

ଗଞ୍ଜାମ,୧୧।୫(ଅନାଥ ତରାଇ/ ବିଦ୍ୟାଧର ସାହୁ): ଭାରତର ସାଂସ୍କୃତିକ ରାଷ୍ଟ୍ରବାଦର ପ୍ରତୀକ ସୋମନାଥ ମହାପ୍ରଭୁଙ୍କ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶ ଆଜି ଉତ୍ସବମୁଖର।…

କାର୍‌ରେ ଆସି ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କଲେ ୪ ଦୁର୍ବୃତ୍ତ: ଜଣେ ମୃତ, ଜଣେ ଆହତ

ବେଲପାହାଡ, ୧୧।୫(ସୁବାସ ପ୍ରଧାନ): ଝାରସୁଗୁଡା ଜିଲା ବେଲପାହାଡ଼ ଫାଟକରେ ଯୁବକଙ୍କୁ ଆକ୍ରମଣ। ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଉଭୟ…

ରାତିସାରା ଦେଖିଲେ ଲିଆଖିଆ ଉତ୍ସବ: ସକାଳକୁ ଆସି ଦେଖିଲା ବେଳକୁ ନ ଥିଲା

ନନ୍ଦପୁର/ପାଡୁଆ, ୧୧।୫ (ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): ଲିଆଖିଆ ଉତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବକଙ୍କ ବାଇକ (ନମ୍ବର- OD 10 Q 4739) କେହି ଦୁର୍ବୃତ୍ତ ଚୋରି…

ସିଭିଲ ସର୍ଭିସ ଆଶାୟୀଙ୍କୁ ପାଠ ପଢ଼ାଇଲେ ଜିଲାପାଳ: ଅଚାନକ ପହଞ୍ଚି…

ଭଞ୍ଜନଗର,୧୧।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗରଠାରେ ସିଭିଲ ସର୍ଭିସ ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକଙ୍କୁ ଗଞ୍ଜାମ ଲକ୍ଷ୍ୟ ନିକେତନ ଯୋଜନା ମାଧ୍ୟମରେ ତାଲିମ ପ୍ରଦାନ କରାଯାଉଛି। ଆଜିକୁ…

ଆକ୍ସନ ମୋଡ୍‌ରେ ଶୁଭେନ୍ଦୁ ସରକାର: କଲେ ବଡ ଘୋଷଣା

କୋଲକାତା,୧୧।୫: ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପରେ ଆକ୍ସନ ମୋଡ୍‌ରେ ଅଛି। କ୍ଷମତା ଗ୍ରହଣ କରିବା ମାତ୍ରେ ଶୁଭେନ୍ଦୁ ପ୍ରଶାସନ…

ବେଆଇନ ଛଟେଇ: ଟାଟା ପାୱାର ବିରୋଧରେ ତାତିଲେ ଠିକା କର୍ମଚାରୀ

ବଞ୍ଚୋ,୧୧।୫(ପ୍ରଦୋଷ ବିଶ୍ୱାଳ): ଟାଟା ପାୱାର ବିରୋଧରେ ତାତିଲେ ଠିକା କର୍ମଚାରୀ। ବେଆଇନ ଛଟେଇକୁ ବିରୋଧ କରି ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କର୍ମଚାରୀ ନାରାବାଜି କରିବା ସହ…

ବିଦ୍ୟୁତ ଆଘାତ ଦେଇ ସ୍ବାମୀଙ୍କୁ ମାରିବାକୁ ଚେଷ୍ଟା କରୁଥିଲେ ସ୍ତ୍ରୀ, ନିଦରୁ ଉଠିପଡିଲେ ସ୍ବାମୀ, ଆଉ ତା’ପରେ…

ମୁମ୍ବାଇ, ୧୧।୫: ମହାରାଷ୍ଟ୍ରର ଯବତମାଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ସାତ ପ୍ରତିଜ୍ଞାର ଏକ ବିବାହ ହତ୍ୟା ଷଡ଼ଯନ୍ତ୍ରରେ ପରିଣତ ହୋଇଛି। ଅଭିଯୋଗ…

ରାୟଗଡ଼ାରେ ଯୁବକଙ୍କୁ ଅପହରଣ ପରେ ହତ୍ୟା: ତେଜିଲା ପ୍ରତିବାଦ, ବାଇକ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ରାୟଗଡ଼ା,୯।୫: ରାୟଗଡ଼ାର ନିଖିଲ ହାଡ଼ିପାଙ୍କୁ ଅପହରଣ ପରେ ହତ୍ୟା ଘଟଣାକୁ ନେଇ ସହରରେ ଚାପା ଉତ୍ତେଜନା ଦେଖାଦେଇଛି। ହତ୍ୟା ପ୍ରତିବାଦରେ ସ୍ଥାନୀୟ ଲୋକେ ରାୟଗଡ଼ା ଥାନା ଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri