ବ୍ରେକ୍‌ଅପ୍‌ର ୨ବର୍ଷ ପରେ ପୁଣି ଏକାଠି ନଜର ଆସିଲେ ଏହି ଯୋଡ଼ି

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ଯ୍ୟନ ପରସ୍ପରକୁ ଡେଟ୍‌ କରିଥିଲେ। ଫିଲ୍ମ ‘ଲଭ ଆଜ କଲ୍‌ -୨’ ର ଶୁୁଟିଂ ବେଳେ ପରସ୍ପର ରିଲେଶନସିପ୍‌ରେ ଥିବା ଚର୍ଚ୍ଚା ହୋଇଥିଲା। ଉଭୟ ଏକାଠି ନଜର ଆସିଥିବା ଅନେକ ଫଟୋ ଓ ଭଡିିଓ ମଧ୍ୟ ଭାଇରାଲ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ହୋଇଥିଲା। ରିଲିଜ ପରେ ଉଭୟ ନିଜ ନିଜର ରାସ୍ତା ଅଲଗା କରି ନେଇଥିଲେ। ଏବେ ପୁଣି ଥରେ ଦୁହେଁ ନଜର ଆସିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଉଭୟଙ୍କର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ପ୍ରଶଂସକମାନେ ଉଭୟଙ୍କୁ ପୁଣି ଥରେ ଏକାଠି ଦେଖି ବହୁତ ଖୁସି ଅଛନ୍ତି। ଫଟୋରେ କାର୍ତ୍ତିକ ଧଳା ରଙ୍ଗର ଜ୍ୟାକେଟ ପିନ୍ଧିବା ଦେଖାଯାଉଛି। ସାରା ବ୍ଲାକ ଡ୍ରେସରେ ନଜର ଆସିଛନ୍ତି।

 

Share