ଅଘଟଣ; ପାଣିରେ ବୁଡି ୨ ବର୍ଷର ଶିଶୁ, ବିଷ ପିଇ ଚତୁର୍ଥ ଶ୍ରେଣୀ ଛାତ୍ର ମୃତ

ହାଟଡିହି/ଛେନାପଦୀ/ଆନନ୍ଦପୁର,୨୫।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ସୋସୋ ଥାନା ଥାନା ଅଞ୍ଚଳରେ ଗତ ରବିବାର ଦୁଇଟି ଦୁଃଖଦ ଘଟଣା ଘଟିଛି । ପୋଡାସିଙ୍ଗିଡ଼ି ଗ୍ରାମର ଲକ୍ଷ୍ମଣ ମୁଣ୍ଡାଙ୍କ ପୁଅ ଳମ୍ବୁ (୯ ବର୍ଷ)ବିଷ ଖାଇ ମୃତ୍ୟୁ ବରଣ କରିଛନ୍ତି । ସେ ରଙ୍ଗାମାଟିଆ ସ୍କୁଲର ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲେ । ବାପାଙ୍କ ସହ ଝଗଡା ହେବାରୁ ଳମ୍ବୁ ବିଷ ଖାଇ ଦେଇଥିଲେ ।

ସେହିପରି ଝଣଝଣା ଗ୍ରାମର ଅରୁଣ ଖଣ୍ଡେଇଙ୍କ ପୁଅ ଅନିଲ (୨ ବର୍ଷ) ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ଉଭୟ ଘଟଣାରେ ପୋଲିସ ଶବ ଜବତ କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ବ୍ୟବଚ୍ଛେଦ କରାଇଛି । ଦୁଇଟି ପୃଥକ ୟୁଡ଼ି ମାମଲା ନଂ ୫ ଏବଂ ୬/୨୦୨୬ ରୁଜୁ କରିଛି । ସୋସୋ ଥାନାଧିକାରିଣୀ କାନନ ସାହୁ କହିଛନ୍ତି ଯେ ପୋଡାସିଙ୍ଗିଡ଼ି ଗ୍ରାମର ଳମ୍ବୁ ବିଷ ଖାଇ ପ୍ରାଣ ହରାଇଛନ୍ତି । ସେହିପରି ଝଣଝଣା ଗ୍ରାମ ନିକଟରେ ପାଇପ ଲାଇନ ଯାଇଛି । ପାଇପ ଲାଇନ ଉପରେ ଯାତାୟାତ ପାଇଁ ଏକ ରାସ୍ତା ଅଛି । ପାଇପ ଲାଇନ ଫାଟି ଯିବାରୁ ରାସ୍ତାରେ ଏକ କୁତ୍ରିମ ଛୋଟ ପୋଖରୀ ସୃଷ୍ଟି ହୋଇଥିଲା । ସେଠାରେ ଅନେକ ଲୋକ ଗାଧୋଇଥାନ୍ତି । କିନ୍ତୁ ମୃତ ଅନିଲ ସେହି କୁତ୍ରିମ ପୋଖରୀ କେତେବେଳେ ପଡି ବୁଡି ଯାଇଛି କେହି ଜାଣି ନାହାଁନ୍ତି ।

ଜଣେ ବ୍ୟକ୍ତି ସେହି କୁତ୍ରିମ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ଅନିଲ ପାଣିରେ ଭାସୁଥିବା ଦେଖାଯାଇ ଥିଲା । ଉଭୟ ଳମ୍ବୁ ଏବଂ ଅନିଲକୁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

 

Dharitri – Odisha’s No.1 Odia Daily

Share
Tags: hatadihinews