୨ ଶ୍ରମିକ ପାଲଟିଲେ ଲକ୍ଷପତି: ମାଟି ଗଦାରୁ ମିଳିଲା ହୀରା

ପାନ୍ନା,୩।୧୧: ମଧ୍ୟପ୍ରଦେଶରେ ୨ ଜଣ ଶ୍ରମିକଙ୍କ ଭାଗ୍ୟ ଖୋଲିଯାଇଛି। ମାଟି ଗଦାରୁ ସେମାନଙ୍କୁ ହୀରା ମିଳିଛି। ପାନ୍ନା ଜିଲାରେ ଏହି ଘଟଣା ଘଟିଛି। ଜରୁଆପୁରର ଦିଲ୍ଲୀପ ମିଶ୍ରଙ୍କୁ ୭.୪୪ କ୍ୟାରେଟ୍‌ ଓଜନର ହୀରା ମିଳିଛି। ସେହିପରି କ୍ରିଷ୍ଣ କଲ୍ୟାଣପୁରର ଲଖନ ଯାଦବଙ୍କୁ ୧୪.୯୮ କ୍ୟାରେଟ୍‌ ଓଜନର ହୀରା ମିଳିଛି। ଏନେଇ ହୀରା ନିରୀକ୍ଷକ ଅନୁପମ ସିଂ ମଙ୍ଗଳବାର ସୂଚନା ଦେଇଛନ୍ତି। ହୀରାଗୁଡ଼ିକୁ ଡାଇମଣ୍ଡ୍‌ ଅଫିସରେ ଦାଖଲ କରାଯାଇଛି। ଦିଲ୍ଲୀପଙ୍କୁ ମିଳିଥିବା ହୀରାର ଦାମ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ। ସେହିପରି ଲଖନଙ୍କ ହୀରାର ଦାମ ୬୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ହୀରା ନିଲାମ ହେବା ପରେ ଉଭୟ ଶ୍ରମିକଙ୍କୁ ନିଲାମୀ ଦାମର ୧୨.୫ ପ୍ରତିଶତ ଟଙ୍କା ପ୍ରଦାନ କରାଯିବ।

Share