Categories: ଜାତୀୟ

୨ ମହିଳାଙ୍କ ସାଇକେଲ ଅଭିଯାନ: ଅତିକ୍ରମ କରିବେ ୫,୦୦୦ କିମି

ଅମୃତସର, ୩।୨: ପ୍ରଦୂଷଣ ମୁକ୍ତ ପରିବେଶ ବାର୍ତ୍ତା ନେଇ ୨ ମହିଳା ଓ୍ବାଘା ବର୍ଡରଠାରୁ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ ସାଇକେଲ ଅଭିଯାନ ଆରମ୍ଭ କରିଛନ୍ତି। ବିହାରର ସାଓ୍ବିତା ମାହତାଭ ଏବଂ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲାର ସୃଷ୍ଟି ରାଓ୍ବତ ଏହି ଅଭିଯାନରେ ସାମିଲ୍‌ ହୋଇଛନ୍ତି। ଓ୍ବାଘା ବର୍ଡରରେ ବିଏସ୍‌ଏଫ୍‌ ଡିଆଇଜି ଭୂପିନ୍ଦର ସିଂ ପତାକା ଦେଖାଇ ଏହି ଅଭିଯାନ ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ଦ୍ୱାରା ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି ପାଇଁ ସଚେତନତା କରାଯିବା ସହିତ ମହିଳା ସଶକ୍ତି ନେଇ ବାର୍ତ୍ତା ସୃଷ୍ଟି କରାଯାଉଥିବା ସାଓ୍ବିତା ମାହତାଭ କହିଛନ୍ତି। ଏହି ଅଭିଯାନ ସମୟରେ ସେମାନେ ୮ ରାଜ୍ୟ ଦେଇ ଯାତ୍ରା କରିବା ସହିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ ବୋଲି ସୃଷ୍ଟି ରାଓ୍ବତ କହିଛନ୍ତି। ସେମାନେ ମୋଟ ୫,୦୦୦ କିଲୋମିଟର ପଥ ସାଇକେଲରେ ଅତିକ୍ରମ କରିବେ।

Share